First Flights, Now Banks: ବ୍ୟାଙ୍କିଂ ସେବା ଠପ୍! ସଫ୍ଟୱେର ବଗ୍ରେ ହଜାର ହଜାର ଗ୍ରାହକ ହନ୍ତସନ୍ତ, ପ୍ରଭାବିତ ହେଲା ବଡ଼ ବ୍ୟାଙ୍କ
ଆମେରିକାରେ ପ୍ରଥମେ ବିମାନ ସେବା ଏବେ ବ୍ୟାଙ୍କିଂ ସେବାରେ ବଡ଼ ବିଭ୍ରାଟ!
ସଫ୍ଟୱେରରେ ତ୍ରୁଟି ଯୋଗୁଁ ହଜାର ହଜାର ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ଟଙ୍କା ଟ୍ରାନ୍ସଫର ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସାମ୍ନା କରିଛନ୍ତି।
ଆମେରିକାର ସବୁଠାରୁ ବଡ଼ ବ୍ୟାଙ୍କ JPMorgan Chaseର ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଦେଇଛି।
ଏହାର ପ୍ରଭାବ ଅନ୍ୟ କେତେକ ବ୍ୟାଙ୍କର ଗ୍ରାହକଙ୍କ ଉପରେ ମଧ୍ୟ ପଡ଼ିଛି।
Advertisment ସୋମବାର ହଠାତ୍ ଅନେକ ଗ୍ରାହକ ଅନଲାଇନ୍ ବ୍ୟାଙ୍କିଂ ସେବା ବ୍ୟବହାର କରିବାରେ ଅସୁବିଧା ଭୋଗିଥିଲେ।
କେହି ନିଜ ଆକାଉଣ୍ଟର ବାଲାନ୍ସ ଦେଖିପାରିନଥିଲେ ତ ଆଉ କେହି ଟଙ୍କା ଟ୍ରାନ୍ସଫର କରିବାରେ ବିଫଳ ହୋଇଥିଲେ।
ଏଟିଏମ୍ କାର୍ଡ ବ୍ୟବହାର ଓ ୱାୟାର ଟ୍ରାନ୍ସଫରରେ ମଧ୍ୟ ସମସ୍ୟା ହୋଇଥିବା ଗ୍ରାହକ ଅଭିଯୋଗ କରିଥିଲେ।
କାହିଁକି ଠପ୍ ହେଲା ବ୍ୟାଙ୍କିଂ ସେବା?
JPMorgan Chase ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନିଜର ଅନ୍-ପ୍ରିମାଇସ୍ ହାର୍ଡୱେର ସିଷ୍ଟମରେ ଥିବା ଏକ ସଫ୍ଟୱେର ବଗ୍ ଯୋଗୁଁ ଏହି ସମସ୍ୟା ହୋଇଛି।
ଏହା ପଛରେ କୌଣସି ସାଇବର ଆକ୍ରମଣର ପ୍ରମାଣ ମିଳିନାହିଁ ବୋଲି ବ୍ୟାଙ୍କ କହିଛି।
ତ୍ରୁଟି ସୁଧାରି ସମସ୍ତ ସେବା ସ୍ୱାଭାବିକ କରିବାକୁ କାମ ଚାଲିଥିବା ମଧ୍ୟ ଜଣାଇଛି।
Advertisment ଅନ୍ୟ ବ୍ୟାଙ୍କ ଉପରେ ପଡ଼ିଲା ପ୍ରଭାବ ଏହି ବିଭ୍ରାଟରେ କେବଳ Chase ନୁହେଁ, Wells Fargo, Bank of America, US Bank ଓ Truistର କିଛି ଗ୍ରାହକ ମଧ୍ୟ ପ୍ରଭାବିତ ହୋଇଥିବା ରିପୋର୍ଟ ଆସିଛି।
Downdetectorରେ Chase ସମ୍ପର୍କରେ ପ୍ରାୟ ୫ ହଜାର ଅଭିଯୋଗ ରେକର୍ଡ ହୋଇଥିବାବେଳେ Bank of America ପାଇଁ ପ୍ରାୟ ୨ ହଜାର ଅଭିଯୋଗ ଆସିଥିଲା।
Wells Fargo ଓ US Bank ପାଇଁ ମଧ୍ୟ ପ୍ରାୟ ୧ ହଜାର ଲେଖାଏଁ ଅଭିଯୋଗ ରେକର୍ଡ ହୋଇଥିଲା।
ତେବେ Chase କହିଛି, ଅନ୍ୟ ବ୍ୟାଙ୍କର ନିଜସ୍ୱ ସିଷ୍ଟମରେ ସମସ୍ୟା ହୋଇନାହିଁ।
Chase ସହ ଟଙ୍କା କାରବାର କରିବା ସମୟରେ କେବଳ ଧିମା ଗତିର ସମସ୍ୟା ଦେଖାଦେଇଥାଇପାରେ।
ଉଲ୍ଲେଖଯୋଗ୍ୟ, ଏହାର କିଛି ଦିନ ପୂର୍ବରୁ ଆମେରିକାର FAA ସିଷ୍ଟମରେ ବିଭ୍ରାଟ ଯୋଗୁଁ ପ୍ରାୟ ୧୦ ହଜାର ବିମାନ ଉଡ଼ାଣ ବାତିଲ ହୋଇଥିଲା।
ଏବେ ବ୍ୟାଙ୍କିଂ ସେବାରେ ଏଭଳି ସମସ୍ୟା ଆମେରିକାର ଡିଜିଟାଲ୍ ବ୍ୟବସ୍ଥାର ନିର୍ଭରଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
