Budhabalanga: ଲଗାଣ ବର୍ଷା ଯୋଗୁଁ ବଢୁଛି ବୁଢ଼ାବଳଙ୍ଗରେ ଜଳସ୍ତର
ବାଙ୍ଗିରିପୋଷି: ଲଗାଣ ବର୍ଷା ଫଳରେ ଏବେ ମୟୁରଭଂଜ ବାଙ୍ଗିରିପୋଷିର ଅଧିକାଂଶ ଅଂଚଳ ଜଳମଗ୍ନ ହୋଇଛି | ଲଘୁଚାପ ବର୍ଷା ଫଳରେ ବାଙ୍ଗିରିପୋଷି ବ୍ଲକ ପଥୁ୍ରି ପଞ୍ଚାୟତ ବୁଡାମରା ଗାଁ ରାସ୍ତା ବିଛିନ୍ନ ହୋଇଛି। ଜନସାଧାରଣ ଜଳବନ୍ଦୀ ହୋଇଥିବାବେଳେ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ବିଶେଷ କରି ଲଗାଣ ବର୍ଷା ଫଳରେ ବୁଢ଼ାବଳଙ୍ଗ ଓ କତରା ନଦୀ ଜଳସ୍ତର ମଧ୍ୟ ବଢୁଥିବା ଜଣାପଡ଼ିଛି। ରାତି ସାରା ଲଗାଣ ବର୍ଷା ଯୋଗୁଁ ଅଂଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି | ଏବେ ମଧ୍ୟ ବର୍ଷା ଜାରି ରହିଥିବାରୁ ଜଳସ୍ତର ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି |
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
