Welcome!

Unlock your personalized experience.
Sign Up

Offers: ମଧୁକୁଞ୍ଜ ଗୋଲ୍‌ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ‘ଗ୍ରାଣ୍ଡ୍‌ ଡିସ୍‌କାଉଣ୍ଟ ସେଲ୍‌’

Jun 07, 2026 - 05:13
Offers: ମଧୁକୁଞ୍ଜ ଗୋଲ୍‌ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ‘ଗ୍ରାଣ୍ଡ୍‌ ଡିସ୍‌କାଉଣ୍ଟ ସେଲ୍‌’

ଭୁବନେଶ୍ବର: ମଧୁକୁଞ୍ଜ ଗୋଲ୍‌ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ‘ଗ୍ରାଣ୍ଡ୍‌ ଡିସ୍‌କାଉଣ୍ଟ୍‌ ସେଲ୍‌’ ଘୋଷଣା କରାଯାଇଛି। ବହୁ ପ୍ରତୀକ୍ଷିତ ଏହି ସେଲ୍‌ରେ ଓଡ଼ିଶାର ଗହଣାପ୍ରେମୀ ଗ୍ରାହକମାନେ ଆକର୍ଷଣୀୟ ସୁବିଧା ପାଇବେ। ଏହି ସେଲ୍‌ର ବିଶେଷତ୍ବ ହେଲା ସବୁ ସୁନା ଓ ହୀରା ଗହଣାର ଗଢ଼ା ମଜୁରି ଉପରେ ୧୦୦ ପ୍ରତିଶତ ରିହାତି (୫୦%+୫୦%, ସର୍ତ୍ତାବଳୀ ଲାଗୁ) ପ୍ରଦାନ କରାଯାଉଛି। 

ଏଥିସହିତ ‘ଇୟୋର ଓଲ୍‌ଡ ଗୋଲ୍‌ଡ କ୍ୟାନ୍‌ ସାଇନ୍‌ ଫର୍‌ ଇଣ୍ଡିଆ ଏଗେନ୍‌’ ଅଧୀନରେ ଗ୍ରାହକମାନେ ପୁରୁଣା ସୁନା ବଦଳାଇବା ସଂପୂର୍ଣ୍ଣ ମୂଲ୍ୟ ପାଇପାରିବେ। ଶୁଦ୍ଧତା ଓ ଭରସା ପ୍ରତି ପ୍ରତିବଦ୍ଧ ମଧୁକୁଞ୍ଜ ୧୦୦ ପ୍ରତିଶତ ୯୧୬ ବିଆଇଏସ୍‌ ହଲମାର୍କ ସୁନା ଗହଣା ଏବଂ ୧୦୦ ପ୍ରତିଶତ ଆଇଜିଆଇ ସାର୍ଟିଫିକେଟ୍‌ପ୍ରାପ୍ତ ହୀରା ଗହଣା ବିକ୍ରି କରିଥାଏ।

ଆହୁରି ପଢ଼ନ୍ତୁ: Gold: ସୁନା ଚମକ କମାଇଲା ଶୁଳ୍କ, ୧୫ ଦିନରେ ଚାହିଦା ୭୦% କମିଗଲା

ଏଥିସହିତ ଗ୍ରାହକଙ୍କ ପାଇଁ ଲାଇଫଟାଇମ୍‌ ବାଏବ୍ୟାକ ଗ୍ୟାରେଣ୍ଟି ଏବଂ ଆଜୀବନ ମାଗଣା ରକ୍ଷଣାବେକ୍ଷଣ/ମରାମତି ସୁବିଧା ରହିଛି। ରାଜ୍ୟରେ ଥିବା ମଧୁକୁଞ୍ଜର ୩ଟି ଯାକ ସୋରୁମ୍‌ ଯଥା ଭୁବନେଶ୍ବର ଜନପଥ, କଟକ କ୍ୟାଣ୍ଟନମେଣ୍ଟ ଏବଂ ଜଟଣୀର ସୀତାରାମ ଛକରେ ଏହି ଅଫର୍‌ ଉପଲବ୍ଧ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ସେଲ୍‌ ଉପଲବ୍ଧ।

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।