Five Orangutan Babies Get New Lease of Life: ନନ୍ଦନକାନନରେ ଖୁସି ଖବର, ରକ୍ତହୀନତାରୁ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ୫ ଶାବକ
ନନ୍ଦନକାନନରେ ସୁସ୍ଥ ହେଲେ ୫ ଓରାଙ୍ଗଉଟାନ ଶାବକ।
ରକ୍ତହୀନତା ଓ ପୁଷ୍ଟିହୀନତାରୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ସମସ୍ତ ଶାବକ।
ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହେବା ପରେ ସେପ୍ଟେମ୍ବର ୮ ତାରିଖରୁ ନନ୍ଦନକାନନରେ ଚାଲିଥିଲା ସେମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ଓ ଯତ୍ନ।
ପୂର୍ବରୁ ଶାବକଙ୍କ ହିମୋଗ୍ଲୋବିନ୍ ସ୍ତର ୪ରୁ ୪.୨ ଗ୍ରାମ୍ ପ୍ରତି ଡେସିଲିଟର ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ପ୍ରାୟ ୧୧ ଗ୍ରାମ୍ ପ୍ରତି ଡେସିଲିଟରରେ ପହଞ୍ଚିଛି।
ଅର୍ଥାତ୍ ରକ୍ତହୀନତା ସମସ୍ୟାରୁ ମୁକ୍ତ ହୋଇଛନ୍ତି ସମସ୍ତ ଶାବକ।
Advertisment ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଓ ଶାରୀରିକ ବିକାଶ ସ୍ୱାଭାବିକ ରହିଛି।
ପୂର୍ବରୁ ବିଶେଷଜ୍ଞ କମିଟିଙ୍କ ପରାମର୍ଶ ପରେ ଶାବକମାନଙ୍କୁ ଫର୍ଟିଫାଏଡ୍ ମିଲ୍କ ଫର୍ମୁଲା, ଫଳ ଓ ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ ଦିଆଯାଉଥିଲା।
ଏବେ ମଧ୍ୟ ସେହି ଖାଦ୍ୟ ଜାରି ରହିଛି।
ନିୟମିତ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି।
ଅନ୍ୟପଟେ ଶୀତ ଋତୁକୁ ଦୃଷ୍ଟିରେ ରଖି ଶାବକଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା।
ହ୍ୟାଣ୍ଡ ରିୟରିଂ ସେଣ୍ଟରରେ ରହିବ ନିୟନ୍ତ୍ରିତ ତାପମାତ୍ରା ବ୍ୟବସ୍ଥା।
ଅଧିକ ଥଣ୍ଡା ହେଲେ ହିଟର ବ୍ୟବହାର କରାଯିବ।
ଏଥିସହ ପ୍ରତି ଦୁଇ ଦିନରେ ଥରେ ଶାବକମାନଙ୍କୁ ଖରାରେ ବସାଯିବ।
ଶୀତରୁ ସୁରକ୍ଷା ସହ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ରହିବ କଡ଼ା ନଜର।
ସେପଟେ ଶାବକଙ୍କ ପାଇଁ ନିର୍ମାଣ ହୋଇଛି ଏକ ବଡ଼ ଏନକ୍ଲୋଜର।
ସିଜେଏ ଅନୁମତି ମିଳିଲେ ଓରାଙ୍ଗଉଟାନ ପର୍ଯ୍ୟଟକଙ୍କ ପାଇଁ ହେବେ ପ୍ରଦର୍ଶିତ।
ଡିସେମ୍ବରରେ ୯୦ ଦିନିଆ କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ବିଶେଷଜ୍ଞ କମିଟିଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ନୂଆ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ।...
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
