24 OCTOBER 2026

Welcome!

Unlock your personalized experience.
Sign Up

Film: ଦେଶପ୍ରେମ ଓ ହାସ୍ୟରସର ଅପମିଶ୍ରଣ

Oct 24, 2026 - 04:15
Film: ଦେଶପ୍ରେମ ଓ ହାସ୍ୟରସର ଅପମିଶ୍ରଣ

ଧନୁରୁ ତୀର ବାହାରିବା ପରେ ତାହା ପବନରେ ଗତି କଲାବେଳେ କାହାଠି ଯାଇ ବାଜିବ ଯେମିତି ଅନିଶ୍ଚିତ ଥାଏ, ସେହିପରି ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର (କେତେବେଳେ ନାୟକ ମନେହୁଏ ତ ଆଉ କେତେବେଳେ ଖଳନାୟକ) କେଉଁ ଦେଶ ଲାଗି ଘାତକ ସାବ୍ୟସ୍ତ ହେବ ସେହି ଅନିଶ୍ଚିତତାକୁ ପୁଞ୍ଜି କରି ଏହି ଗୁପ୍ତଚର କାହାଣୀର ପରିକଳ୍ପନା କରାଯାଇଛି। ତେବେ ଏହା ‘ଅପରେସନ ସିନ୍ଦୂର’ ପରର ଏକ କାଳ୍ପନିକ ଘଟଣାବଳୀ ହୋଇଥିବାରୁ ଶେଷରେ ତୀରର ଶିକାର କିଏ ହେବ ତାହା ଏକପ୍ରକାର ପୂର୍ବନିର୍ଦ୍ଧାରିତ। ତେଣୁ ଠାଏ ଠାଏ ହାସ୍ୟରସ ଓ ଚିତ୍ତାକର୍ଷକ ଆକ୍ସନ୍‌ର ପୁଟ ଦେଇ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରି ରଖିବାର ଉଦ୍ୟମ ବିଫଳ ହୋଇଛି କହିଲେ ଭୁଲ୍ ହେବ ନାହିଁ। 

ପ୍ରଥମ କଥା ହେଲା ଏକ ଦେଶପ୍ରେମର କଥାବସ୍ତୁ ସହିତ ହାସ୍ୟରସ ମିଶ୍ରଣ କରିବାର ଉଦ୍ୟମ, ସ୍ବାଭାବିକ ଭାବେ କାହାଣୀ ଲେଖକଙ୍କ ପାଇଁ ଏକ ବଡ଼ ଆହ୍ବାନ ହୋଇଥିବ। ପୁଣି ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ଭାରତ-ପାକିସ୍ତାନ ପ୍ରସଙ୍ଗ ଖୁବ୍ ସମ୍ବେଦନଶୀଳ। ବୋଧହୁଏ ସେହି କାରଣରୁ ଏହି କାହାଣୀକୁ ଅଯଥା ବିବାଦରେ ପକାଇବାକୁ ନିର୍ମାତା ଚାହିନାହାନ୍ତି। ଏହି ପ୍ରକ୍ରିୟାରେ ‘ଉଡ଼ତା ତୀର’ ଯେଉଁ ଦିଗରେ ଅଗ୍ରସର ହୋଇଛି ତାହା ପର୍ଯ୍ୟାପ୍ତ ମନୋରଂଜନ କରିପାରିନାହିଁ। ବିଭିନ୍ନ ଦୃଶ୍ୟ ମଧ୍ୟରେ ସମନ୍ବୟର ଅଭାବ ବିଶେଷ କରି ଦ୍ବିତୀୟାର୍ଦ୍ଧକୁ ବିରକ୍ତିକର କରିଦେଇଛି। 

ଆରମ୍ଭରୁ ଦେଖିବାକୁ ମିଳୁଛି ଯେ ବିଲାଲ ଅହମଦ (ଆୟୁଷ୍ମାନ ଖୁରାନା) ନାମକ ପାକିସ୍ତାନୀ ଗୁପ୍ତଚର ଭାରତୀୟ ସେନାରେ କାମ କରୁଛି ଏବଂ ଅଜହର ମକସୁଦ (ମୁକୁଲ ଦେବ) ନାମକ ପାକିସ୍ତାନୀ ଆତଙ୍କବାଦୀକୁ ଖସିଯିବାରେ ସାହାଯ୍ୟ କରୁଛି। ତା’ର ଆଉ ଦୁଇ ଜଣ ପାକିସ୍ତାନୀ ସହଯୋଗୀ ମଧ୍ୟ ଅଛନ୍ତି। ତେବେ ଏକ ଦୁର୍ଘଟଣା ପରେ ସେ ନିଜର ପରିଚୟ ଭୁଲି ନିଜକୁ ଭାରତୀୟ ଅଧିକାରୀ ଭାବୁଛି ଏବଂ ପାକିସ୍ତାନୀଙ୍କୁ ନିପାତ କରିବାରେ ଲାଗିପଡୁଛି। ଏ ଭିତରେ ଅଛି ପାକିସ୍ତାନୀ ଶାସନ ବ୍ୟବସ୍ଥା ପ୍ରତି ବିଦ୍ରୂପ ତଥା ‘ଧୁରନ୍ଧର’ ଶୈଳୀର ଅପ୍ରତ୍ୟାଶିତ ମୋଡ଼ ଓ ଦେଶାତ୍ମବୋଧକ ସଂଳାପ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ‘ଉଡ଼ତା ତୀର’ ଉପରେ ‘ଧୁରନ୍ଧର’ ଚଳଚ୍ଚିତ୍ରର ପ୍ରଚ୍ଛନ୍ନ ପ୍ରଭାବ ରହିଛି। ତେବେ ଏହା ‘ଧୁରନ୍ଧର’ ପରି ଗତିଶୀଳ, ଉପଭୋଗ୍ୟ ଅଥବା ପ୍ରଭାବଶାଳୀ ହୋଇପାରି ନାହିଁ। ଗୀତଗୁଡ଼ିକ ମଧ୍ୟ ଚଳନୀୟ ସ୍ତରର। ତେବେ ଏମ୍ ଡି ବର୍ମନ ଚରିତ୍ରରେ ରାହୁଲ ବୋଷ, ଜେନେରାଲ୍ ମୀର୍ ଭାବେ ଗୁଲଶନ ଗ୍ରୋଭରଙ୍କ ଅଭିନୟ ଉଲ୍ଲେଖନୀୟ ମନେ ହେଲା।

‘ଉଡ଼ତା ତୀର’
ନିର୍ଦେଶକ: ଆକାଶ କୌଶିକ
ମୁଖ୍ୟ ଚରିତ୍ରରେ: ଆୟୁଷ୍ମାନ ଖୁରାନା, ସାରା ଅଲୀ ଖାଁ, ରାହୁଲ ବୋଷ, ମୁକୁଲ ଦେବ, ଗୁଲଶନ ଗ୍ରୋଭର, ରାମ କପୁର, ବ୍ରିଜେନ୍ଦ୍ର କାଲା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)