UP’s Hardoi: ଦୀପାବଳି ପାଳିବାକୁ ଘରକୁ ଫେରୁଥିବାବେଳେ ଭୟଙ୍କର ଦୁର୍ଘଟଣା, ପୋଖରୀରେ ବୁଡ଼ି ଦମ୍ପତି ଓ ୩ ମାସର ଶିଶୁ ମୃତ

Nov 06, 2026 - 18:16
UP’s Hardoi: ଦୀପାବଳି ପାଳିବାକୁ ଘରକୁ ଫେରୁଥିବାବେଳେ ଭୟଙ୍କର ଦୁର୍ଘଟଣା, ପୋଖରୀରେ ବୁଡ଼ି ଦମ୍ପତି ଓ ୩ ମାସର ଶିଶୁ ମୃତ

ହରଦୋଇ: ଦୀପାବଳି ପାଳିବା ପାଇଁ ହରିୟାଣା ରୁ ଘରକୁ ଫେରୁଥିବା ଏକ ପରିବାର ରାସ୍ତାରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି।

ହରଦୋଇ-କନ୍ନୌଜ ରାସ୍ତାରେ ଶୁକ୍ରବାର ଭୋର ସମୟରେ ଏକ ଅନିୟନ୍ତ୍ରିତ କାର୍‌ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିପଡ଼ିଥିଲା।

ଫଳରେ କାର୍‌ରେ ଥିବା ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ୩ ମାସର ନବଜାତ ଶିଶୁଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣାରେ ପୂରା ପରିବାର ନିଶ୍ଚିହ୍ନ ହୋଇଯାଇଛି।

ଘଟଣା ଜଣାପଡ଼ିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment ସୂଚନା ଅନୁଯାୟୀ, ହରଦୋଇର ଫଳ ମଣ୍ଡି ଅଞ୍ଚଳର ୩୬ ବର୍ଷୀୟ ରମେଶ କୁମାର ଗୁରୁଗ୍ରାମର ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ।

ଦୀପାବଳି ପାଳନ କରିବା ପାଇଁ ସେ ନିଜର ୩୦ ବର୍ଷୀୟା ପତ୍ନୀ ନୀଲମ ଓ ୩ ମାସର ଶିଶୁକୁ ଧରି କାର୍‌ରେ ଘରକୁ ଫେରୁଥିଲେ।

ଶୁକ୍ରବାର ସକାଳ ପ୍ରାୟ ୫ଟା ସମୟରେ ହରଦୋଇ ଜିଲ୍ଲାର ବିଲଗ୍ରାମ ଥାନା ଅନ୍ତର୍ଗତ ପରସୋଲା ଗାଁ ନିକଟରେ ହଠାତ୍‌ କାର୍‌ଟି ଅନିୟନ୍ତ୍ରିତ ହୋଇ ରାସ୍ତାକଡ଼ରେ ଥିବା ଏକ ଗଭୀର ପୋଖରୀକୁ ଖସିପଡ଼ିଥିଲା।

ପୋଖରୀରେ ବୁଡ଼ିଗଲା କାର୍‌, ଦମ୍ପତି ଓ ଶିଶୁଙ୍କ ମୃତ୍ୟୁ ପୋଖରୀରେ ଅଧିକ ପାଣି ଥିବାରୁ କାର୍‌ ଭିତରେ ଥିବା ତିନିଜଣ ବାହାରକୁ ବାହାରି ପାରି ନଥିଲେ।

ଫଳରେ ପାଣିରେ ବୁଡ଼ି ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଆଖପାଖର ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବହୁ କଷ୍ଟରେ କାର୍‌ ଭିତରୁ ତିନିଜଣଙ୍କୁ ଉଦ୍ଧାର କରି କନ୍ନୌଜ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା।

ତେବେ ସେଠାରେ ଡାକ୍ତର ପରୀକ୍ଷା କରି ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମୃତକଙ୍କ ପରିବାର ଲୋକେ ଜିଲ୍ଲା ହସ୍ପିଟାଲରେ ପହଞ୍ଚିଥିଲେ।

ଦୀପାବଳି ପୂର୍ବରୁ ପରିବାରର ତିନିଜଣଙ୍କ ମୃତ୍ୟୁ ଖବର ଶୁଣି ଘରେ କାନ୍ଦବୋବାଳି ପଡ଼ିଯାଇଛି।

ସଦର କୋତୱାଲି ଥାନା ଅଧିକାରୀ ଜିତେନ୍ଦ୍ର ପ୍ରତାପ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ହୋଇଛି।

ଦୁର୍ଘଟଣାସ୍ଥଳ ହରଦୋଇ ଜିଲ୍ଲା ଅଧୀନରେ ଆସୁଥିବାରୁ ହରଦୋଇ ପୁଲିସ ଏହାର ତଦନ୍ତ କରିବ।

ଜୀବନ ହାରିଦେଲେ ଆଦିବାସୀ ନେତ୍ରୀ, ମୃତ୍ୟୁ ପୂର୍ବରୁ ଆଣିଲେ ବଡ଼ ଅଭିଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)