Flying Car: କଳାରେ ସ୍ନାତକ, ନିର୍ମାଣ କଲେ ଉଡ଼ନ୍ତା କାର୍‌

Oct 27, 2026 - 08:37
Flying Car: କଳାରେ ସ୍ନାତକ, ନିର୍ମାଣ କଲେ ଉଡ଼ନ୍ତା କାର୍‌

କଥାରେ ଅଛି- ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ।

ସେହିପରି କୌଣସି ବୈଷୟିକ ଡିଗ୍ରି ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ସବୁକିଛି ହାର୍‌ ମାନେ।

ଏହି ଦୁଇଟିଯାକ ଉକ୍ତିକୁ ସତ କରି ଦେଖାଇଛନ୍ତି ଉତ୍ତରାଖଣ୍ଡ ଆଲ୍‌ମୋଡ଼ା ଜିଲ୍ଲାର ରବି ତାମଟା।

ରବି କଳାରେ ସ୍ନାତକ ପଢ଼ିଛନ୍ତି।

ଆନୁଷ୍ଠାନିକ ଇଞ୍ଜିନିଅରିଂ ଡିଗ୍ରି ନଥିବା ସତ୍ତ୍ବେ ସେ ୧୩ ବର୍ଷର କଠିନ ପରିଶ୍ରମ ଓ ନିଜସ୍ବ ଅଧ୍ୟୟନ ବଳରେ ଉଡ଼ନ୍ତା ଇଲେକ୍ଟ୍ରିକ୍‌ କାର୍‌ ତିଆରି କରିଛନ୍ତି।

ସେ ଏହାର ନାମ ରଖିଛନ୍ତି 'ହାପିଡା ସ୍କାଏନେକ୍‌ସ'।

ରବିଙ୍କ ଏହି ଅଭିନବ କୃତି ପଛରେ ରହିଛି ତାଙ୍କ ରାଜ୍ୟ ଉତ୍ତରାଖଣ୍ଡର ଭୌଗୋଳିକ ଅବସ୍ଥା।

ପାହାଡ଼ିଆ ଅଞ୍ଚଳରେ ଖରାପ ରାସ୍ତା ଯୋଗୁଁ ଏଠାରେ ଯାତାୟାତ ଏକ ବଡ଼ ସମସ୍ୟା।

ଏଭଳି ଅବସ୍ଥାରେ ଜରୁରିକାଳୀନ ଚିକିତ୍ସା ସେବା ଯୋଗାଇବା ଲାଗି ଏବଂ ଦରକାର ବେଳେ ଦୁର୍ଗମ ଅଞ୍ଚଳକୁ ସହାୟତା ପଠାଇବା କାଠିକର ପାଠ ହୋଇପଡ଼େ।

ଛୋଟବେଳୁ ଏହାକୁ ହୃଦୟଙ୍ଗମ କରିଥିବାରୁ ରବି ଏକ ଉଡ଼ନ୍ତା ଯାନ ନିର୍ମାଣ ଦିଗରେ ଲାଗି ପଡ଼ିଥିଲେ।

Advertisment National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରବି ନିଜସ୍ବ ଉଦ୍ୟୋଗ 'ହାପିଡା ସ୍କାଏ ପ୍ରାଇଭେଟ୍‌ ଲିମିଟେଡ୍‌' ମାଧ୍ୟମରେ ଏହି ଯାନ ବିକଶିତ କରିଛନ୍ତି।

ଏହି ଯାନଟି ଭୂଲମ୍ବ ଉଡ଼ାଣ ତଥା ଅବତରଣ ପାଇଁ ଡିଜାଇନ୍‌ କରାଯାଇଛି, ଯାହା ପାଇଁ ପାରମ୍ପରିକ ରନ୍‌ୱେର ଆବଶ୍ୟକତା ନାହିଁ।

ଏହାକୁ ସେ ଏକ ମଲ୍‌ଟିରୋଟର୍‌ ଡ୍ରୋନ୍‌ ପରି ଡିଜାଇନ୍‌ କରିଛନ୍ତି।

ଏଥିରେ ଏକ ହାଲୁକା ଫ୍ରେମ୍‌ ଓ କକ୍‌ପିଟ୍‌ ରହିଛି।

ଯାନଟି ବ୍ୟାଟେରି ଦ୍ୱାରା ଚାଳିତ।

ତେଣୁ ଏଥିରେ କୌଣସି ଇନ୍ଧନ ବ୍ୟବହାର ହୁଏ ନାହିଁ।

ଏରୋସ୍ପେସ୍‌ ବା ଆଭିଏସନ୍‌ କ୍ଷେତ୍ରରେ କୌଣସି ଅଭିଜ୍ଞତା ନଥିବାବେଳେ କେବଳ ଇଣ୍ଟରନେଟ୍‌, ୟୁଟ୍ୟୁବ୍‌ ସାଙ୍ଗକୁ ବିଭିନ୍ନ ଅନ୍‌ଲାଇନ୍‌ ଗବେଷଣାମୂଳକ ପତ୍ରିକା ପଢ଼ି ରବି ଏହି ଜ୍ଞାନ ଆହରଣ କରିଥିଲେ।

Tata Communications: ଟାଟା ବିଛାଇବ ଏଆଇ ଫାଇବର୍‌ ନେଟ୍‌ୱର୍କ ୨୦୧୫ ମସିହାରୁ ରବି ବିଧିବଦ୍ଧ ଭାବେ ଏହି ଉଡ଼ନ୍ତା ଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିଲେ।

୨୦୨୬ ଅଗଷ୍ଟରେ ଏହି ପ୍ରୋଟୋଟାଇପ୍‌ ଯାନଟି ଏହାର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ସଫଳତାର ସହ ସମ୍ପନ୍ନ କରିଥିଲା।

ଯାନଟି ଏବେ ପ୍ରାରମ୍ଭିକ ସ୍ତରରେ ରହିଛି।

ଏହାକୁ ବାଣିଜ୍ୟି କ ଭାବେ ବଜାରକୁ ଆଣିବା ପାଇଁ ସରକାରୀ ନିୟାମକ ସଂସ୍ଥା 'ଡିଜିସିଏ'ର ଅନୁମୋଦନ ତଥା ଅନ୍ୟ ସୁରକ୍ଷା ମାନଦଣ୍ଡର ପରିପୂର୍ତ୍ତି ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)