Boat Capsizes Ganga: ଗଙ୍ଗାରେ ଓଲଟି ପଡ଼ିଲା ଡଙ୍ଗା : ୬ଜଣ ଶ୍ରମିକ ନିଖୋଜ
"ପଟନା:ବିହାରର ଭାଗଲପୁରରେ ୨୧ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଧବାର ଓଲଟି ପଡ଼ିଛି।
କୂଳକ୍ଷୟ ରୋକିବା ପାଇଁ ଶ୍ରମିକମାନେ ଗଙ୍ଗା ନଦୀ କୂଳରେ ବାଲି ବସ୍ତା ପକାଉଥିଲେ।
ଏହି ସମୟରେ ଡଙ୍ଗାଟି ଓଲଟି ପଡ଼ିଥିଲା।
ହଠାତ୍ ଗୋଟିଏ ଭାଗର ଓଜନ ବଢ଼ିଯିବା ଯୋଗୁଁ ଡଙ୍ଗାଟି ଓଲଟି ପଡ଼ି ଗଙ୍ଗା ନଦୀରେ ବୁଡ଼ି ଯାଇଥିଲା।
ଡଙ୍ଗା ଓଲଟିବା ଯୋଗୁ ସମସ୍ତ ଶ୍ରମିକ ନଦୀରେ ପଡ଼ି ଯାଇଥିଲେ।
ଉଦ୍ଧାରକାରୀ ଦଳ ୨୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି।
ଜଣେ ଶ୍ରମିକ ଏବେବି ନିଖୋଜ ଅଛନ୍ତି ଓ ତାଙ୍କୁ ଖୋଜା ଚାଲିଛି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
