Flood in Bhadrak: ବନ୍ୟାରେ ପାଲଟିଛି ଜଳଭଣ୍ଡାର ଭଦ୍ରକ ଜିଲ୍ଲାର ପରିବା ହବ୍

Aug 04, 2026 - 23:59
Flood in Bhadrak: ବନ୍ୟାରେ ପାଲଟିଛି ଜଳଭଣ୍ଡାର ଭଦ୍ରକ ଜିଲ୍ଲାର ପରିବା ହବ୍

"ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ପରିବା ଚାଷର ହବ କୁହାଯାଉଥିବା ତିହିଡି ବ୍ଲକର ଦୋଳସାହି, ପାଳିଆ, ଗୁଆମାଳ, ତଳଗୋପବିନ୍ଧା, ହାଜିପୁର, ରାଢ଼କ, ନୟାନନ୍ଦ୍, କୁବେରା, ବାରୁଅ ଆଦି ଅଞ୍ଚଳରେ ବ୍ୟାପକ ଭାବରେ ପରିବା ଚାଷ  କରାଯାଏ।

ଏହି ସବୁ ଗ୍ରାମରେ ବିଶେଷ କରି ପୋଟଳ, ବାଇଗଣ, କବି, ବୋଇତ କଖାରୁ, କଲରା, ଜହ୍ନି, ଭେଣ୍ଡି, କାକୁଡି, ଗାଜର, ଝୁଡଙ୍ଗ, ବିମ୍ସ,  ଶାଗ,  ସଜନା ଛୁଇଁ, କଦଳୀ  ଆଦି ଦେଶୀ ପନି ପରିବା ଚାଷ ପାଇଁ ପ୍ରସିଦ୍ଧ।

ଭଦ୍ରକ ମାର୍କେଟକୁ ରାତି ପାହିଲେ ଏହି ଅଞ୍ଚଳରୁ ଶହ ଶହ  ଟନ  ପରିବା ଆସେ।Advertisment କେବଳ ଭଦ୍ରକ ନୁହେଁ ଦୋଳସାହି ବୋଇତାଲୁ ବାଲେଶ୍ୱର, କେନ୍ଦୁଝର, ଯାଜପୁର ଏପରିକି କଟକ ଓ ଭୁବନେଶ୍ୱରକୁ ଯୋଗାଣ କରାଯାଏ।

ଦୋଳସାହି ବୋଇତାଲୁ ର ଏକ ସ୍ବତନ୍ତ୍ର ପରିଚୟ ରହିଥିବା ବେକେ ଏବେ ଏହି ଅଞ୍ଚଳର ପରିବା ଚାଷ କ୍ଷେତରେ ବନ୍ୟା ଜଳ ଲହଡ଼ି ମାରୁଛି।

ସାଳନ୍ଦୀର ବନ୍ୟା ଜଳ ଓ ଲଗାଣ ବର୍ଷା ଜଳ ପରିବା କ୍ଷେତରେ ପଶି ସବୁ ପାଣି ପରିବା ଗଛ କୁ ନଷ୍ଟ କରି ଦେଇଥିବା ବେଳେ ଏବେ ପରିବା କ୍ଷେତ ସବୁ ଜଳ ଭଣ୍ଡାରର ଭ୍ରମ ସୃଷ୍ଟି କରୁଛି।

ପରିବା କ୍ଷେତରେ ଲହଡ଼ି ଖେଳୁଛି ସାଳନ୍ଦୀର ବନ୍ୟା ଜଳ।

ଶହ ଶହ ଏକର ପରିବା ଚାଷ ଉଜୁଡ଼ି ଯାଇଛି।

ଏହି ଅଞ୍ଚଳର ଲୋକେ ପରିବା ଚାଷ କରି ନିଜର ଜୀବିକା ନିର୍ବାହ କରନ୍ତି।

Flood water: ଅଚ୍ୟୁତପୁର କାଜ ଡେଇଁଲା ବନ୍ୟା ଜଳ: ବାଲିପାଟଣାରେ ବନ୍ୟା ଆଶଙ୍କା, ମୁକାବିଲା ପାଇଁ ପ୍ରଶାସନ ସଜାଗ ଏବେ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

କଣ କରିବେ।

କେମିତି ଚଳିବେ।

ପରିବାର ପ୍ରତିପୋଷଣ କରିବା ଏମାନଙ୍କ ପାଇଁ ଏବେ କଷ୍ଟକର ହୋଇପଡ଼ିଛି।

ଦୋଳସାହି ଗାଜିପୁରର ସଫଳ ପରିବା ଚାଷୀ ଗଣେଶ ଖାମୁରାଇ।

ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପୁରସ୍କାର ପ୍ରାପ୍ତ କୃଷକ ଏବେ ଚିନ୍ତାରେ ଅଛନ୍ତି।

ଚଳିତ ସାଳନ୍ଦୀ ନଦୀର ବନ୍ୟାରେ ବୁଡ଼ି ଯାଇଛି ତାଙ୍କର ଏକର ଏକର ପରିବା ଚାଷ।

ସେ ପୋଟଳ, କଲରା, ବାଇଗଣ, ଟମାଟୋ, ବୋଇତାଳୁ, କବି ଭେଣ୍ଡି, କାକୁଡି ଭଳି ପନିପରିବା ଚାଷ କରନ୍ତି।

ତାଙ୍କର ଚାଷ ସଂପୂଣ୍ଣ ଉଜୁଡି ଯାଇଥିବା ବେଳେ ସେ କିପରି ଚଳିବେ ଭାବୁଛନ୍ତି।

ତାଙ୍କ ପରିବା କ୍ଷେତରେ ଯୁଆଡ଼େ ଦେଖିବେ ଖାଲି ଜଳ ଆଉ ଜଳ।

ଜଳମୟ ଭିତରେ ଜୀବନ ର ସବୁ ରୋଜଗାର ସ୍ଵପ୍ନ ତାଙ୍କର ଧୂଳିସାତ ହୋଇଯାଇଛି।

ଗଣେଶଙ୍କ ପରି ସଫଳ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଚଳିତ ବନ୍ୟା।

ସେହିପରି ଏହି ଅଞ୍ଚଳରେ ନୁଆନନ୍ଦ୍ ଗ୍ରାମର ପରିବା ଚାଷୀ କୈଳାଶ ଚନ୍ଦ୍ର ପତି କହନ୍ତି, ମୋ କଦଳୀ ବାଡି ଉଜୁଡି ଯାଇଛି।

ଗଛ ସବୁ ଭାଙ୍ଗି ପଡ଼ିଛି।

କଦଳୀ ବାଡ଼ିରେ ମଣିଷ ଉଚ୍ଚରେ ବନ୍ୟା ପାଣି ଯାଇ ସବୁ ନଷ୍ଠ କରି ଦେଉଛି।

ଲାଉ ଚାଷ ପାଇଁ ସେ ଏହି ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିଥିଲେ।

ତାଙ୍କର ଲାଉ କ୍ଷେତ ରେ ବୁଡି ରହିଛି ବନ୍ୟା ଜଳ।

ଆଉ ପାଣି ଶୁଖୀବ ନା ଲାଉ ଚାଷ ହେବ।

ଏବର୍ଷ ପାଇଁ ଆମ ଭେଜାଲ ବୁଡ଼ିଗଲା ବୋଲି କୈଳାସ ନିଜର ଦୁଃଖ ପ୍ରକାଶ କରି କହିଥିବା ବେକେ ସରକାରୀ ସହାୟତା ନମିଳିଲେ ଆମେ ପୁଣି ଚାଲିବୁ କେମିତି ବୋଲି କହିଛନ୍ତି।

ପାଳିଆର ପ୍ରଭାକର ନାୟକ ଜଣେ ସଫଳ ପୋଟଳ ଚାଷୀ ହୋଇଥିବା ବେକେ ପୋଟଳ ବାଡି ଉଜୁଡି ଯାଇଛି ବୋଲି ଦୁଃଖ ପ୍ରକାଶ କରି ଛନ୍ତି।

ବନ୍ୟା ଆମର ସବୁ କିଛି ଉଜାଡି ଦେଲା ବୋଲି ତିହିଡି ଅଞ୍ଚଳର ଅନେକ ଚାଷୀ ନିଜର ଦୁଃଖ କାହାଣୀ କହିଥିବା ବେଳେ ଭଦ୍ରକ ମାର୍କେଟ ରେ ଏଣିକି ଗୁଆମଳ ପନିପରିବା ମିଳିବା ସ୍ଵପ୍ନ ପାଲଟିବ।

କେବଳ ତିହିଡି ବ୍ଲକ ନେହେ ବନ୍ତ ବ୍ଲକ ର ଗଣିଯାଙ୍ଗ, ଛୁଆଳସିଂହ, ଗୋପାଳପୁର, ପଳସା, ଲମଙ୍ଗା, ବୋଡ଼କ, ଓଡ଼ଙ୍ଗ, କଦବରାଙ୍ଗ, ଭର୍ଶିଂ ପୁର, ପାଟନା, ଗୋଲାସହି, ତୁମ୍ଭାପଦି, ବିଂଝା, ନାଖିବିଲି, କଂଟିଗଡିଆ ଆଦି ଗ୍ରାମରେ ଦେଶୀ ପନିପରିବା କ୍ଷେତ ସବୁ ଲଗାଣ ବର୍ଷାରେ ଉଜୁଡି ଯାଇଛି।

ରେବ ଓ କପାଳୀ ନଦୀର ବନ୍ୟା ଜଳ ରେ  ବନ୍ତ ବ୍ଲକର ବ୍ୟାପକ ପନିପରିବା କ୍ଷେତ ଉଜୁଡି ଯାଇଛି।

ଗତ ୧୦ ଦିନ ଧରି ଲଗାଣ ବର୍ଷା ଯୋଗୁ ଏହି ଅଞ୍ଚଳରେ ଚାଷୀଙ୍କର ସବୁ ପରିବା ଚାଷ ଜମିରେ ପାଣି ପଶି ନଷ୍ଟ ହୋଇଯାଇଛି।

ଏହି ଅଞ୍ଚଳର ଚାଷୀ ଜୟନ୍ତ ଗିରି କହନ୍ତି,  ଯାହା ସବୁ ଚାଷ କରିଥିଲୁ ସବୁ କ୍ଷେତ୍ରରେ ବର୍ଷା ଜଳ ଲହଡି ଖେଳୁଛି।

ବାଇଗଣ , ଜହ୍ନି, କାକୁଡି, ଭେଣ୍ଡି, ଲଙ୍କା ଚାଷ ମୋର ସବୁ ଉଜୁଡି ଯାଇଛି।

ଏବର୍ଷ ଆଉ ଚାଷ କରିବା ସମ୍ଭବ ନୁହେଁ ବୋଲି ପରିବା ଚାଷୀ ହେମନ୍ତ ଗିରି କହିଛନ୍ତି।

ସେହିପରି ଭଦ୍ରକ ବ୍ଲକର କଉପୁର, ଜଲଙ୍ଗା, ଓଲଂଗ, ଗଞ୍ଜେଇବାଡ଼ି, ଅର୍ଣପାଳ ଆଦି ଅଞ୍ଚଳରେ ଚାଷୀଙ୍କର ପାରିବ ଚଡ ଉଜୁଡି ଯାଇଥିବା ବେକେ ଭଦ୍ରକ ମାର୍କେଟ ଆଉ ଏହିସବୁ ଅଞ୍ଚଳର ଦେଶୀ ପନିପରିବା ଦେଖିବା କୁ ମିଳୁ ନାହିଁ ।

ପରିବା ଚାଷୀ ଏବେ ଚିନ୍ତାରେ ରହିଥିବା ବେକେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ଜିଲ୍ଲାରେ ପ୍ରାୟ ୪ ଶହ ହେକ୍ଟର ଚାଷ ଜମି  ବନ୍ୟାରେ ନସ୍ଥ ହୋଉଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା ବେକେ ଜିଲ୍ଲାରେ ପ୍ରାୟ ହଜାରେ ପରିବା ଚାଷୀଙ୍କ କ୍ଷେତ ଉଜୁଡି ଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।