Bihar Hospital Blaze: ଆଇସିୟୁରେ ରୋଗୀ ଜଳି ଯାଉଥିବାବେଳେ କର୍ମଚାରୀ ଘଟଣାସ୍ଥଳରୁ ଚମ୍ପଟ
ପାଟନା: ବିହାରର ମୁଜାଫରପୁରରେ ପ୍ରସାଦ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ବଡ଼ କଥା ପ୍ରଘଟ ହୋଇଛି। ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ମଚାରୀମାନେ ରୋଗୀମାନଙ୍କୁ ପ୍ରତିକୂଳ ସ୍ଥିତି ଭିତରେ ଛାଡି ପଳାଇ ଯାଇଥିଲେ। ଏହାପରେ ଅଗ୍ନିଶମ ବିଭାଗ ଝରକା ଓ କବାଟ ଭାଙ୍ଗି ରୋଗୀମାନଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡରେ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ନିଆଁ ଲାଗିବାବେଳେ ହସ୍ପିଟାଲର ଷ୍ଟାଫ ରୋଗୀଙ୍କୁ ଛାଡ଼ି ପଳାଇଥିଲେ। ରୋଗୀ ଆଇସିୟୁରେ ଜଳି ଯାଉଥିବାବେଳେ କର୍ମଚାରୀ ନିଜ ଜୀବନ ବଞ୍ଚାଇ ଖସି ପଳାଇ ଦିଆଯିବାକୁ ସର୍ବତ୍ର ନିନ୍ଦା କରାଯାଉଛି।
ଅଧିକପଢ଼ନ୍ତୁ:ପୁନଃ ପରୀକ୍ଷା ଆଗରୁ ନାଗପୁରରେ ଜୀବନ ହାରିଲେ ନିଟ୍ ଆଶାୟୀ
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ପ୍ରଶାସନ ଉପରେ ଅମାନବୀୟତା ଅଭିଯୋଗ ଆଣିଛନ୍ତି। ପୀଡିତଙ୍କ ମଧ୍ୟରୁ ଜଣଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ତାଙ୍କ ବାପାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଓ ଅଗ୍ନିକାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଅଭିଯୋଗ କରିଛନ୍ତି ଯେ, ଅଗ୍ନିକାଣ୍ଡ ପରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ରୋଗୀମାନଙ୍କୁ ଯନ୍ତ୍ରଣାରେ ଛାଡ଼ି ପଳାଇ ଯାଇଥିଲେ। ପରିବାର ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲ ପ୍ରଶାସନ ମୃତ ରୋଗୀଙ୍କ ମୃତଦେହ ମଧ୍ୟ ଯୋଗାଇ ନଥିଲା। ଜଣେ ଅଗ୍ନିଶମ ଅଧିକାରୀ ମଧ୍ୟ କହିଛନ୍ତି ଯେ, ଯେତେବେଳେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେତେବେଳେ ହସ୍ପିଟାଲର ଅଧିକାଂଶ କର୍ମଚାରୀ ପଳାଇ ଯାଇଥିଲେ। ଫସି ରହିଥିବା ରୋଗୀମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଆଇସିୟୁ ଓ ଅନ୍ୟାନ୍ୟ ୱାର୍ଡର ଝରକା ଓ କବାଟ ଭାଙ୍ଗି ପ୍ରବେଶ କରିଥିଲେ। ଏହି ଅଗ୍ନିକାଣ୍ଡରେ ୨୦ରୁ ଅଧିକ ରୋଗୀ ଆହତ ହୋଇଛନ୍ତି ରୋଗୀଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।
ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା
ଅଗ୍ନିକାଣ୍ଡ ରାତି ୩ଟା ପରେ ଘଟିଥିବାବେଳେ ଏଥିରେ ଆଇସିୟୁରେ ଥିବା ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଅଗ୍ନିଶମ ଅଧିକାରୀ ଆର.ଏନ. ପାଣ୍ଡେ କହିଛନ୍ତି ଯେ, ଭୋର ପ୍ରାୟ ୩ ଟାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା। ଯେତେବେଳେ ଦଳ ପହଞ୍ଚିଥିଲେ, ସେତେବେଳେ ଆଇସିୟୁ ସମ୍ପୂର୍ଣ୍ଣ ଧୂଆଁରେ ପୂର୍ଣ୍ଣ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ହସ୍ପିଟାଲର ଅଧିକାଂଶ କର୍ମଚାରୀ ନିଖୋଜ ଅଛନ୍ତି। ତାଙ୍କ ଅନୁସାରେ, ଏପର୍ଯ୍ୟନ୍ତ ୨୦ ରୁ ଅଧିକ ରୋଗୀଙ୍କୁ ଉଦ୍ଧାର କରାଯାଇଛି ଓ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନ ଘଟଣାର ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।