Flood in Odisha: ଜଳବନ୍ଦୀ ଗାଁର ନିରୀକ୍ଷଣ କଲେ ଜିଲ୍ଲାପାଳ, ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
"ନବରଙ୍ଗପୁର (ନବରଂଗପୁର): ଇନ୍ଦ୍ରାବତୀ ଓ ଭାସ୍କେଲର ପାଣି ତଳମୁଣ୍ଡ କୋଷାଗୁମୁଡ଼ା ବ୍ଲକକୁ ଯିବା ପରେ ୬ଟି ପଂଚାୟତର ୧୬ଟି ଗାଁ ଜଳବନ୍ଦୀ ହୋଇଥିଲେ।
ତେବେ ପାଣି କମିବା ପରେ ଧୀରେ ଧୀରେ ଉକିୟାପଲ୍ଲୀକୁ ବାଦଦେଇ ଅନ୍ୟ ସବୁ ଗାଁ ଗୁଡିକର ରାସ୍ତା ଖୋଲିଛି।
Advertisment ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ କୋଷାଗୁମୁଡା ବ୍ଲକକୁ ଗସ୍ତ କରି ସ୍ଥିତିକୁ ନିରୀକ୍ଷଣ କରିଛନ୍ତି।
ତାଙ୍କ ସହ ବିଡିଓ ଆଶିଷ ତ୍ରିପାଠୀ, ଅଧ୍ୟକ୍ଷା ସର୍ବେଶ୍ବରୀ ମାଝୀ, ବ୍ଲକ ଅଧ୍ୟକ୍ଷା ଯୋଗିନ୍ଦ୍ର ସ୍ବାଇଁ , ତହସିଲଦାର ତୁଲା ମୁଦୁଲି, ବ୍ଲକ ଓ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ।
ଲୋକେ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଉଛନ୍ତି ନା ନାହିଁ ପଚାରି ବୁଝିବା ସହ ବର୍ଷାର କାହାର କ୍ଷୟକ୍ଷତି ହୋଇଛି କି ବୋଲି ଜିଲ୍ଲାପାଳ ପଚାରିବୁଝିଥିଲେ।
ସାଂସଦ ଇଂ.ବଳଭଦ୍ର ମାଝୀ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଧାୟକ ଗୌରୀଶଙ୍କର ମାଝୀ ବି ପାଣି ପସିଥିବା ଗାଁ ଗୁଡିକରେ ସୋମବାର ବୁଲି ଦେଖିଥିଲେ।
ପ୍ରଶାସନ ପକ୍ଷରୁ ରନ୍ଦାଖାଦ୍ୟ ସହ ଚୁଡା, ଗୁଡା ଆଦି ବିତରଣ ହୋଇଥିଲା।
ବ୍ଲକରେ ୬ପଂଚାୟତର କ୍ଷୟକ୍ଷତି ଓ ଅବସ୍ଥାକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ।
ସଠିକ ରିପୋର୍ଟ ତୁରନ୍ତ ସର୍ଭେ କରି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଝରିଗାଁର ୪ଟି ରାସ୍ତା ପୁନଃରୁଦ୍ଧାର ହୋଇପାରିନି।
ପାପଡାହାଣ୍ଡି -ଡାବୁଗାଁ ରାସ୍ତାର ଅସ୍ଥାୟୀ ରାସ୍ତା ତିଆରି ହୋଇଥିବା କହିଛନ୍ତି ଜିଲ୍ଲା ଜରୁରୀ ଅଧିକାରୀ ଶ୍ରଦ୍ଧାଞ୍ଜଳି ମିଶ୍ର।
Indravati water: ଇନ୍ଦ୍ରାବତୀ ଜଳରୁ ନବରଙ୍ଗପୁର-କୋରାପୁଟକୁ କେବେ ମିଳିବ ନ୍ୟାୟ ?
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
