Chief Minister: ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଲକୁ ଯାଇ ଦେଖିଲେ ଫସଲ କ୍ଷୟକ୍ଷତି
ଛତ୍ରପୁର: ସୋମବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବାତ୍ୟା 'ଅର୍ଣ୍ଣବ' ଓ 'ଅକଭାନ'ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ବ୍ୟାପକ ଚାଷଜମି ଜଳମଗ୍ନ ହେବା ସହ ଚାଷୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ବନ୍ୟା ପରବର୍ତ୍ତୀ ସ୍ଥିତି, କ୍ଷୟକ୍ଷତିର ଆକଳନ, ରିଲିଫ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Advertisment ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, କୃଷି ବିଭାଗ ସଚିବ ସଚିନ ରାମଚନ୍ଦ୍ର ଜାଧବ, ଦକ୍ଷିଣାଞ୍ଚଳ ରାଜସ୍ବ ଅଯୁକ୍ତ ବିଜୟ ଅମୃତା କୁଳାଙ୍ଗେ, ଗଞ୍ଜାମ ଜ଼ିଲ୍ଲାପାଳ ଭି.
କୀର୍ତ୍ତି ଭାସନ, ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ, ଖଲିକୋଟ ବିଧାୟକ ତଥା ଜ଼ିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ ପାଢ଼ୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ସମେତ ଅନ୍ୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲାରେ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ସୋମବାର ଜିଲା ଗସ୍ତରେ ଆସି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଚାଷୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବା ସହ ନିଜେ ଚାଷଜମି ଭିତରକୁ ଯାଇ ବନ୍ୟାଜଳରେ ନଷ୍ଟ ହୋଇଥିବା ଫସଲର ସ୍ଥିତି ପରଖିଥିଲେ।
ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଷୋତ୍ତମପୁର ବ୍ଲକ୍ର ହାଣ୍ଡିଘର ଅଞ୍ଚଳରେ ପହଞ୍ଚି ଜଳମଗ୍ନ ଚାଷଜମି ପରିଦର୍ଶନ କରିଥିଲେ।
ସେଠାରେ ଫସଲ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଦୁଃଖ ଓ ସମସ୍ୟା ଶୁଣିଥିଲେ।
ପରେ ଛତ୍ରପୁର ବ୍ଲକ୍ର ବଉଳଗାଁ ନିକଟସ୍ଥ ଚାରିଛକରେ ପହଞ୍ଚି ଧାନ କ୍ଷେତକୁ ଯାଇ ଫସଲର ସ୍ଥିତି ଦେଖିଥିଲେ।
ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଚାଷୀଙ୍କ ସହ ଆଲୋଚନା କରି ବନ୍ୟା ଯୋଗୁଁ ଚାଷ କ୍ଷେତ୍ରରେ ହୋଇଥିବା କ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ।
ଏଥିସହ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କ୍ଷୟକ୍ଷତି ସମ୍ପର୍କିତ ପାୱାର ପଏଣ୍ଟ ଉପସ୍ଥାପନା ମଧ୍ୟ ଦେଖିଥିଲେ।କ୍ଷେତ୍ର ପରିଦର୍ଶନ ପରେ ଛତ୍ରପୁରସ୍ଥିତ ଡିଆର୍ଡିଏ କାର୍ଯ୍ୟାଳୟରେ ଜିଲା ପ୍ରଶାସନ ସହ ଏକ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ।
ଏଥିରେ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ରିଲିଫ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ।
Tragic Accident: ଘରକୁ ଫେରିବା ବାଟକୁ ଚାହିଁ ବସିଥିଲେ ପରିବାର ଲୋକେ, ଅଭାବନୀୟ ଦୁର୍ଘଟଣାରେ ଜୀବନ ହରାଇଲେ ଯୁବକ ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
ବୋମା ଓ ବିସ୍ଫୋରକ ସାମଗ୍ରୀ ଠାବ କରିବା ପାଇଁ କଟକରୁ 'ରବି ଡଗ୍' ନାମକ ଏକ ସନ୍ଧାନୀ କୁକୁରକୁ ଅଣାଯାଇଥିଲା।
ଏହି ସନ୍ଧାନୀ କୁକୁରଟି ରାଷ୍ଟ୍ରପତିଙ୍କ କଟକ ଗସ୍ତ ସମୟରେ ସୁରକ୍ଷା ଯାଞ୍ଚରେ ନିୟୋଜିତ ହେବା ପାଇଁ ରାଉରକେଲାରୁ ଆସିଥିଲା।
ବର୍ତ୍ତମାନ ଏହାର ସହାୟତାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତସ୍ଥଳ ସମେତ ଆଖପାଖ ଅଞ୍ଚଳରେ ବୋମା ଓ ବିସ୍ଫୋରକ ସାମଗ୍ରୀ ଠାବ ପାଇଁ ଯାଞ୍ଚ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
