US Army: ଇରାକରେ ୨୩ ବର୍ଷର ଆମେରିକୀୟ ସାମରିକ ଉପସ୍ଥିତିର ଅନ୍ତ, ୩୦ ସେପ୍ଟେମ୍ବର ସୁଦ୍ଧା ସେନା ପ୍ରତ୍ୟାହାର

Aug 13, 2026 - 08:56
US Army: ଇରାକରେ ୨୩ ବର୍ଷର ଆମେରିକୀୟ ସାମରିକ ଉପସ୍ଥିତିର ଅନ୍ତ, ୩୦ ସେପ୍ଟେମ୍ବର ସୁଦ୍ଧା ସେନା ପ୍ରତ୍ୟାହାର

"ୱାଶିଂଟନ୍: ଆମେରିକା ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଇରାକରୁ ନିଜର ସମସ୍ତ ସେନା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତି ଚଳାଇଛି ।

ଇରାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୂଚନା ନିଶ୍ଚିତ କରିଛି ।

ବୁଧବାର ଇରାକ ପ୍ରଧାନମନ୍ତ୍ରୀ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଆଡମିରାଲ୍ ବ୍ରାଡ୍ କୁପରଙ୍କ ସହ ସାକ୍ଷାତ କରିଥିଲେ ।

ଏହି ପ୍ରତ୍ୟାହାର ସହିତ ଇରାକରେ ଆମେରିକାର ପ୍ରାୟ ୨୩ ବର୍ଷର ସାମରିକ ଉପସ୍ଥିତିର ଅନ୍ତ ଘଟିବ।

୨୦୦୩ ମସିହାରେ ସଦ୍ଦାମ ହୁସେନଙ୍କ ଶାସନ ବିରୋଧରେ ଆମେରିକାର ସାମରିକ ଅଭିଯାନ ପରେ ଇରାକରେ ଆମେରିକୀୟ ସେନାର ଉପସ୍ଥିତି ଆରମ୍ଭ ହୋଇଥିଲା ।ଇରାନ ସହ ଆମେରିକାର ଉତ୍ତେଜନା ଜାରି ରହିଥିବା ସମୟରେ ଏହି ସେନା ପ୍ରତ୍ୟାହାର ଘୋଷଣା କରାଯାଇଛି ।Advertisment Pakistan Army: ପାକିସ୍ତାନ ସେନା ପକ୍ଷରୁ ସ୍ପଷ୍ଟୀକରଣ "ଇମ୍ରାନ ଖାନ ଜୀବିତ ଅଛନ୍ତି" ମୃତ୍ୟୁ ଗୁଜବକୁ ଖଣ୍ଡନ ୩୦ ସେପ୍ଟେମ୍ବର ହେବ ଶେଷ ତାରିଖଆଡମିରାଲ୍ ବ୍ରାଡ୍ କୁପରଙ୍କ ସହ ସାକ୍ଷାତ ପରେ ଇରାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।

ବିବୃତ୍ତି ଅନୁସାରେ, ଇରାକରେ ଇସଲାମିକ୍ ଷ୍ଟେଟ୍ (ISIS) ବିରୋଧରେ ଆମେରିକା ନେତୃତ୍ୱାଧୀନ ମେଣ୍ଟର ସାମରିକ ମିଶନ ଶେଷ କରିବା ସହ ସେନା ପ୍ରତ୍ୟାହାର ପ୍ରକ୍ରିୟା ୩୦ ସେପ୍ଟେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।

ଏହା ପରେ ୧ ଅକ୍ଟୋବରରୁ ଇରାକରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ବିବୃତ୍ତିରେ କୁହାଯାଇଛି ।

ଅର୍ଥାତ୍, ଇରାକରେ ବିଦେଶୀ ସାମରିକ ଉପସ୍ଥିତି ସମ୍ପୂର୍ଣ୍ଣ ଶେଷ ହେବାର ଦାବି କରାଯାଇଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media