Four-Day Mystery Ends: ୪ ଦିନର ନିଖୋଜ ରହସ୍ୟର ଭୟଙ୍କର ଅନ୍ତ, ଜଙ୍ଗଲରୁ ମିଳିଲା ମୃତଦେହ
୪ ଦିନ ହେବ ନିଖୋଜ ଥିଲେ।
ଆଜି ମିଳିଲା ମୃତଦେହ।
ବୌଦ୍ଧରୁ ନିଖୋଜ ଥିଲେ, ରେଢ଼ାଖୋଲ ଜଙ୍ଗଲରୁ ମିଳିଲା ମରଶରୀର।
ବୌଦ୍ଧର କପଡ଼ା ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି।
ତଣ୍ଟି କଟା ଅବସ୍ଥାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜଙ୍ଗଲରୁ ଉଦ୍ଧାର କରାଯାଇଛି ମୃତଦେହ।
ତେବେ କେମିତି ଓ କେଉଁ ପରିସ୍ଥିତିରେ ତାଙ୍କ ତଣ୍ଟି କଟିଲା କାରଣ ଅସ୍ପଷ୍ଟ ରହିଛି।
କିଏ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲା କି ?
୧୨ ତାରିଖରେ ଶିକ୍ଷକ ସ୍ବାଧୀନ ପ୍ରଧାନଙ୍କ ସହ ବାଇକରେ ଯାଇଥିଲେ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ।
ହେଲେ ଫେରିବା ସମୟରେ କେବଳ ସ୍ବାଧୀନ ପ୍ରଧାନ ଏକାକୀ ନଜର ଆସିଥିଲେ।
Advertisment ସିସିଟିଭି ଫୁଟେଜରୁ ଏକଥା ଜଣା ପଡିବା ପରେ ବଢ଼ିଥିଲା ସନ୍ଦେହ।
ସ୍ବାଧୀନ କୁମାର ପ୍ରଧାନଙ୍କ ସହ ବିରୁପାକ୍ଷଙ୍କର ଟଙ୍କା ଦେଣନେଣ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ।
ଯାହାକୁ ନେଇ ତାଙ୍କ ଉପରେ ସନ୍ଦେହ ବଢିଥିଲା।
ଘଟଣା ପରଠୁ ସ୍ବାଧୀନ ପ୍ରଧାନଙ୍କ ସନ୍ଧାନ ମିଳୁନି।
ତାଙ୍କ ଘରେ ତାଲା ପଡ଼ିଛି।
ତାଙ୍କୁ ଧରିବା ପାଇଁ ପୋଲିସ ଏକାଧିକ ଟିମ୍ ଗଠନ କରି ତଦନ୍ତ ଚଳାଇଛି।
ସେ ଧରା ପଡ଼ିଲେ ନିଖୋଜ, ମତ୍ୟୁ ସସପେନ୍ସ ଉପରୁ ପରଦା ହଟିବ।
...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
