Football: ବନ୍ଧୁତ୍ବପୂର୍ଣ୍ଣ ଫୁଟ୍ବଲ୍: ପୁଣି ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ
ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ପୁରୁଷ ଫୁଟ୍ବଲ୍ ଦଳ ପରାଜୟ ସହ ଅଭିଯାନ ଶେଷ କରିଛି।
ରବିବାର ଏଠାରେ ଖେଳାଯାଇଥିବା ୨ ମ୍ୟାଚ୍ ବିଶିଷ୍ଟ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଭାରତ ୦-୩ରେ ନ୍ୟୁଜିଲାଣ୍ଡ ପରାସ୍ତ ହୋଇଛି।
ଫଳରେ ନ୍ୟୁଜିଲାଣ୍ଡ ଏହି ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି।
ପ୍ରଥମ ମ୍ୟାଚ୍ରେ ଘରୋଇ ୫-୦ରେ ଜିତିଥିଲା।
Advertisment ରବିବାର ମ୍ୟାଚ୍ର ପ୍ରଥମାର୍ଦ୍ଧରେ ନ୍ୟୁଜିଲାଣ୍ଡ ୩ ଗୋଲ୍ ଦେଇ ଆଗରେ ରହିଥିଲା।
ହେଲେ ଦ୍ବିତୀୟାର୍ଦ୍ଧରେ ଭାରତ ଚମତ୍କାର ଖେଳିଥିଲେ ମଧ୍ୟ ଗୋଲ୍ ଶୁଝି ନ ପାରି ପରାଜୟ ବରଣ କରିଥିଲା।
୨୨ତମ ମିନିଟ୍ରେ ଫିନ୍ ସର୍ମାନଙ୍କ ଗୋଲ୍ରେ ନ୍ୟୁଜିଲାଣ୍ଡ ଆଗୁଆ ହୋଇଥିଲା।
ଏହାପରେ ଜେମ୍ସ ମ୍ୟାକ୍ଗାରି (୪୦ ମିନିଟ୍) ଓ ଅଧିନାୟକ କ୍ରିସ୍ ଉଡ୍ (୪୪ ମିନିଟ୍) ଆଉ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳର ବିଜୟରେ ନିଜର ଅବଦାନ ରଖିଥିଲେ।
U19 Asia Cup: ପାକିସ୍ତାନର ପରାଜୟ ପରେ ପାକିସ୍ତାନୀ କ୍ରିକେଟର କହିଲେ- ଆମେ ଅପମାନିତ ହେଲୁ, ଆମେ ଶୂନ୍ୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
