Fire Near Showroom ସୋରୁମ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ମୋଟରସାଇକେଲ ଓ  ଭ୍ୟାନ୍‌ ସମ୍ପୂର୍ଣ୍ଣ ଦଗ୍ଧ

Nov 18, 2026 - 18:35
Fire Near Showroom  ସୋରୁମ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ,  ମୋଟରସାଇକେଲ ଓ  ଭ୍ୟାନ୍‌ ସମ୍ପୂର୍ଣ୍ଣ ଦଗ୍ଧ

ପଦ୍ମପୁର(ନୀଳମାଧବ ପାଢ଼ୀ): ରାୟଗଡା ଜିଲ୍ଲା ପଦ୍ମପୁର ଜାତିଲି ଛକ ନିକଟରେ ବାଜାଜ ସୋରୁମ୍‌ ସମ୍ମୁଖରେ ରଖାଯାଇଥିବା ୪ଟି ମୋଟରସାଇକେଲ ଓ ଭ୍ୟାନ୍‌ରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି।

ସମସ୍ତ ଯାନବାହନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି।

Advertisment Market: ୧ ନମ୍ବର ହାଟ: ଅଗ୍ନିକାଣ୍ଡ ଉଜାଡ଼ିଦେଉଛି ପେଟପାଟଣା, ୧୧ବର୍ଷ ହେଲା ଯୋଜନା ଆଗଉନି ସୋରୁମ୍‌ ମାଲିକ ରାଜେଶ ପଣ୍ଡାଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଆଜି (ବୁଧବାର) ପୂର୍ବାହ୍‌ଣରେ ସେ ଗାଡ଼ିଗୁଡ଼ିକ ପୋଡ଼ିଯାଇଥିବା ଓ ଏଥିରୁ ଧୂଆଁ ବାହାରୁଥିବା ଦେଖିଥିଲେ।

ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚିତ କରିଥିଲେ।

ପଦ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ଅବଶିଷ୍ଟ ନିଆଁ ଲିଭାଇଥିଲେ।

ତେବେ ବର୍ତ୍ତମାନ ସୁଦ୍ଧା ନିଆଁ କିଭଳି ଲାଗିଛି ତାହା ଜଣାପଡ଼ିନାହିଁ, ତଦନ୍ତ ଜାରି ରହିଛି।

ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନଙ୍କ ନେତୃତ୍ବରେ ଘଟଣାର ଅନୁସନ୍ଧାନ କରାଯାଉଛି।

Rayagada: ଗ୍ରୋସେରୀ ଦୋକାନରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ସୋରୁମ୍‌ ମାଲିକ କହିଛନ୍ତି, ଗତକାଲି ରାତିରେ କିମ୍ବା ଭୋରରେ କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇଦେଇଛି।

ଏହାଦ୍ବାରା ୪ଟି ମୋଟରସାଇକଲ୍‌ ଓ ଏକ ଭ୍ୟାନ୍‌ ସହ ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି।

ଯାହାର ମୂଲ୍ୟ ପ୍ରାୟ ୩୦ଳକ୍ଷ ଟଙ୍କା ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)