France Coach: ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ଫ୍ରାନ୍ସ ପ୍ରଶିକ୍ଷକ: ଶେଷ ଗ୍ରୁପ୍ ମ୍ୟାଚ୍ରେ ଉପସ୍ଥିତ ରହିବେନି
"ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ବକପ୍ରେ ନିଜର ପ୍ରଥମ ୨ମ୍ୟାଚ୍ଜିତି ନକ୍ଆଉଟ୍ରେ ପହଞ୍ଚି ଯାଇଛି ଫ୍ରାନ୍ସ।
ହେଲେ ଏହି ଦଳ ନିଜର ଶେଷ ଗ୍ରୁପ୍-ଏଲ୍ ମ୍ୟାଚ୍ରେ ମୁଖ୍ୟପ୍ରଶିକ୍ଷକ ଡିଡାୟର ଡେସ୍ଚାମ୍ପ୍ସ ବିନା ଖେଳିବ।Advertisment ନରୱେ ବିପକ୍ଷ ମ୍ୟାଚ୍ରେ ସେ ଉପସ୍ଥିତ ରହିବେନି ଡେସ୍ଚାମ୍ପ୍ସଙ୍କ ମା" ମୃତ୍ୟୁ ବରଣ କରିଥିବାରୁ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସେ ଫ୍ରାନ୍ସ ଫେରିଯାଇଛନ୍ତି।
ତେଣୁ ଶୁକ୍ରବାର ଖେଳାଯିବାକୁ ଥିବା ନରୱେ ବିପକ୍ଷ ମ୍ୟାଚ୍ରେ ସେ ଉପସ୍ଥିତ ରହିବେନି।
ତାଙ୍କ ଅନୁପସ୍ଥିତିରେ ସହଯୋଗୀ ପ୍ରଶିକ୍ଷକ ଗାୟ ଷ୍ଟିଫେନ୍ଙ୍କ ଉପରେ ଦଳର ଦାୟିତ୍ବ ରହିବ।
ସେ ନ ଫେରିବା ପର୍ଯ୍ୟନ୍ତ ଷ୍ଟିଫେନ୍ସ ଏହି ଦାୟିତ୍ବ ରହିବ ବୋଲି ଫ୍ରାନ୍ସ ଫୁଟ୍ବଲ୍ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଫ୍ରାନ୍ସ ନିଜର ପ୍ରଥମ ଦୁଇ ମ୍ୟାଚ୍ରେ ସେନେଗାଲକୁ ୩-୧ରେ ଏବଂ ଇରାକକୁ ୩-୦ରେ ହରାଇଛି।
Last Rites: ଗ୍ୟାସ୍ ଲିକ୍ ଘଟଣାରେ ମୃତ ୭ ଓଡ଼ିଆ ଶ୍ରମିକଙ୍କ ଶେଷକୃତ୍ୟ ସମ୍ପନ୍ନ "