Good News: ପଞ୍ଜାବରୁ ବିଜେପି ପାଇଁ ଖୁସି ଖବର: ପୁଣି ବଢ଼ିବ ଏନ୍ଡିଏ ଶକ୍ତି
"ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଖୁସି ଖବର।
ବିଜେପି ନେତୃତ୍ବାଧୀନ ଏନ୍ଡିଏର ଶକ୍ତି ଲଗାତାର ବଢ଼ିବାରେ ଲାଗିଛି।
ରାଜ୍ୟସଭାରେ ପାଖାପାଖି ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଥିବା ଏନ୍ଡିଏ ଲୋକସଭାରେ ମଧ୍ୟ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ନିକଟତର ହୋଇଗଲାଣି।
ନିକଟରେ ତୃଣମୂଳ କଂଗ୍ରେସ ଓ ଉଦ୍ଧବ ଠାକ୍ରେ ନେତୃତ୍ବାଧୀନ ଶିବସେନାର ସାଂସଦମାନେ ଏନ୍ଡିଏରେ ମିଶିବା ପରେ ଶାସକ ମେଣ୍ଟ ଅଧିକ ଶକ୍ତିଶାଳୀ ହୋଇଛି।
ବିଜେପି ପାଇଁ ପଞ୍ଜାବରୁ ଏବେ ଭଲ ଖବର ଆସିଛି।
ଆସନ୍ତା ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି।
ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ୍ ନବୀନ୍ ପଞ୍ଜାବ ଗସ୍ତ ସମୟରେ ଶିରୋମଣି ଅକାଳୀ ଦଳ ସହିତ କୌଣସି ମେଣ୍ଟ ସମ୍ପର୍କରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। Advertisment ମେଣ୍ଟ ସମ୍ପର୍କରେ ଉଚିତ ସମୟରେ କୌଣସି ନିଷ୍ପତ୍ତି ନିଆଯାଇପାରିବ ଜଳନ୍ଧରରେ ଆୟୋଜିତ ଏକ ମିଡିଆ କନକ୍ଲେଭରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, ମେଣ୍ଟ ସମ୍ପର୍କରେ ଉଚିତ ସମୟରେ କୌଣସି ନିଷ୍ପତ୍ତି ନିଆଯାଇପାରିବ।
କିନ୍ତୁ ଦଳ ବର୍ତ୍ତମାନ ନିଜ ସାମର୍ଥ୍ୟରେ ମଜଭୁତ ହେବାକୁ ଚାହୁଛି।
ତେବେ ଲୋକସଭାରେ ଅକାଳୀ ଦଳର ମାତ୍ର ଜଣେ ସାଂସଦ ଥିଲେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି-ଅକାଳୀ ଦଳ ମଧ୍ୟରେ ମେଣ୍ଟ ହେଲେ ଏହା ଦଳର ସ୍ଥିତି ଅଧିକ ମଜଭୁତ ହେବ।
ଗଣମାଧ୍ୟମ ସହିତ କଥାବାର୍ତ୍ତାରେ ନିତିନ ନବୀନ କହିଛନ୍ତି, ବର୍ତ୍ତମାନ ବିଜେପି କେବଳ ବିଧାନସଭାର୧୧୭ ଆସନରେ ନିଜର ସାଙ୍ଗଠନିକ ଢାଞ୍ଚାକୁ ମଜଭୁତ କରିବାକୁ ଚାହୁଁଛି।
ଦଳ ଏକୁଟିଆ ନିର୍ବାଚନ ଲଢ଼ିବା ନେଇ ରଣନୀତି ନିର୍ଦ୍ଧାରଣ କରୁଛି।
କିନ୍ତୁ ଭବିଷ୍ୟତରେ ମେଣ୍ଟ ନେଇ ରାସ୍ତା ବନ୍ଦ ହୋଇନାହିଁ।
Mumbai: ମୁମ୍ବାଇରେ ମୌସୁମୀ ବିତ୍ପାତ: ରାତିସାରା ପ୍ରବଳ ବର୍ଷା "