Odisha Cabinet Clears 13 Key Proposals: ରାଜ୍ୟ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି, ୧୩ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ମିଳିଛି ମୋହର। ବୈଠକ ଶେଷ ହେବା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରେସମିଟ୍ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ର ଅବଧିକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି।
ଏହା ଅଧୀନରେ ୪୬୦୦ କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ରାସ୍ତା ନଥିବା ଗାଁଗୁଡ଼ିକୁ ଏହା ଦ୍ୱାରା ସଂଯୋଗ କରାଯିବ। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି ମୁଖ୍ୟ ସଚିବ କହିଛନ୍ତି।
ସେହିପରି ରାଜ୍ୟର ‘ସେତୁ ବନ୍ଧ ଯୋଜନା’ର ଅବଧି ମଧ୍ୟ ୫ ବର୍ଷ ବୃଦ୍ଧି ପାଇଛି, ଯାହା ମାଧ୍ୟମରେ ୩୧୬୭ଟି ପୁରୁଣା ସେତୁର ମରାମତି ଓ ନବୀକରଣ କରାଯିବ। ଅନ୍ୟପଟେ ସମବାୟ ବିଭାଗର ୧୯୫୬ ମସିହାର ପୁରୁଣା ଆଇନ୍ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଆଜି କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।