Foods to Control Blood Sugar: ଡାଇବେଟିସ୍ ବଢ଼ିବାକୁ ଦେବନି ଏହି ଡାଏଟ୍! ବାଦାମଠାରୁ ପନିପରିବା, ଖାଦ୍ୟ ତାଲିକାରେ କରନ୍ତୁ ସାମିଲ

Nov 17, 2026 - 14:47
Foods to Control Blood Sugar: ଡାଇବେଟିସ୍ ବଢ଼ିବାକୁ ଦେବନି ଏହି ଡାଏଟ୍! ବାଦାମଠାରୁ ପନିପରିବା, ଖାଦ୍ୟ ତାଲିକାରେ କରନ୍ତୁ ସାମିଲ

ଡାଇବେଟିସ୍ ନାଁ ଶୁଣିଲେ ଅନେକଙ୍କ ମନରେ ଭୟ।

ଥରେ ଏହି ରୋଗ ହେଲେ ଜୀବନସାରା ଔଷଧ ଖାଇବାକୁ ପଡ଼ିବ ବୋଲି ଅନେକେ ଭାବନ୍ତି।

ହେଲେ ଆପଣ ଜାଣନ୍ତି କି, ସଠିକ୍ ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଡାଇବେଟିସ୍‌କୁ ଅନେକାଂଶରେ ନିୟନ୍ତ୍ରଣ କରିହେବ?

ଡାଏଟ୍‌ରେ ଛୋଟ ଛୋଟ ପରିବର୍ତ୍ତନ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହ ଓଜନ କମାଇବାରେ ମଧ୍ୟ ସହାୟକ ହୋଇପାରେ।

Advertisment ତେବେ ଡାଇବେଟିସ୍ ରୋଗୀଙ୍କ ଥାଳିରେ କେଉଁ ୭ଟି ଖାଦ୍ୟ ରହିବା ଉଚିତ୍, ଆସନ୍ତୁ ଜାଣିବା।

ପ୍ରଥମେ କମାନ୍ତୁ ଶରୀରର ଓଜନ ଅଧିକ ଓଜନ ଡାଇବେଟିସ୍ ସମସ୍ୟାକୁ ବଢ଼ାଇପାରେ।

ତେଣୁ ନିଜ ଶରୀରର ଓଜନ ୫ରୁ ୭ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖନ୍ତୁ।

ଓଜନ ନିୟନ୍ତ୍ରଣ ଦ୍ୱାରା ଇନସୁଲିନ୍‌ର କାର୍ଯ୍ୟକ୍ଷମତାରେ ସୁଧାର ଆସିପାରେ।

ଏଥିପାଇଁ ସନ୍ତୁଳିତ ଖାଦ୍ୟ ସହ ନିୟମିତ ବ୍ୟାୟାମ ମଧ୍ୟ ଜରୁରୀ।

Advertisment ଚାଉଳ ଓ ମଇଦାଠାରୁ ରୁହନ୍ତୁ ଦୂରେଇ ଡାଇବେଟିସ୍ ରୋଗୀଙ୍କ ପାଇଁ କାର୍ବୋହାଇଡ୍ରେଟ୍‌ର ପରିମାଣ ଉପରେ ନଜର ରଖିବା ଜରୁରୀ।

ଚାଉଳ, ମଇଦା, ମିଠା ଓ ମିଠା ପାନୀୟର ସେବନ କମାନ୍ତୁ।

ଏହା ବଦଳରେ ଅଖଣ୍ଡ ଶସ୍ୟ, ଡାଲି, ପନିପରିବା ଓ ଫାଇବର୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଥାଳିରେ ରଖନ୍ତୁ ଏହି ଅନୁପାତ ଡାଇବେଟିସ୍ ରୋଗୀଙ୍କ ପାଇଁ ପ୍ଲେଟ୍ ମଡେଲ୍ ବେଶ୍ ଉପଯୋଗୀ।

ଏହି ନିୟମ ଅନୁସାରେ ଥାଳିର ଅଧା ଭାଗରେ ପନିପରିବା, ଏକ ଚତୁର୍ଥାଂଶରେ ପ୍ରୋଟିନ୍ ଏବଂ ବାକି ଏକ ଚତୁର୍ଥାଂଶରେ ଶସ୍ୟଜାତୀୟ ଖାଦ୍ୟ ରଖନ୍ତୁ।

ଏହାଦ୍ୱାରା ଖାଦ୍ୟର ପରିମାଣ ନିୟନ୍ତ୍ରଣ ସହ ରକ୍ତରେ ଶର୍କରା ସ୍ତର ସନ୍ତୁଳିତ ରଖିବାରେ ସହାୟତା ମିଳିପାରେ।

ଖାଦ୍ୟରେ ରଖନ୍ତୁ ଭଲ ଫ୍ୟାଟ୍ ସବୁ ପ୍ରକାର ଚର୍ବି ଶରୀର ପାଇଁ ଖରାପ ନୁହେଁ।

ବାଦାମ, ବିଭିନ୍ନ ମଞ୍ଜି ଓ ସ୍ୱାସ୍ଥ୍ୟକର ଉଦ୍ଭିଦ ତେଲକୁ ଖାଦ୍ୟରେ ସାମିଲ କରନ୍ତୁ।

ପ୍ରୋଟିନ୍‌କୁ କରନ୍ତୁ ଡାଏଟ୍‌ର ଅଂଶ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଜରୁରୀ।

ଡାଲି, ବିନ୍ସ, କ୍ଷୀର, ଦହି, ମାଛ, ଅଣ୍ଡା ଓ କମ୍ ଚର୍ବିଯୁକ୍ତ ମାଂସ ଖାଦ୍ୟରେ ସାମିଲ କରନ୍ତୁ।

ଏହାଦ୍ୱାରା ଦୀର୍ଘ ସମୟ ଭୋକ ଲାଗିବ ନାହିଁ ଏବଂ ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟତା ମିଳିବ।

ପନିପରିବା ଓ ଫଳକୁ ଦିଅନ୍ତୁ ଗୁରୁତ୍ୱ ପ୍ରତିଦିନ ଖାଦ୍ୟରେ ବିଭିନ୍ନ ପ୍ରକାରର ପନିପରିବା ରଖନ୍ତୁ।

ଫଳ ମଧ୍ୟ ଉପଯୁକ୍ତ ପରିମାଣରେ ଖାଆନ୍ତୁ।

ଫାଇବର୍‌ଯୁକ୍ତ ଖାଦ୍ୟ ହଜମ ପ୍ରକ୍ରିୟା ଓ ରକ୍ତରେ ଶର୍କରା ନିୟନ୍ତ୍ରଣରେ ସହାୟକ ହୋଇଥାଏ।

ଏହା ସହ ପ୍ୟାକେଟ୍ ଖାଦ୍ୟ, ଅତ୍ୟଧିକ ମିଠା ଓ ବାରମ୍ବାର ଜଙ୍କ୍ ଫୁଡ୍ ଖାଇବା ଅଭ୍ୟାସ ଛାଡ଼ନ୍ତୁ।

ଖାଇବା ପୂର୍ବରୁ ଖାଆନ୍ତୁ ବାଦାମ ଓ ପିସ୍ତା ଡାଏଟ୍‌ରେ ବାଦାମ ଓ ପିସ୍ତା ସାମିଲ କରିବା ମଧ୍ୟ ଲାଭଦାୟକ।

ମୁଖ୍ୟ ଖାଦ୍ୟ ଖାଇବାର ୩୦ ମିନିଟ୍ ପୂର୍ବରୁ ୨୦ରୁ ୩୦ ଗ୍ରାମ ବାଦାମ କିମ୍ବା ପିସ୍ତା ଖାଇପାରିବେ।

ଏହା ପେଟ ପୂର୍ଣ୍ଣ ରଖିବା ସହ ଖାଦ୍ୟ ପରେ ରକ୍ତରେ ଶର୍କରା ହଠାତ୍ ବଢ଼ିବାକୁ ରୋକିବାରେ ସହାୟତା କରେ।

ମନେରଖନ୍ତୁ ଏହି କଥା ଡାଇବେଟିସ୍ ନିୟନ୍ତ୍ରଣ ପାଇଁ କେବଳ ଡାଏଟ୍ ନୁହେଁ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ ଓ ସମୟାନୁସାରେ ରକ୍ତରେ ଶର୍କରା ପରୀକ୍ଷା ମଧ୍ୟ ଜରୁରୀ।

ଡାଏଟ୍‌ରେ ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ମନେରଖନ୍ତୁ, ନିଜ ଇଚ୍ଛାରେ ଔଷଧ କିମ୍ବା ଇନସୁଲିନ୍ ବନ୍ଦ କରିବା ବିପଜ୍ଜନକ ହୋଇପାରେ।

ସଠିକ୍ ଡାଏଟ୍ ଓ ଶୃଙ୍ଖଳିତ ଜୀବନଶୈଳୀ ହିଁ ଡାଇବେଟିସ୍ ସହ ଲଢ଼ିବାର ମୁଖ୍ୟ ଅସ୍ତ୍ର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)