Flood: ବନ୍ୟା ଖୋଲିଦେଲା ଗୁମର: ଧସିଗଲା ୫ କିମି ନଦୀବନ୍ଧ ରାସ୍ତା, ୨୫ କିମି ରାସ୍ତା ପାଇଁ ଖର୍ଚ୍ଚ ୮୭ କୋଟି
"ଦଶରଥପୁର: ନିମ୍ନମାନର ନଦୀବନ୍ଧ ରାସ୍ତାକାମକୁ ଧରାପକାଇ ଦେଇଛି ବନ୍ୟା।
୮୭ କୋଟି ଟଙ୍କାରେ ଚାଲିଥିବା ବନ୍ଧରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଥିବାରୁ ବନ୍ୟାରେ ପାଖାପାଖି ୫ କିମି ରାସ୍ତା ଧସିଯାଇଛି।
ଏବେ ଡଷ୍ଟ ଓ ବଜୁରି ପକାଇ ଲୁଚାଇବାକୁ ଉଦ୍ୟମ କରାଯାଉଥିଲେ ବି ଠିକାସଂସ୍ଥା ଏଥିରେ ସଫଳ ହୋଇନାହିଁ।
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ବୈତରଣୀ ନଦୀବନ୍ଧର ସୁନ୍ଦରୀମୁହଁଠାରୁ କଟିକଟା ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାକୁ ନେଇ ଏହି ଅଭିଯୋଗ ଆସିଛି।
ନଦୀବନ୍ଧ କଡ଼ରୁ ବେଆଇନ ଭାବେ ମାଟି ତାଡ଼ି ସେହି ବନ୍ଧ ରାସ୍ତାରେ ପକାଯାଇଛି।
Advertisment Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା ସୁନ୍ଦରୀମୁହଁଠାରୁ ଅର୍ଦ୍ଦାଉଳିଆ ପର୍ଯ୍ୟନ୍ତ ବୈତରଣୀ ନଦୀବନ୍ଧ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି।
ରାସ୍ତାଟି ୨୫ କିଲୋମିଟର ହେବାକୁ ଥିବାବେଳେ ଆଶୀର୍ବାଦ ଇଞ୍ଜିନିୟରିଂ ଓ କନ୍ଷ୍ଟ୍ରକ୍ସନ୍ ନାମକ ଠିକାସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଛି।
ଏଥି ପାଇଁ ୮୭ କୋଟି ୧୧ ଲକ୍ଷ ୫ ହଜାର ୫୦ ଟଙ୍କା ବ୍ୟୟବରାଦ ହୋଇଛି।
ଟେଣ୍ଡର ସର୍ତ୍ତ ଅନୁସାରେ ୧୯ ଏପ୍ରିଲ ୨୦୨୩ରୁ କାର୍ଯ୍ୟ ଆରମ୍ଭ ହୋଇ ୧୮ ଏପ୍ରିଲ ୨୦୨୫ରେ ଶେଷ ହେବା କଥା।
ବର୍ଷକ ତଳୁ ଅବଧି ସରିଥିଲେ ବି ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ।
ନଦୀବନ୍ଧ ରାସ୍ତା ଫାଟିବା କିମ୍ବା ଧସିବା ପାଇଁ ସ୍ଥାନୀୟ ଲୋକେ ମନୁଷ୍ୟକୃତ ତ୍ରୁଟିକୁ ଦାୟୀ କରିଛନ୍ତି।
ଠିକାସଂସ୍ଥାର ମନମାନି ଯୋଗୁଁ ଏଭଳି ଘଟିଛି।
ନିମ୍ନମାନର କାର୍ଯ୍ୟ ସହିତ ନଦୀବନ୍ଧର ଅତି ନିକଟରେ ମାଟି ଉଠାଇବା ପାଇଁ ଶତାଧିକ ପୋଖରୀ ଖୋଳି ଦିଆଯାଇଛି।
କିଛିଦିନ ତଳୁ ନଦୀବନ୍ଧ କଡ଼ରୁ ହଜାର ହଜାର ଟ୍ରିପ୍ ମାଟି ଉଠାଇ ନିଆଯାଇଛି।
ବନ୍ଧରାସ୍ତା ନିର୍ମାଣ ସମୟରେ ଏଥିପ୍ରତି ପ୍ରଶାସନ ନଜର ଦେଇନଥିଲା।
ଯାହାଫଳରେ ନଦୀବନ୍ଧ ରାସ୍ତା ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି।
ଦଶରଥପୁର ବ୍ଲକ୍ର ସିଦ୍ଧେଶ୍ୱର, ଗାରଡ଼େଶ୍ୱର, ଶ୍ରୀରାମପୁର, ପେଣ୍ଠବାଡ଼, କଟିକଟା ଆଦି ଗାଁ ବୈତରଣୀ ନଦୀବନ୍ଧଠାରୁ ମାତ୍ର ୨୦ ଫୁଟରୁ ୫୦ ଫୁଟ ଦୂରରେ ରହିଛି।
ଏହି ଅଞ୍ଚଳରେ କିଛିଦିନ ପୂର୍ବରୁ ବେଆଇନ ଭାବେ ଶତାଧିକ ପୋଖରୀ ଖୋଳି ହଜାର ହଜାର ଟ୍ରିପ୍ ମାଟିକୁ ରାସ୍ତାରେ ପକାଯାଉଛି।
ପୋଖରୀଗୁଡ଼ିକ ୧୦ରୁ ୧୫ ଫୁଟ ଗଭୀର ଖୋଳାଯାଇଛି।
Horoscope 2026 August 05: ଜାଣନ୍ତୁ ଆଜିର ରାଶିଫଳ...
ଯାହା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି।
ସରକାରୀ ନିୟମ ଅନୁସାରେ ନଦୀବନ୍ଧର ୫ ଶହ ମିଟର ଦୂରରୁ ମାଟି ଖୋଳା ଯାଇପାରିବ ନାହିଁ।
ମାତ୍ର ଠିକାସଂସ୍ଥା ଜିଲ୍ଲା ପ୍ରଶାସନ ଓ ଦଶରଥପୁର ରାଜସ୍ବ ବିଭାଗକୁ ଅନ୍ଧାରରେ ରଖି ଏଭଳି ମନମୁଖି କାର୍ଯ୍ୟ କରିଛି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କୋମଲ କୁମାର ସ୍ବାଇଁଙ୍କୁ ପଚାରିବାରୁ ନୂଆ ମାଟି ପଡ଼ିଥିବାରୁ ରାସ୍ତା ଧସିଯାଇଥିବା ସ୍ବୀକାର କରିବା ସହ ତୁରନ୍ତ ଏହାର ମରାମତି ପାଇଁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।