Flood Relief in Ganjam: ଗଞ୍ଜାମ ଜିଲ୍ଲାର ୪ ଲକ୍ଷ ୨୯ ହଜାର ୭୮୨ ପରିବାର ପାଇବେ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ସହାୟତା

Nov 06, 2026 - 18:32
Flood Relief in Ganjam: ଗଞ୍ଜାମ ଜିଲ୍ଲାର ୪ ଲକ୍ଷ ୨୯ ହଜାର ୭୮୨ ପରିବାର ପାଇବେ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ସହାୟତା

ଛତ୍ରପୁର(ବସନ୍ତ କୁମାର ମହାରଣା): ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ପ୍ୟାକେଜ୍ ଅନୁଯାୟୀ ଯୋଗ୍ୟ ରାସନ କାର୍ଡଧାରୀ ପରିବାରଙ୍କୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ଆରମ୍ଭ ହୋଇଛି।

ଜିଲ୍ଲାର ମୋଟ ୪ ଲକ୍ଷ ୨୯ ହଜାର ୭୮୨ଟି ଯୋଗ୍ୟ କ୍ଷତିଗ୍ରସ୍ତ ପରିବାରକୁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଅନୁଦାନ ମିଳିଛି।

Advertisment First Relief Package for Cyclone Arnab ବାତ୍ୟା ଅର୍ଣ୍ଣବ ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଘୋଷଣା ହେଲା ପ୍ରଥମ ପର୍ଯ୍ୟାୟ ସହାୟତା ପ୍ୟାକେଜ୍‌ ଏହି କ୍ରମରେ ଶୁକ୍ରବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବନ୍ୟା ପ୍ରଭାବିତ ରାସନ କାର୍ଡଧାରୀ ପରିବାରଙ୍କୁ ୫୦ କେଜି ଲେଖାଏଁ ଚାଉଳ ବଣ୍ଟନ କରାଯାଇଛି।

ସରପଞ୍ଚ ରବୀନ୍ଦ୍ର ରାଉଳଙ୍କ ଉପସ୍ଥିତିରେ ଏହି ବଣ୍ଟନ କାର୍ଯ୍ୟ ଚାଲିଥିଲା।

ପଞ୍ଚାୟତରେ ଏକ ହଜାରରୁ ଊର୍ଦ୍ଧ୍ୱ ପ୍ରଭାବିତ ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯିବ।

10-Point Special Flood Package ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ୧୦ସୂତ୍ରୀ ପ୍ୟାକେଜ୍‌ ଅନ୍ୟପକ୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ୨୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ସିଧାସଳଖ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ।

ଏହି ସହାୟତା ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସୁବ୍ୟବସ୍ଥିତ କରିବା ଉପରେ ଗଞ୍ଜାମ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି।

ଅପହଞ୍ଚ ଅଞ୍ଚଳରେ ମଧ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚି ଚାଉଳ ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)