Football: ଭାରତୀୟ ଫୁଟ୍ବଲ୍ ମହାସଂଘ ଏଏଫ୍ସିର ଦ୍ବାରସ୍ଥ
ନୂଆଦିଲ୍ଲୀ: ଭାରତର ୧୭ ବର୍ଷରୁ କମ୍ ଫୁଟ୍ବଲ୍ ଦଳର ଅଧିନାୟକ ଦଲାଲମୁନ୍ ଗାଙ୍ଗ୍ଟେଙ୍କ ପ୍ରତି ଜାତିଗତ ଅକ୍ଷେପ କରିବା ପାଲେଷ୍ଟାଇନ୍ ଖେଳାଳିଙ୍କୁ ମହଙ୍ଗା ପଡ଼ିଛି।
ମଙ୍ଗଳବାର ଏଏଫ୍ସି ୧୭ ବର୍ଷରୁ କମ୍ ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଗାଙ୍ଗ୍ଟେଙ୍କୁ ଜାତିଗତ ଅକ୍ଷେପ କରିଥିଲେ ପାଲେଷ୍ଟାଇନ୍ ମିଡ୍ଫିଲ୍ଡର ସୌଦାନ।
Advertisment କୁଆଲାଲମ୍ପୁରରେ ଖେଳାଯାଇଥିବା ଏହି ମ୍ୟାଚ୍ର ପ୍ରଥମାର୍ଦ୍ଧର ଇନ୍ଜୁରି ସମୟରେ ଗାଙ୍ଗ୍ଟେଙ୍କ ନିକଟକୁ ଆସି ତାଙ୍କ ନାକ ଆଗରେ ହାତ ହଲାଇ କିଛି କହିଥିଲେ।
ଏଥିରେ ଗାଙ୍ଗ୍ଟେ ରାଗି ଯାଇଥିଲେ।
ରେଫରି ହସ୍ତକ୍ଷେପ କରିବାରୁ ଉଭୟ ଖେଳାଳି ଅଲଗା ହୋଇଥିଲେ।
ଏଆଇଏଫ୍ଏଫ୍ ଏହି ଘଟଣା ପରେ ଭିଡିଓ ଯାଞ୍ଚ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଏଏଫ୍ସିକୁ ଅନୁରୋଧ କରିଛି।
ଏହା ମଧ୍ୟରେ ପାଲେଷ୍ଟାଇନ୍ ଖେଳାଳି ଜଣଙ୍କ ନିଜର ଭୁଲ୍ ପାଇଁ କ୍ଷମା ମାଗିଛନ୍ତି।
ସୂଚନାଯୋଗ୍ୟ ଯେ ଏହି ମ୍ୟାଚ୍ରେ ଭାରତ ୪-୧ ଗୋଲ୍ରେ ପାଲେଷ୍ଟାଇନ୍କୁ ପରାସ୍ତ କରିଥିଲା।
Football match: ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ; ରାଜନେତା ଏକାଦଶ ଡିସିଏଲ୍ ଚମ୍ପିୟାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
