Forcibly Collecting Puja Donations କଟକରେ ଧମକଦେଇ ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ

Sep 14, 2026 - 19:30
Forcibly Collecting Puja Donations କଟକରେ ଧମକଦେଇ ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ

"କଟକ: ପୂଜା ଆଢ଼ୁଆଳରେ ରାସ୍ତାରେ ଗାଡ଼ି ଅଟକାଇ ଓ ବ୍ୟବସାୟୀଙ୍କୁ  ଧମକଚମକ ଦେଇ ଜୋରଜବରଦସ୍ତି  ଚାନ୍ଦା  ଆଦାୟ କରି ତିନିଜଣ ଯୁବକ ଗିରଫ ହୋଇଛନ୍ତି।

ଗିରଫହୋଇଥିବା ଯୁବକମାନେ ହେଲେ କଟକ ଜଗତପୁରର ମା" ମଙ୍ଗଳାବସ୍ତିର ସ‌ରୋଜ ମନ୍ତ୍ରୀ ଓରଫ ଲିଙ୍କୁ, ସତୀଚୌରା ଅଞ୍ଚଳର ସୌମ୍ୟରଞ୍ଜନ ନାୟକ ଓରଫ ଲଡ଼ୁ ଓ ସୋନୁ ନାୟକ ଓରଫ ବାୟା ।Advertisment କଟକ ପୁଲିସ କମିସନରେଟ୍‌ ଅଧୀନ ମର୍କତ  ନଗର ଥାନା ଓ ଜଗତପୁର ଥାନା ଅଞ୍ଚଳରେ  ବଳପୂର୍ବକ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ୧୧୨ କିମ୍ବା ୮୨୮୦୩୩୮୩୦୩ରେ ସୂଚିତ କରିବାକୁ କଟକ ଡିସିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏହା ସହ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ କରି ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି।

ଆଜି (ସୋମବାର) ଏହି କ୍ରମରେ ରାଉଳିଆଗଞ୍ଜ ଥାନା ଅଞ୍ଚଳରେ ଏଭଳି ଫ୍ଲାଗ୍‌ମାର୍ଚ କରାଯାଇଥିଲା।

ଉକ୍ତଯୁବକମାନେ ଲୋକଙ୍କୁ ଡରାଇଧମକାଇ ଚାନ୍ଦା ଆଦାୟ କରୁଥିବା ନେଇ ପୁଲିସକୁ ଫୋନ୍‌ରେ ସୂଚନା ମିଳିଥିଲା।

ଏହି ଅଭିଯୋଗ ଆଧାରରେ, ଗତକାଲି ରାତିରେ ପୁଲିସ ଟିମ୍‌ ପହଞ୍ଚି ଉକ୍ତ ତିନି ଯୁବକଙ୍କୁ ପୃଥକପୃଥକ ସ୍ଥାନରୁ ଗିରଫ କରିଛନ୍ତି।

ସୌମ୍ୟ ଓ ସୋନୁଙ୍କ ବିରୋଧରେ ମର୍କତନଗର ଥାନାରେ ବିଏନ୍‌ଏସ୍‌ର ଧାରା ୩୦୯(୬), ୩୨୪(୪), ୩(୫)ରେ ନଂ ୨୯୮/୨୦୨୬ରେ ମାମଲା ରୁଜୁ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)