Family Holds Doctors Responsible: ବୁର୍ଲା ଭିମସାରରେ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କ ଅବହେଳାକୁ ଦାୟୀ କଲେ ପରିବାର
ବୁର୍ଲା ଭିମସାରରେ ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ। ଏନେଇ ପରିବାର ପକ୍ଷରୁ ଭୀମସାର ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇ ନିରପେକ୍ଷ ତଦନ୍ତ ଦାବି ହୋଇଛି। ବରଗଡ଼ର ଜଣେ ମହିଳା ପ୍ରସବ ପାଇଁ ଗତ ୮ ତାରିଖରେ ଭୀମସାରରେ ଭର୍ତ୍ତି ହୋଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରସବ ସମୟରେ ଅବହେଳା ଯୋଗୁଁ ପ୍ରଥମ ଶିଶୁର ନାଭି ଛିଡ଼ିଯାଇ ଷ୍ଟ୍ରେଚର ବାହାରକୁ ଖସିପଡ଼ିଥିଲା। ପରେ ଶିଶୁଟିକୁ ସ୍ପେସାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍ ରେ ରଖା ଯାଇଥିଲା ।
ସେହିପରି ଦ୍ୱିତୀୟ ଶିଶୁର ପ୍ରସବରେ ବିଳମ୍ବ ହେବାରୁ ମୃତ ଶିଶୁ ଜନ୍ମ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପରିବାର ଲୋକେ ଭିମସାର ନିର୍ଦ୍ଦେଶକ ଓ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏପଟେ ଭିମସାର ଭାରପ୍ରାପ୍ତ ନିର୍ଦ୍ଦେଶକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆଭ୍ୟନ୍ତରୀଣ ତଦନ୍ତ ପାଇଁ ପ୍ରସୂତି ବିଭାଗ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...
ଚିକିତ୍ସା ଅବହେଳା: ଶିଶୁ ମୃତ!
ବୁର୍ଲା ଭିମସାରରେ ଶିଶୁ ମୃତ୍ୟୁ ଅଭିଯୋଗ
ଜଣେ ପ୍ରସୂତୀଙ୍କ ଯମଜ ସନ୍ତାନ ହୋଇଥିଲେ
ପ୍ରସବରେ ବିଳମ୍ବ ହେବାରୁ ମୃତ ଶିଶୁ ଜନ୍ମ ଅଭିଯୋଗ
ଷ୍ଟ୍ରେଚର ବାହାରକୁ ଖସିପଡ଼ିଲା ଅନ୍ୟ ଏକ ନବଜାତ
ଡାକ୍ତରଙ୍କ ଅବହେଳା ଅଭିଯୋଗ କଲେ ପରିବାର
ଭିମସାର ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ
ଘଟଣାରେ ଆଭ୍ୟନ୍ତରୀଣ ତଦନ୍ତ ପାଇଁ ନିର୍ଦ୍ଦେଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।