FIFA World Cup 2026: ଚେକ୍ ଗଣରାଜ୍ୟକୁ ହରାଇଲା ଦକ୍ଷିଣ କୋରିଆ
"ସାପୋପାନ୍ (ମେକ୍ସିକୋ): ଚଳିତ ଫିଫା ବିଶ୍ବକପ୍ରେ ଏସୀୟ ମହାଦେଶ ଦଳ ଦକ୍ଷିଣ କୋରିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି।
ଗ୍ରୁପ୍-ଏ"ର ଦ୍ବିତୀୟ ମ୍ୟାଚ୍ରେ ରିପବ୍ଲିକ୍ କୋରିଆ ୨-୧ ଗୋଲ୍ରେ ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି।
କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟରେ ସରିଥିଲା।
୫୯ତମ ମିନିଟ୍ରେ ଚେକ୍ର ଲାଡିସ୍ଲାଭ କ୍ରେସିଙ୍କ ଗୋଲ୍ରେ ଚେକ୍ ଦଳ ପ୍ରାରମ୍ଭିକ ଅଗଣୀ ନେଇଥିଲା।
ହେଲେ ୮ ମିନିଟ୍ ପରେ କୋରିଆ ଗୋଲ୍ଟି ଶୁଝି ସ୍ଥିତି ସମାନ କରିଥିଲେ।
କୋରିଆର ହ୍ବାଙ୍ଗ ଇନ୍ ବିଓମ୍ (୬୭ ମିନିଟ୍)ଙ୍କ ଏହି ଗୋଲ୍ଟି ଦେଇଥିଲେ।
୭୭ତମ ମିନିଟ୍ରେ ଚେକ୍କୁ ମିଳିଥିବା ଫ୍ରିକିକ୍କୁ ଥୋମାସ ସୌସେକ୍ ହେଡର୍ରେ କୋରିଆର ଗୋଲ୍ପୋଷ୍ଟ୍କୁ ପଠାଇ ଖୁସି ମନାଇଥିଲେ।
ହେଲେ ରେଫରି ଏହାକୁ ଅଫ୍ସାଇଡ୍ କହିବାରୁ ଚେକ୍ର ଖୁସି ମରି ଯାଇଥିଲା।
ଏହାର ୩ ମିନିଟ୍ ପରେ କୋରିଆର ଓହ ହିଉଁ ଗ୍ୟୁ (୮୦ ମିନିଟ୍) ଗୋଲ୍ରେ କୋରିଆ ୨-୧ରେ ବିଜୟ ମୁଣ୍ଡି ମାରିଥିଲା।
ଗୁରୁବାର କୋରିଆ ନିଜର ପରବର୍ତ୍ତୀ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋକୁ ଭେଟିବ।
ମେକ୍ସିକୋ ୨-୦ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।Advertisment FIFA World Cup 2026: ଫିଫା ଫୁଟ୍ବଲ୍ ବିଶ୍ବକପ୍-୨୦୨୬: ମହାକୁମ୍ଭର ମହାଉଦ୍ଘାଟନ ୩ ଲାଲ୍ କାର୍ଡ: ମେକ୍ସିକୋ ଜିତିଲା ମେକ୍ସିକୋ ସିଟି: ଫିଫା ବିଶ୍ବକପ୍-୨୦୨୬ର ଉଦ୍ଘାଟନୀ ମ୍ୟାଚ୍ରେ ଅନ୍ୟତମ ଅୟୋଜକ ମେକ୍ସିକୋ ୨-୦ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି।
ଦର୍ଶକରେ ଭରପୂର ଇଷ୍ଟାଡିଓ ଏଜଟିକାରେ ଅନୁଷ୍ଠିତ ଏହି ମ୍ୟାଚ୍ର ନବମ ମିନିଟ୍ରେ ଜୁଲିଆନ୍ କ୍ୟୁନୋନ୍ସଙ୍କ ଗୋଲ୍ ବଳରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
ପ୍ରଥମାର୍ଦ୍ଧକୁ ମଧ୍ୟ ଦଳ ଏହି ଅଗ୍ରଣୀ ସହ ଶେଷ କରିଥିଲା।
ଦ୍ବିତୀୟାର୍ଦ୍ଧରେ ଅଧିକ ଅକ୍ରମଣାତ୍ମକ ଖେଳିଥିବା ମେକ୍ସିକୋକୁ ରୋକିବାକୁ ଦକ୍ଷିଣ ଆଫ୍ରିକା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।
ଏପରିକି ନିୟନ୍ତ୍ରଣ ଓ ସଂଯମତା ହରାଇ ଦକ୍ଷିଣ ଆଫ୍ରିକା ଖେଳାଳି ଦୁଇଟି ଲାଲ୍ କାର୍ଡ ପାଇବା ଏହି ଦଳକୁ ଚାପରେ ରଖିଥିଲା।
୪୯ତମ ମିନିଟରେ ଏକ ସ୍ପଷ୍ଟ ଗୋଲସ୍କୋରିଂ ସୁଯୋଗକୁ ରୋକିଥିବାରୁ ଦକ୍ଷିଣ ଆଫ୍ରିକାର ସିଥୋଲଙ୍କୁ ରେଫରି ସିଧା ଲାଲ୍ କାର୍ଡ ଦେଖାଇଥିଲେ।
ତେବେ ୬୭ତମ ମିନିଟ୍ରେ ଆଲଭାରାଡୋଙ୍କ କ୍ରସ୍ରୁ ପାଇଥିବା ବଲ୍କୁ ହେଡର୍ ଜରିଆରେ ଗୋଲ୍ ଦେଇ ଜିମେନେଜ୍ ଅଗ୍ରଣୀକୁ ୨-୦ କରି ଦେଇଥିଲେ।
୮୨ତମ ମିନିଟ୍ରେ ଥେମ୍ବା ଜ୍ବାମେନଙ୍କୁ ଲାଲ୍ କାର୍ଡ ଦେଇଥିଲେ ରେଫରି।
ଏହା ସତ୍ତ୍ବେ ୯ ଜଣିଆ ଦକ୍ଷିଣ ଆଫ୍ରିକା ନିଜ ରକ୍ଷଣଭାଗକୁ ଦୃଢ଼ କରି ଗୋଲ୍ ବରଣ କରିନଥିଲା।
ବରଂ ଇନଜ୍ୟୁରି ଟାଇମ୍ (୯୦+୧ ମିନିଟ୍)ରେ ଖୁଲିସୋଙ୍କୁ ବିପଜ୍ଜନକ ଚାଲେଞ୍ଜ୍ କରି ମେକ୍ସିକୋ ଅଧିନାୟକ ସେସାର ମଣ୍ଟେସ୍ ମଧ୍ୟ ଲାଲ୍ କାର୍ଡ ପାଇଥିଲେ।
ଏହା କିନ୍ତୁ ଫଳାଫଳରେ କୌଣସି ପ୍ରଭାବ ପକାଇ ପାରିନଥିଲା।
ଷ୍ଟାଡିୟମ୍ ବାହାରେ ଜଣେ ପ୍ରଶଂସକଙ୍କ ମୃତ୍ୟୁ ଖବର ମଧ୍ୟ କିଛି ସମୟ ପାଇଁ ଦୁଃଖଦ ପରିବେଶ ସୃଷ୍ଟି କରିଥିଲା।
FIFA World Cup: ୨୨ ସଂସ୍କରଣ: କେବଳ ୮ ଦେଶ ଜିତିଛନ୍ତି ବିଶ୍ବକପ୍ ମହଙ୍ଗା ଟିକେଟ୍, ଖାଲି ପଡ଼ୁଛି ଷ୍ଟାଡିୟମ୍ ଗ୍ବାଦାଲାଜାରା: ଫିଫା ବିଶ୍ବକପ୍କୁ ନେଇ ସାରା ବିଶ୍ବର ଫୁଟ୍ବଲ୍ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି।
କିନ୍ତୁ ପ୍ରଶଂସକଙ୍କ ଏହି ଉତ୍ସାହ ଷ୍ଟାଡିୟମ୍ରେ ପରିଲକ୍ଷିତ ହେଉନାହିଁ।
ଷ୍ଟାଡିୟମ୍ଗୁଡ଼ିକରେ ଯଥେଷ୍ଟ ସଂଖ୍ୟକ ଦର୍ଶକଙ୍କ ଅନୁପସ୍ଥିତି ଫିଫାକୁ ଚିନ୍ତିତ କରିଛି।
ତେବେ ଏଥିପାଇଁ ଫିଫାର ଟିକେଟ୍ ନୀତିକୁ ଦାୟୀ କରାଯାଉଛି।
ଫିଫା ପକ୍ଷରୁ ଟିକେଟ୍ ପାଇଁ ଡାଇନାମିକ୍ ବା ପରିବର୍ତ୍ତନଶୀଳ ମୂଲ୍ୟ ବ୍ୟବସ୍ଥା ଲାଗୁ କରାଯାଇଛି।
ଏହା ଦ୍ବାରା ଟିକେଟ୍ଗୁଡ଼ିକ ବେଶ ମହଙ୍ଗା ହେଇଯାଇଛି।
ଏହି କାରଣରୁ ଯଥେଷ୍ଟ ସଂଖ୍ୟକ ଦର୍ଶକ ଷ୍ଟାଡିୟମକୁ ଆସୁନାହାନ୍ତି।
୪୬ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଗ୍ବାଦାଲାଜାରା ଷ୍ଟାଡିୟମ୍ରେ ଶୁକ୍ରବାର ଖେଳାଯାଇଥିବା ଦକ୍ଷିଣ କୋରିଆ-ଚେକ୍ ଗଣରାଜ୍ୟ ମ୍ୟାଚ୍ରେ ପ୍ରାୟ ୪୫ ହଜାର ଦର୍ଶକ ହୋଇଥିଲେ ବି ଫିଫା ଦାବି କରିଥିଲା।
କିନ୍ତୁ ମ୍ୟାଚ୍ ଚାଲିଥିବାବେଳେ ଷ୍ଟାଡିୟମର ଅନେକ ଆସନ ଖାଲିଥିବା ଦେଖାଯାଉଥିଲା।
ୟୁରୋପୀୟ ଫୁଟ୍ବଲ୍ ପ୍ରଶଂସକ ସଂଘ (ଏଫଏସଇ) ପକ୍ଷରୁ କୁହାଯାଇଛି ଯେ ଟିକେଟ୍କୁ ନେଇ ଫିଫା ଏକରକମ "ଲୁଟ୍ତରାଜ" ଚଳାଇଛି।
ମହଙ୍ଗା ଟିକେଟ୍ କାରଣରୁ ଅନେକ ସାଧାରଣ ଦର୍ଶକ ଖେଳ ଦେଖିପାରିବେ ନାହିଁ।
ସଂଘ ପକ୍ଷରୁ ଆହୁରିମଧ୍ୟ କୁହାଯାଇଛି ଯେ ୨୦୨୨ କତର ବିଶ୍ବକପ ଟିକେଟ୍ ତୁଳନାରେ ଏଥରର ଟିକେଟ୍ ଅନେକ ଗୁଣ ମହଙ୍ଗା ରହିଛି।
ଏହି କାରଣରୁ ଫିଫା ୱେବସାଇଟ୍ରେ ଏବେ ବି ପ୍ରାୟ ୧ ଲକ୍ଷ ୮୦ ହଜାର ଟିକେଟ୍ ବିକ୍ରି ହୋଇପାରିନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।