Man Drowns in Stone Quarry Pond ବାଛୁରୀବନ୍ଧ ପଥରଛଇ ଖାଦାନରେ ବୁଡ଼ି ଯୁବକ ମୃତ

Sep 14, 2026 - 19:30
Man Drowns in Stone Quarry Pond ବାଛୁରୀବନ୍ଧ ପଥରଛଇ ଖାଦାନରେ ବୁଡ଼ି ଯୁବକ ମୃତ

"ଚଣ୍ଡିଖୋଲ: ଏକ ମାଙ୍କଡ଼ା ପଥର ଛଇ ଖାଦାନରେ ପଡ଼ି ଆଜି (ସୋମବାର) ପୂର୍ବାହ୍‌ଣ ଜଣେ ଯୁବକର ଜୀବନ ଯାଇଛି ।

ମୃତକ ଜଣକ ହେଉଛନ୍ତି ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର କେଶବ ଚନ୍ଦ୍ର ସାମଲଙ୍କ ପୁତ୍ର ଶ୍ରୀଧର ସାମଲ (୨୭) ।Advertisment Dead: ଗୋରୁ ଚରାଇବାକୁ ଯାଇଥିଲେ; ପାଣିରେ ବୁଡ଼ି ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ସୂଚନା ମୁତାବକ ଶ୍ରୀଧର ଓ ତାଙ୍କ ଭିଣୋଇ ବୈଦପୁର ଗ୍ରାମର ଜଗନ୍ନାଥ ବେହେରା କୌଣସି କାମ ପାଇଁ ବୈରୀ ଥାନା କପାଷ୍ଟିକିରି ଗାଁକୁ ଦୁଇଟି ସାଇକେଲ ଯୋଗେ ଯାଇଥିଲେ ।

ସେଠାରୁ ଫେରି ଉଭୟ କିଛି ଦୂରରେ ଥିବା ବାଛୁରୀବନ୍ଧ ନିକଟରେ ଥିବା ଏକ ପଥର ଛଇରେ ଶୌଚ ହେବାକୁ ଯାଉଥିବା ବେଳେ ଗୋଡ଼ ଖସି ଯିବାରୁ ଶ୍ରୀଧର ପାଣି ଭିତରକୁ ପଶି ଯାଇଥିଲେ ।

ନିକଟରେ ଥିବା ଜଗନ୍ନାଥ ଏକ ଗାମୁଛା ପକାଇ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଶ୍ରୀଧର ଅକାତ ପାଣି ଭିତରକୁ ଭାସିଯାଇ ବୁଡ଼ିଯାଇଥିଲେ ।

UP Death: ମଇଁଷିକୁ ବଞ୍ଚେଇବାକୁ ଯାଇ ପୋଖରୀରେ ବୁଡ଼ି ମା" ଓ ପୁଅ ମୃତ ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଗୁରୁତର ଅବସ୍ଥାରେ ଶ୍ରୀଧରକୁ ସେଠାରୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା ଏଠାରେ ଉଲ୍ଲେଖଯୋଗ୍ୟଯେ, ଏହି ପଥର ଛଇରେ ଗତ କିଛି ଦିନ ପୂର୍ବରୁ ବାଛୁରି ବନ୍ଧ ଗ୍ରାମର ଜଣେ ନାବାଳକ ବୁଡି ଅକାଳ ମୃତ୍ୟୁର ଶିକାର ହୋଇଥିଲା ।

ଏହି ପଥର ଛଇରେ ୨୦ ଫୁଟ ଉଚ୍ଚତାର ପାଣି ରହିଥିବା ଦେଖିବାକୁ ମିଳୁଛି ।

ଯାହା ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି ।

ତୁରନ୍ତ ଏହି ପଥର ଛଇ ଖାଦାନକୁ ପୋତି ବିପଦମୁକ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କ ପାଖରେ ପ୍ରାକ୍ତନ ସରପଞ୍ଚ ଦୀପକ ପ୍ରତାପ ଓ ଶ୍ୟାମସୁନ୍ଦର ମଲ୍ଲିକ ପ୍ରମୁଖ ଦୃଢ଼ ଦାବି କରିଛନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)