Fine: ୪ ପାଉଁଶ ଟ୍ରେଲର୍କୁ ୫ ଲକ୍ଷ ଜରିମାନା
"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ପୁଲିସ ଶୁକ୍ରବାର ଧରିଥିବା ୪ଟି ପାଉଁଶ ବୋଝେଇ ଟ୍ରେଲରକୁ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ମଟରଯାନ ନିରୀକ୍ଷକ ୫ ଲକ୍ଷ ୧୮ ହଜାର ଟଙ୍କା ଜରିମାନା କରିଛି।
ସମ୍ବଲପୁର ଓ ଝାରସୁଗୁଡ଼ାରୁ ବେଆଇନ ଭାବେ ପାଉଁଶ ପରିବହନ କରୁଥିବା ବେଳେ ଭଷ୍ମା ପୁଲିସ ମସ୍ନିକାନି, ବଡ଼ବାହାଲ, ଭଷ୍ମାଠାରେ ଚଢ଼ଉ କରି ୪ଟି ଗାଡ଼ି (ଜେଏଚ୍-୦୨ଏ୨- ୭୨୭୧, ଓଡି ୨୩ୟୁ- ୪୨୩୫, ଓଡି ୨୩ ଆର୍- ୭୯୬୩ ଓ ଓଡି ୨୩ଆର୍- ୦୬୭୭କୁ ଧରି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଆଞ୍ଚଳିକ ପରିବହନ ବିଭାଗ ସୂଚୀତ କରିଥିଲା।
ଶନିବାର ବୋର୍ଡ ଅଧିକାରୀ ଆସି ୩ ଲକ୍ଷ ୯୦ ହଜାର ଓ ପରିବହନ ବିଭାଗ ୧ ଲକ୍ଷ ୨୮ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି।Advertisment ଆହୁରି ପଢ଼ନ୍ତୁ: LPG: ୭୩ ଏଲ୍ପିଜି ବିତରକଙ୍କ ଲାଇସେନ୍ସ ନିଲମ୍ବନ, ୩୪୨ ବିତରକଙ୍କୁ ଜରିମାନା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।