Athletics: ତାଇପେ ଆଥଲେଟିକ୍ସରେ ଓଡ଼ିଆ ଝିଅ ଶ୍ରାବଣୀଙ୍କୁ ରିଲେ ସ୍ବର୍ଣ୍ଣ
"ଭୁବନେଶ୍ବର: ନ୍ୟୁ ତାଇପେ ସିଟି୍ ଓପନ୍ ଆଥଲେଟିକ୍ସରେ ଭାରତୀୟ ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ଦୁଇଟି ସ୍ବର୍ଣ୍ଣ ସହ ୩ଟି ପଦକ ଜିତି ନେଇଛନ୍ତି।
ମହିଳା ଲଙ୍ଗ ଜମ୍ପ୍ ତାରକା ଶୈଆଲୀ ସିଂହ ଏବଂ ମହିଳା ୪ଗୁଣା ୧୦୦ ମିଟର ରିଲେ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ପୁରୁଷ ବାଧାଦୌଡ଼ରେ ତେଜସ ସିର୍ସେ ରୌପ୍ୟ ପଦକ ପାଇଛନ୍ତି।
ଶୈୟାଲୀ ୬.୨୪ ମିଟର ଦୂରତାକୁ ଲମ୍ପ ମାରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।Advertisment ସେହିଭଳି ଏସ୍ଏସ୍ ସ୍ନେହା, ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ, ସୁଦେସ୍ନା ଶିବଶଙ୍କର ଓ ତମନ୍ନାଙ୍କୁ ନେଇ ଗଠିତ ଭାରତୀୟ ମହିଳା ରିଲେ ଦଳ ୪୪.୦୭ ସେକେଣ୍ଡ୍ ସମୟ ନେଇ ପ୍ରଥମ ସ୍ଥାନରେ ରହିବା ସହ ଜାତୀୟ ରେକର୍ଡର ସମକକ୍ଷ ହୋଇଥିଲା।
ପୁରୁଷ ବାଧାଦୌଡ଼ରେ ଜାତୀୟ ରେକର୍ଡଧାରୀ ତେଜସ୍ ୧୩.୫୮ ସେକେଣ୍ଡ୍ ସମୟ ନେଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ।
ଆହୁରି ପଢ଼ନ୍ତୁ: Athletics: କଳିଙ୍ଗରେ ଏସୀୟ ଇନ୍ଡୋର ଆଥଲେଟିକ୍ସ ଓଡ଼ିଶା ପାଇଁ ଗର୍ବର ମୂହୂର୍ତ୍ତ: ମୁଖ୍ୟମନ୍ତ୍ରୀ ରବିବାର ପ୍ରତିଯୋଗିତାର ଶେଷ ଦିବସ ହୋଇଥିଲା ବେଳେ ଭାରତର ପଦକ ସଂଖ୍ୟା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
ଓଡ଼ିଶା ଖେଳାଳି ଅନିମେଷ କୁଜୁର ମଧ୍ୟ ଭାରତୀୟ ପୁରୁଷ ରିଲେ ଦଳର ଅନ୍ୟତମ ସଦସ୍ୟ ଅଛନ୍ତି।
ଏହି ସଫଳତା ଲାଗି ଶ୍ରାବଣୀଙ୍କୁ ଚାରିଆଡ଼ୁ ଶୁଭକାମନାର ସୁଅ ଛୁଟିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।