600 families missing: ୬୦୦ ପରିବାରର ସନ୍ଧାନ ମିଳୁନି: ନକ୍ସଲଙ୍କ ଦ୍ବାରା ହୋଇଥିଲେ ବିତାଡ଼ିତ

Aug 05, 2026 - 02:33
600 families missing: ୬୦୦ ପରିବାରର ସନ୍ଧାନ ମିଳୁନି: ନକ୍ସଲଙ୍କ ଦ୍ବାରା ହୋଇଥିଲେ ବିତାଡ଼ିତ

"ମାଲକାନଗିରି: ଦିନେ ନକ୍ସଲଙ୍କ ନିୟନ୍ତ୍ରଣରେ ଥିଲା ମାଲକାନଗିରି।

ବନ୍ଧୁକ ମୁନରେ ନେଉଥିଲେ ନିଷ୍ପତ୍ତି।

ସଂଗଠନର ନିୟମ ଭାଙ୍ଗିଲେ ଶାସ୍ତି, ମୃତ୍ୟୁଦଣ୍ଡ ମିଳୁଥିଲା, ବିତାଡ଼ିତ ହେଉଥିଲେ।

ମାଲକାନଗିରି ଜିଲ୍ଲାର ଶହ ଶହ ପରିବାର ଭିଟାମାଟିରୁ ବିତାଡ଼ିତ ହୋଇଛନ୍ତି।

ଓଡ଼ିଶାର ବିଭିନ୍ନ ସ୍ଥାନ ସହ ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ଏହି ପରିବାର ଚାଲି ଯାଇଥିବା ଜଣାପଡ଼ିଛି।

ଆକଳନ ଅନୁସାରେ ୬ଶହରୁ ଅଧିକ ପରିବାର ନିଜ ଭିଟାମାଟିକୁ ଫେରିନଥିବା ସୂଚନା ମିଳିଛି।

ଏବେ ବି ସେମାନଙ୍କ ଜମିବାଡ଼ି ପଡ଼ିଆ ପଡ଼ିଛି।

ଘର ଜରାଜୀର୍ଣ୍ଣ ଅବସ୍ଥାରେ।

ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ଯନ୍ତ୍ରୀ, ପଣସପୁଟ, ଗାଜଲମାମୁଡି, ଧୂଳିପୁଟ, ରାଲଗେଡା, ବଡପଦର, ଯଡାମ୍ବ, କୁରମାନୁର, ପାପଲୁର ପଞ୍ଚାୟତରୁ ଅଧିକ ପରିବାର ବିତାଡ଼ିତ ହୋଇଛନ୍ତି।

ମାଥିଲି ବ୍ଲକର ମହୁପଦର, ଟେମୁରୁପାଲୀ, କର୍ତ୍ତନପାଲୀ, ସାଲିମି ପଞ୍ଚାୟତରୁ ବହୁ ପରିବାର ନକ୍ସଲଙ୍କ ନିର୍ଯାତନା ସହିନପାରି ଗାଁ ଛାଡିଛନ୍ତି।

ନିଜ ପରିବାରକୁ ନେଇ ଏହି ପରିବାର କୁଆଡ଼େ ଗଲେ କେହି କିଛି କହିପାରୁ ନାହାନ୍ତି।

ବର୍ତ୍ତମାନ ନକ୍ସଲଙ୍କ ଆତଙ୍କ ଥମିବା ସତ୍ତ୍ବେ ବିତାଡ଼ିତ ପରିବାରଙ୍କ ପତ୍ତା ମିଳୁନି।

ସେମାନେ ଏବେ କେଉଁଠି ବୋଲି ପ୍ରଶ୍ନ ଉଠିଛି।

ଯାହାର ଉତ୍ତର ଦେବାକୁ ପ୍ରଶାସନ ସୁଦ୍ଧା ଅକ୍ଷମ।Advertisment Malkangiri: ମାଲକାନଗିରିକୁ ଉଡ଼ିବ ବିମାନ: ଜୁଲାଇ ୨୨ରେ ଟ୍ରାଏଲ ରନ୍‌ ପ୍ରାୟ ୩ ଦଶନ୍ଧି ଧରି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ମାଥିଲି, କାଲିମେଳା ଏବଂ ପଡିଆ ବ୍ଲକରେ ଅରାଜକତାର ଶାସନ ଚାଲିଥିଲା।

ଅନେକ ନିରୀହ ଲୋକ ଏଭଳି ଜୁଲମ ବିରୋଧରେ ସ୍ବର ଉଠାଇ ପ୍ରାଣ ହରାଇଛନ୍ତି।

କୌଣସି ପରିବାରର ଜଣେ ସଦସ୍ୟ ବି ନକ୍ସଲଙ୍କୁ ବିରୋଧ କରିଲେ ପୂରା ପରିବାର ପରିଣାମ ଭୋଗୁଥିଲା।

ବାହାରକୁ ଯିବାରେ ରୋକ୍‌ ଲଗାଇବା ସହ ଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଇଥିଲେ ନକ୍ସଲ।

ସେହିପରି ଭଲ ଘରେ, ଅଧିକ ସଂପତ୍ତି ତଥା ଅଧିକ ଗୃହପାଳିତ ପଶୁ ରଖିଲେ ନକ୍ସଲ ଟାର୍ଗେଟ କରୁଥିଲେ।

ତେଣୁ ଉପରୋକ୍ତ ବ୍ଲକ୍‌ଗୁଡ଼ିକରୁ ୨ହଜାରରୁ ଅଧିକ ପରିବାର ଅନିଚ୍ଛା ସତ୍ତ୍ବେ ଜୀବନ ଭୟରେ ଭିଟାମାଟି ଛାଡ଼ିଛନ୍ତି।

ଏପରିକି ପଡ଼ୋଶୀ ଛତିଶଗଡ଼ର ସୁକମା ଜିଲ୍ଲାରୁ ବି ଅନେକ ପରିବାର ଘରଦ୍ବାର ଛାଡ଼ି ମାଲକାନଗିରି ଜିଲ୍ଲାରେ ଶରଣ ପଶିଥିଲେ।

Malkangiri College Exam Mismanagement ପରୀକ୍ଷା ପରିଚାଳକଙ୍କ ଖାମଖିଆଲି, ବାଣିଜ୍ୟ ପରୀକ୍ଷାର୍ଥୀଙ୍କୁ ରାଜନୀତି ପ୍ରଶ୍ନପତ୍ର ୨୦୧୫ ମସିହା ପରେ ସ୍ଥିତି ବଦଳିବା ଆରମ୍ଭ ହେଲା।

କେନ୍ଦ୍ରୀୟ ବାହିନୀ କ୍ୟାମ୍ପ କରିବାରୁ ଲୋକଙ୍କ ଭିତରେ ସାହସ ଫେରିଥିଲା।

କିନ୍ତୁ ବହୁ ବର୍ଷ ତଳେ ଭିଟାମାଟି ଛାଡ଼ିଥିବା ଶହ ଶହ ପରିବାର ଆଉ ନିଜ ଗାଁକୁ ଫେରିଲେ ନାହିଁ।

ସେମାନଙ୍କୁ ନିଜ ଗାଁକୁ ଫେରିବା ଲାଗି ମଧ୍ୟ ସେହି ସମୟରେ କୌଣସି ପଦକ୍ଷେପ ନିଆଗଲା ନାହିଁ।

ସ୍ବାଭିମାନ ଅଞ୍ଚଳରୁ ବିତାଡ଼ିତ ହୋଇଥିବା କେତେକ ପରିବାର ଚିତ୍ରକୋଣ୍ଡା ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ବହୁ ଦିନ ଧରି ରହିଥିଲେ।

ସେମାନଙ୍କ ଥଇଥାନ ଲାଗି କୌଣସି ବ୍ୟବସ୍ଥା ନହେବାରୁ ଏହି ପରିବାର ଏବେ କେଉଁଠି କାହା ପାଖରେ ଖବର ନାହିଁ।

ପୁଲିସ ଓ ପ୍ରଶାସନ ବିସ୍ଥାପିତ ପରିବାରକୁ ନିଜ ଅଞ୍ଚଳକୁ ଫେରିବାକୁ ବାରମ୍ବାର ଆହ୍ବାନ ଦେଉଛି।

ତେବେ ଏହି ପରିବାର ଓ ସେମାନଙ୍କ ପରବର୍ତ୍ତୀ ପିଢ଼ି ସେ ସମୟର ରକ୍ତପାତକୁ ଭୁଲି ନଥିବା କୁହାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।