06 JUNE 2026

Welcome!

Unlock your personalized experience.
Sign Up

Fire: ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

Jun 04, 2026 - 12:52
Fire: ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ଉଲୁଣ୍ଡା: ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ-ବିନିକା ରାସ୍ତାରେ ଥିବା ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ବିଳମ୍ବିତ ରାତିରେ କୌଣସି କlରଣବଶତଃ ନିଆଁ ଲାଗି ଯାଇଥିଲା | ଏହି ଅଗ୍ନିକାଣ୍ଡରେ ତେଲ ମିଲରେ ଥିବା  ଅଖା ବସ୍ତା  ସବୁ ପୋଡି ଯାଇଛି l ସୂଚନା ଅନୁସାରେ ତେଲ ଫ୍ୟାକ୍ଟ୍ରିରେ ଅଖା ବସ୍ତା ଗଦା କରି ରଖାଯାଇଥିଲା | ସେଥିରେ କୌଣସି କlରଣରୁ ନିଆଁ ଲାଗି ଯିବାରୁ ସବୁ ପୋଡି ଛାରଖlର ହୋଇ ଯାଇଛି l ଦମକଳ ବିଭାଗ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି l ତେବେ ଅଗ୍ନିକାଣ୍ଡରେ କେତେ ଟଙ୍କାର କ୍ଷତି ହୋଇଛି ତାହା ଜଣା ପଡିନାହିଁ | ମିଳିଥିବା ଅନୁସାରେ ତେଲ ମିଲର କୌଣସି ଯନ୍ତ୍ରାଂଶ ନଷ୍ଟ ହୋଇ ନାହିଁ l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।