Murder: ମହିଳାଙ୍କୁ ହତ୍ୟା. ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ
ଦଶପଲ୍ଲା: ନୟାଗଡଜିଲ୍ଲା ଦଶପଲ୍ଲା ଥାନା ଅଧିନସ୍ଥ ଘୋଳାହାଣ୍ଡିରେ ମହିଳାଙ୍କୁହତ୍ୟା କରାଯାଇଛି | ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି | ମୃତ ମହିଳା ଜଣଙ୍କ ହେଲେ କୁନି ମିଶ୍ର(ଛଦ୍ମନାମ) | ଘଟଣାସ୍ଥଳରେ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ଓ ଅତିରିକ୍ତ ଏସ୍ପି ସୁବାସ ପଣ୍ଡା ପହଂଚି ତଦନ୍ତ ଜାରି ରଖିଛନ୍ତି | ଗତକାଲି ରାତିରେ ମହିଳା ଜଣଙ୍କ ଦୋକାନକୁ ଆସି ଆଉ ଫେରି ନଥିଲେ | ଆଉ ଆଜି ତାଙ୍କର ମୃତଦେହ ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ |
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।