FIR against BJP MP Kangana Ranaut: କଙ୍ଗନାଙ୍କ ନାଁରେ ଏଫଆଇଆର, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅଡ଼ୁଆରେ ବିଜେପି ସାଂସଦ
ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।
ହିମାଚଳ ପ୍ରଦେଶର ଶିମଲା ପୋଲିସ ଏହି ମାମଲା ରୁଜୁ କରିଛି।
ଗାନ୍ଧୀ ପରିବାରକୁ ନେଇ କଙ୍ଗନାଙ୍କ ପୋଷ୍ଟ ଉତ୍ତେଜନା ସୃଷ୍ଟି କରିବା ସହ ସାମାଜିକ ଶାନ୍ତି ଭଙ୍ଗ କରିପାରେ ବୋଲି ଅଭିଯୋଗ ହୋଇଛି।
Advertisment ନଭେମ୍ବର ୧୩ ତାରିଖ ଶୁକ୍ରବାର ଦିନ ଅବସରପ୍ରାପ୍ତ କ୍ୟାପଟେନ ଅତୁଲ ଶର୍ମାଙ୍କ ଅଭିଯୋଗ ଆଧାରରେ ଏହି FIR ରୁଜୁ ହୋଇଛି।
ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୯୬(୧)(ଖ), ୩୫୩(୨) ଏବଂ ୩୫୬(୨) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଶିମଲା ଏସପି ଗୌରବ ସିଂହ ମାମଲା ରୁଜୁ ହୋଇଥିବା ସ୍ପଷ୍ଟ କରିବା ସହ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି।
ଅଭିଯୋଗ ଅନୁସାରେ, ନଭେମ୍ବର ୧୦ରେ କଙ୍ଗନା ନିଜର ଭେରିଫାଏଡ୍ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ।
ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଆପତ୍ତିଜନକ ପୋଷ୍ଟ କରାଯାଇଥିବା ଅତୁଲ ଶର୍ମା ଅଭିଯୋଗ କରିଛନ୍ତି।
Advertisment ଏହା ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଜଣେ 'ରହସ୍ୟମୟ ବିଦେଶୀ ନାଗରିକ' ଭାବେ ଉଲ୍ଲେଖ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ସୋନିଆ ଗାନ୍ଧୀ ବିଦେଶରେ ଏକ କାଫେରେ ପହଞ୍ଚିବା ପରେ ଗାନ୍ଧୀ ପରିବାରର ସଦସ୍ୟମାନଙ୍କର ଜଣକ ପରେ ଜଣେ ମୃତ୍ୟୁ ହୋଇଥିଲା ଏବଂ ଶେଷରେ ସେ ସରକାରଙ୍କ ମୁଖ୍ୟ ସ୍ଥାନରେ ପହଞ୍ଚିଥିଲେ ବୋଲି ପୋଷ୍ଟରେ ଲେଖାଯାଇଥିବା ଅଭିଯୋଗ ହୋଇଛି।
ଏହି ପୋଷ୍ଟରେ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମାନେକା ଗାନ୍ଧୀ ପରିବାରର ଘର ଛାଡ଼ିବା ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା।
ଏଭଳି ବୟାନ କେବଳ ରାଜନୈତିକ ସମାଲୋଚନା ମଧ୍ୟରେ ସୀମିତ ନୁହେଁ, ବରଂ ଲୋକଙ୍କ ମଧ୍ୟରେ ଶତ୍ରୁତା ଓ ଅଶାନ୍ତି ସୃଷ୍ଟି କରିପାରେ ବୋଲି ଅଭିଯୋଗରେ ଦର୍ଶାଯାଇଛି।
ଏବେ ପୋଲିସ ଏହି ମାମଲାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ପ୍ରାୟ ୧୯୮୧ ମସିହାର ଏକ ପୁରୁଣା ଘରୋଇ ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବା ପରେ କଙ୍ଗନାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିଥିଲା।
ଏହି ଭିଡିଓରେ ଇନ୍ଦିରା ଗାନ୍ଧୀ, ସୋନିଆ ଗାନ୍ଧୀ, ମାନେକା ଗାନ୍ଧୀ ଏବଂ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ପାରିବାରିକ ରାତ୍ରିଭୋଜନରେ ଦେଖିବାକୁ ମିଳିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
