Farmers Face Crop Loss: ଚାଷୀଙ୍କ ଦାନାପାଣି ଛଡ଼ାଇନେଲା ଅକଓ୍ୱନ୍, ତାଣ୍ଡବ ରଚିଲା କମ୍, ଫସଲ ଉଜାଡ଼ିଲା ବେଶୀ

Nov 20, 2026 - 20:35
Farmers Face Crop Loss: ଚାଷୀଙ୍କ ଦାନାପାଣି ଛଡ଼ାଇନେଲା ଅକଓ୍ୱନ୍, ତାଣ୍ଡବ ରଚିଲା କମ୍, ଫସଲ ଉଜାଡ଼ିଲା ବେଶୀ

ଦକ୍ଷିଣ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଅକୱନ୍ କିନ୍ତୁ ଉଜାଡ଼ିଛି ଉପକୂଳରୁ ପଶ୍ଚିମ ଓଡ଼ିଶା।

ବାତ୍ୟା ଅର୍ଣ୍ଣବ ଦାଉରୁ ବର୍ତ୍ତି ଯାଇଥିବା କିଛି ଚାଷ ଜମିରେ ଫସଲକୁ ବୁଡ଼ାଇଛି।

କେନ୍ଦ୍ରାପଡ଼ା ଯାଏଁ ସ୍ଥିତି ସାଂଘାତିକ।

ଅକୱାନ୍ ଆସିବା ପୂର୍ବରୁ ଓ ପରେ ହେଉଥିବା ବର୍ଷାରେ ଧାନ କେଣ୍ଡା ସବୁ ତଳ ମୁହାଁ।

ବରଗଡ଼ରେ ତ ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ବତରୁଛି।

Advertisment ଗଞ୍ଜାମରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା...ଆସିକାରେ ପାଣିରେ ଭିଜିଲା ଅଧାକଟା ଫସଲ, କେନ୍ଦ୍ରାପଡ଼ାରେ ବୁଡ଼ିଲା କ୍ଷେତ, ବରଗଡ଼ରେ ଉବୁଟୁବୁ ଚାଷ ଜମି।

ଅକ୍ବାନର ମାଡ଼ ସିନା କମ୍ କିନ୍ତୁ ଆସିବା ପୂର୍ବରୁ ଆଉ ପରେ ବର୍ଷା ଏବେ କଲବଲ କରିଛି।

ୟେ ଦେଖନ୍ତୁ ଗଞ୍ଜାମ ଜିଲ୍ଲାରେ ଏବେ ପ୍ରାୟ ଚାଷ ଜମି ଗୁଡ଼ିକରେ ଏମିତି ଅବସ୍ଥା।

ଅର୍ଣ୍ଣବ ଦାଉରୁ ବର୍ତ୍ତି ଯାଇଥିବା କିଛି ଚାଷ ଜମିରେ ସୁନାର ଫସଲ ଧରିଥିଲା।

ହେଲେ ବର୍ଷା ହେବାରୁ ସେ ସବୁ ତଳେ ପୋତି ହୋଇ ଯାଇଛି।

ପାଣି ଭିତରେ ବାହାର କରିବା ଆଉ ସମ୍ଭବ ନୁହେଁ।

ଜମି ଭିତରେ ଶୋଇ ରହିଛି କେଣ୍ଡା କେଣ୍ଡା ଫସଲ।

ଅକ୍ବାନ ଗୋପାଳପୁରରେ ସ୍ଥଳ ଭାଗ ଛୁଇଁଲା କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାବ ଦେଖାଇଛି।

ପ୍ରବଳ ବର୍ଷାରେ ବୁଡ଼ିଛି ଏସବୁ ଚାଷ ଜମି।

ହସୁଥିଲା ସୁନାର ଧାନ ଚାଷ ଏବେ ଓଦା ହେଇ ଶୋଇପଡ଼ିଛି।

ଏମିତି ଲୋଟିଛି ଯେ ଆଉ ସିଧା ହେଇ ଛିଡ଼ା ହୋଇପାରିବା କଷ୍ଟ।

କେନ୍ଦ୍ରାପଡ଼ାର ଆଳି, ପଟ୍ଟମୁଣ୍ଡାଇ ସମେତ ପୁରା ଜିଲ୍ଲାରେ ଏମିତି ଅବସ୍ଥା।

ହେକ୍ଟର ହେକ୍ଟର ଚାଷ ଜମି ଏବେ ପାଣିରେ ଭର୍ତ୍ତି।

ଫସଲ ଆଉ ହେବନି କି ଏଇ ଧାନକୁ ଅମଳ କରିପାରିବେନି ଚାଷୀ ।

Advertisment ୟେ ତ ରହିଲା ଦକ୍ଷିଣ ଓ ଉପକୂଳ ଓଡ଼ିଶାର ହାଲ୍।

ଲ୍ୟାଣ୍ଡଫଲ୍ ସ୍ଥାନରୁ ସାଢ଼େ ୩ ଶହ କିଲୋମିଟର ଦୂର ବରଗଡ଼ ଜିଲ୍ଲାରେ ବି ପଡ଼ିଛି ଅକ୍ବାନର ପ୍ରଭାବ।

ଗଲା ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ପରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ।

ଅଳ୍ପ କାଟିଥିଲା କିନ୍ତୁ ବିଲରେ ଥିଲା ଅନେକ।

ସେସବୁ ଏବେ ଓଦା ସର ସର।

ଆଉ ଯାହା ଶୁଖେଇବ ବୋଲି ଜରି ପାଲ ଟାଙ୍ଗି ଥୋଇଥିଲେ ତାହା ବି ଏବେ ନଷ୍ଟ ହେବାକୁ ବସିଲାଣି।

ବାତ୍ୟା କେବଳ ଉଡ଼େଇନି, ଉଜାଡ଼ିଛି ଅନେକ କିଛି।

ବର୍ଷକର ଫସଲକୁ ଋଣ କରି ତୋଳିଥିବା ଚାଷୀ ପାଇଁ ଅଣ୍ଟା ଭାଙ୍ଗି ଦେଇଛି ଅକ୍ବାନ୍।

କେମିତି ସୁଝିବ, ସହାୟତା କୁଆଡ଼ୁ ଆସିବ ସେ କଥା ଭାବି ଭାବି ଗୋଲ୍ ହେଲାଣି ମୁଣ୍ଡ।

ଚାଷୀଙ୍କ ଦାନାପାଣି ଛଡ଼ାଇନେଲା ଅକଓ୍ୱନ୍ ତାଣ୍ଡବ ରଚିଲା କମ୍, ଫସଲ ଉଜାଡ଼ିଲା ବେଶୀ ବର୍ଷାରେ ଭିଜି ବର୍ବାଦ ହୋଇଗଲା ଅମଳକ୍ଷମ ଫସଲ କ୍ଷେତରେ ଲୋଟି ବତୁଛି ଯାଇଛି ଚାଷୀଙ୍କ ଆଶା ଅମଳବେଳେ ବୁଡ଼ାଇଦେଲା ବାତ୍ୟା ଅକଓ୍ୱାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)