Fake OAS Officer Arrested: ଧରାପଡିଲା ନକଲି OAS ଅଫିସର, ମଣ୍ଡପରୁ ଉଠାଇ ଆଣିଲା ପୋଲିସ
ବିବାହ କରିବାକୁ ଆସିଥିବା ନକଲି OAS ଅଫିସରଙ୍କୁ ମଣ୍ଡପରୁ ଉଠାଇ ନେଲା ପୋଲିସ।
ଚାକିରି କରାଇଦେବାକୁ କହି ଠକିନେଇଥିଲା ୨୧ ଲକ୍ଷ ଟଙ୍କା।
ଅଭିଯୁକ୍ତ ଯୁବକ ହେଉଛି କେନ୍ଦୁଝରର ସୁମନ୍ତ ଓରାମ।
ଚାକିରି କରାଇଦେବା ନାଁରେ ସମ୍ବଲପୁରର ଜଣେ ଯୁବକଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୨୧ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
Advertisment ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ ବେଳେ ପୋଲିସ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲା।
ଗତକାଲି ନିଜକୁ OAS ଅଫିସର କହି ସମ୍ବଲପୁରର ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ସହ ଆସୁଥିବା ବେଳେ ପୋଲିସ ଉଠାଇ ନେଇଥିଲା।
ଅଟକ ରଖି ଘଟଣାର ତଦନ୍ତ ଜାରି ରହିଛି ସମ୍ବଲପୁର ସଦର ଥାନା ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
