First grain harvest in space: ମହାକାଶରେ ପ୍ରଥମ ଧାନ ଅମଳ

Aug 13, 2026 - 08:56
First grain harvest in space: ମହାକାଶରେ ପ୍ରଥମ ଧାନ ଅମଳ

"ଯେଉଁ କଥା ଦିନେ କାଳ୍ପନିକ ବିଜ୍ଞାନ କାହାଣୀ ପରି ମନେ ହେଉଥିଲା, ତାହା ବାସ୍ତବ ହେବାକୁ ଯାଉଛି।

ତାହା ହେଲା, ତିଆଙ୍ଗ୍‌ଗଙ୍ଗ୍‌ ମହାକାଶ କେନ୍ଦ୍ରରେ ଥିବା ଚୀନ୍‌ର ମହାକାଶଚାରୀମାନେ ସେଠାରେ ଚାଷ କରି ପ୍ରଥମ ଥର ଲାଗି ଧାନ ଅମଳ କରିବାରେ ସଫଳ ହୋଇଛନ୍ତି।

ଭବିଷ୍ୟତରେ ହେବାକୁ ଥିବା ଦୀର୍ଘକାଳୀନ ଅଭିଯାନ ପାଇଁ ଖାଦ୍ୟ ଉତ୍ପାଦନ କରିବାକୁ ଏହା ଆଉ ଏକ ପଦକ୍ଷେପ।

ବୈଜ୍ଞାନିକମାନେ ଚନ୍ଦ୍ର, ମଙ୍ଗଳ ଓ ଅନ୍ତରୀକ୍ଷର ଅନ୍ୟ ସ୍ଥାନରେ ଚୀନ୍‌ କରିଥିବା ଧାନଚାଷ ଉପାୟ ଅବଲମ୍ବନ କରି ଖାଦ୍ୟଶସ୍ୟ ଉତ୍ପାଦନ କରିପାରିବେ।

ଗତ ମେ ୨୪ରେ ଉତ୍‌କ୍ଷେପିତ ସେନ୍‌ଝୌ-୨୩ ମିସନ୍‌ ସମୟରେ ଏହି ଧାନଗୁଡ଼ିକୁ ତିଆଙ୍ଗ୍‌ଗଙ୍ଗ୍‌ ମହାକାଶ କେନ୍ଦ୍ରକୁ ନିଆଯାଇଥିଲା।

Advertisment Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ ଦୁଇ ମାସରୁ ଅଧିକ କାଳ ଚାଷ କରି ମହାକାଶଚାରୀ ଝୁ ୟାଙ୍ଗ୍‌ଝୁ, ଝାଙ୍ଗ୍‌ ଝିୟୁଆନ୍‌ ଓ ଲାଇ କାୟିଙ୍ଗ୍‌ ପ୍ରଥମ ଧାନ ନମୁନା ସଂଗ୍ରହ କରିଛନ୍ତି। "ଚ‌‌ାଇନା ମ୍ୟାନ୍‌ଡ୍‌ ସ୍ପେସ୍‌ ଏଜେନ୍‌ସି" ରିଲିଜ୍‌ କରିଥିବା ଭିଡି‌ଓରେ ଦେଖାଯାଉଛି ଯେ, ମହାକାଶଚାରୀମାନେ ଧାନ ଅମଳ କରି ଅଧିକ ଗବେଷଣା ପାଇଁ ଗଚ୍ଛିତ କରୁଛନ୍ତି।

୨୦୨୨ରେ ଚୀନ୍‌ର ମହାକାଶଚାରୀମାନେ ବିଶ୍ବର ସର୍ବପ୍ରଥମ ସମ୍ପୂର୍ଣ୍ଣ ଧାନଚାଷ ଉପରେ ଗବେଷଣା କରିଥିଲେ।

ସେହି ଗବେଷଣା ଆଧାରରେ ସେଠାରେ ଧାନ ଅମଳ କରାଯାଇପାରିଛି।

ଏହି ଅଭିଯାନରେ ମାତ୍ର ୬ଟି ଧାନ ୧୨୦ ଦିନ ଧରି ତିଆଙ୍ଗ୍‌ଗଙ୍ଗ୍‌ ମହାକାଶ କେନ୍ଦ୍ର ଭିତରେ ଥାଇ ମହାକାଶ କକ୍ଷପଥରେ ପ୍ରଦକ୍ଷିଣ କରିଥିଲା।

ସେତେବେଳେ ଅମଳ ହୋଇଥିଲା ୫୯ଟି ଧାନ।

ସେଗୁଡ଼ିକୁ ପୃଥିବୀକୁ ଅଣାଯାଇଥିଲା।

୨୦୨୨ରେ ଚୀନ୍‌ର ମହାକାଶଚାରୀମାନେ ସର୍ବପ୍ରଥମେ ମହାକାଶରେ ଧାନଚାଷ ଉପରେ ଗବେଷଣା କରିଥିଲେ।

ସେହି ଗବେଷଣା ଆଧାରରେ ସେଠାରେ ଧାନ ଅମଳ କରାଯାଇପାରିଛି।

ଏବର ଅଭିଯାନରେ ଦୁଇ କିସମର ଜାପୋନିକା ଧାନଚାଷ ହୋଇଥିଲା।

ସେଗୁଡ଼ିକରୁ ଗୋଟିଏ କିସମ ଅତି ସାଧାରଣ ଏବଂ କେବେହେଲେ ମହାକାଶକୁ ଯାଇ ନ ଥିଲା।

ଅନ୍ୟ କିସମ ଧାନ ହେଉଛି ୨୦୨୨ରେ ତିଆଙ୍ଗ୍‌ଗଙ୍ଗ୍‌ ମହାକାଶ କେନ୍ଦ୍ରରେ ଚାଷ ହୋଇ ଅମଳ ହୋଇ ପୃଥିବୀକୁ ଅଣାଯାଇଥିବା ଧାନ।

ଏହି ଅଭିଯାନ ଓ ପରୀକ୍ଷା ନିରୀକ୍ଷାର ମୂଳ ଲକ୍ଷ୍ୟ ହେଉଛି, ମହାକାଶରେ ସମ୍ପୂର୍ଣ୍ଣ ଭାବେ ଖାଦ୍ୟ ଉତ୍ପାଦନ କରାଯାଇ ପାରିବ ନା ନାହିଁ।

ବୈଜ୍ଞାନିକମାନେ ଆଶାବାଦୀ ଯେ, ଏହା ସଫଳ ହେଲେ ମହାକାଶଚାରୀଙ୍କ ପାଇଁ ଆଉ ପୃଥିବୀରୁ ଖାଦ୍ୟ ଯୋଗାଣ ଆବଶ୍ୟକ ହେବ ନାହିଁ।

ମହାକାଶରେ ଗବେଷକମାନେ ଏକଥା‌ ମଧ୍ୟ ଅନୁଧ୍ୟାନ କରୁଛନ୍ତି ଯେ, ଏକାଧିକ ପିଢ଼ି ଧାନ ଉପରେ ଅତି ସ୍ବଳ୍ପ ମାଧ୍ୟାକର୍ଷଣ ଶକ୍ତି କିଭଳି ପ୍ରଭାବ ପକାଉଛି।

ପ୍ରଥମଥର ପାଇଁ ସେମାନେ ମହାଶୂନ୍ୟରେ ଗୋଟିଏ କିସମର ଦୁଇ ପିଢ଼ି ଧାନଚାଷ କରିବା ଲକ୍ଷ୍ୟ ରଖିଛନ୍ତି।

ପ୍ରଥମେ ସେମାନେ ପୃଥିବୀରୁ ନେଇଥିବା ଧାନକୁ ଚାଷ କରି ଧାନ ଅମଳ କରିବେ।

ପୁଣି ସେଠାରେ ଅମଳ କରାଯାଇଥିବା ନୂଆ ଧାନ ବା ଆଉ ଏକ ପିଢ଼ିର ଧାନଚାଷ କରିବେ।

Uttarakhand: ୧.୫ ଲକ୍ଷ ଟଙ୍କା ଯୋଗାଡ଼ ନ ହେବାରୁ ରୋମାନିଆ ଯାଇପାରି ନ ଥିଲେ ଛାତ୍ରୀ, ଧାମୀଙ୍କ ସାମ୍ନାରେ ଭାବପ୍ରବଣ ହୋଇ କହିଲେ ଏହି ପରୀକ୍ଷାରେ ଚାରିଟି ଚାଷ ୟୁନିଟ୍‌ ବା ଏକକ ରହିଛି।

ପ୍ରତ୍ୟେକ ୟୁନିଟ୍‌ରେ ୬ଟି ଲେଖାଏଁ ଧାନ ଅଛି।

ସେହି ୟୁନିଟ୍‌ ସବୁକୁ ଦୁଇଟି ଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି।

ସେଥିରେ ଦୁଇଟି ଉପାୟରେ ଧାନଚାଷ ହେଉଛି।

ଗୋଟିଏ ବର୍ଗରେ ସାଧାରଣ ବିହନରୁ ବିହନ ଉତ୍ପନ୍ନ ପ୍ରକ୍ରିୟା ଅନୁସରଣ କରାଯାଉଛି।

ଏହାଦ୍ବାରା ବୈଜ୍ଞାନିକମାନେ ପରୀକ୍ଷା କରି ଦେଖିବେ ଯେ, ଅମଳ ହୋଇଥିବା ଧାନଗୁଡ଼ିକ ପୂର୍ବ ଭଳି ମହାଶୂନ୍ୟ ପରିବେଶରେ ନିଜକୁ ଭଲ ଭାବେ ଖାପଖୁଆଇ ପାରିଛନ୍ତି କି ନାହିଁ।

ଦ୍ବିତୀୟ ବର୍ଗରେ ଯେଉଁ ପଦ୍ଧତି ଉପଯୋଗ କରାଯାଉଛି, ତାହା ପିଲ ପ୍ରଣାଳୀ, ଅର୍ଥାତ୍  କଟାଯାଇଥିବା ଧାନଗଛ ଚେର ବା ନଡ଼ାରୁ ପିଲ ବାହାରି ସେଥିରୁ ପୁନଶ୍ଚ ଅମଳ କରାଯାଉଥିବା ପ୍ରଥମ ଧାନ।

ସ୍ବଳ୍ପ ମାଧ୍ୟାକର୍ଷଣ ଶକ୍ତି ଥିବା କ୍ଷେତ୍ରରେ କିପରି ବିଭିନ୍ନ ପଦ୍ଧତିରେ ଉତ୍ପାଦନ ହେଉଛି,  ଗବେଷକମାନେ ତାହାକୁ ତୁଳନା କରିପାରିବେ।

ମହାକାଶଚାରୀମାନେ ଧାନଗଛର କାଣ୍ଡ ଓ ପତ୍ରଗୁଡ଼ିକୁ ମଧ୍ୟ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖିଛନ୍ତି।

ଅଧିକ ଗବେଷଣା ଲାଗି ଏହାକୁ ସେମାନେ ପୃଥିବୀକୁ ଆଣିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media