Eyelid trimming: ଆଖିପତା କାଟିବାର ଅଜବ ଟ୍ରେଣ୍ଡ୍‌!

Sep 16, 2026 - 05:23
Eyelid trimming: ଆଖିପତା କାଟିବାର ଅଜବ ଟ୍ରେଣ୍ଡ୍‌!

"ଆଖିପତା ମୁହଁକୁ ଅଧିକ ସୁନ୍ଦର କରିଥାଏ ବୋଲି କୁହାଯାଏ।

ବିଶେଷକରି ଲମ୍ବା ଆଖିପତା ମହିଳାମାନଙ୍କ ପାଇଁ ଏକ ଆକର୍ଷଣୀୟ ବିଭବ ହୋଇ ରହିଆସିଛି।

ସେହି କାରଣରୁ ବଜାରରେ ନକଲି ଆଖିପତାର ବିକ୍ରୟ କାହିଁରେ କ"ଣ?

ତେବେ ଏକ ନୂଆ ଟ୍ରେଣ୍ଡ୍‌ ଅନୁଯାୟୀ ଲମ୍ବା ଆଖିପତା ପୁରୁଷତ୍ବର ପ୍ରତୀକ ନୁହେଁ ବୋଲି ବିବେଚନା କରାଯାଉଛି।

ଏହି ବିଶ୍ବାସର ବଶବର୍ତ୍ତୀ ହୋଇ ନୂଆପିଢ଼ିର ଯୁବକମାନେ ସେଲୁନ୍‌ ଯାଇ ଆଖିପତାକୁ କାଟି ଛୋଟ କରିଦେଉଛନ୍ତି।

ଏବେ ସାରା ବିଶ୍ବରେ ଏହି ଟ୍ରେଣ୍ଡ୍‌ ବ୍ୟାପିଗଲାଣି।

Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ତେବେ ବାସ୍ତବ କଥା ହେଉଛି, ଆଖିପତା କାଟିବା କେବଳ ଅଜବ ନୁହେଁ, ଏହା ଆଖି ପାଇଁ ବିପଜ୍ଜନକ ମଧ୍ୟ।

ଆଖିପତା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ।

ଏହା ମୃତ ଚର୍ମକୋଷ, ଝାଳ ସମେତ ମଇଳା ଓ ଅତିବାଇଗଣୀ ରଶ୍ମିକୁ ଆଖିରେ ପ୍ରବେଶ କରିବାରୁ ରୋକିଥାଏ।

ତେଣୁ ଆଖିପତା କାଟିବା ଦ୍ୱାରା ବିଭିନ୍ନ ସଂକ୍ରମଣ, କୁଣ୍ଡେଇ ହେବା ଏବଂ ବାରମ୍ବାର ଅଶ୍ବସ୍ତି ଅନୁଭବ କରିବା ଭଳି ସମସ୍ୟା ଦେଖାଦେଇପାରେ।

ସମ୍ଭାବ୍ୟ ସଂକ୍ରମଣ ଓ ଅଶ୍ବସ୍ତି ଛଡ଼ା ଆଖିପତା ଟ୍ରିମିଂ ପ୍ରକ୍ରିୟା ବିପଦପୂର୍ଣ୍ଣ।

ଆଖି ପାଖରେ ତୀକ୍ଷ୍‌ଣ, ଦ୍ରୁତ ଗତିଶୀଳ ଧାତବ ବ୍ଲେଡ୍‌ ଚଳାଇବା ଭୟଙ୍କର ପରିଣାମ ଆଣିପାରେ।

ସମୟ ସହ ଆଖିପତା ପୁନର୍ବାର ବଢ଼ିଲେ ମଧ୍ୟ ଏଥିପାଇଁ ମାସ ମାସ ସମୟ ଲାଗେ।

ସେହିପରି ଆଖିପତା କାଟିବା ପୁରୁଷତ୍ୱ ସହ ଜଡ଼ିତ ଭଳି ଧାରଣାର କୌଣସି ବୈଜ୍ଞାନିକ କାରଣ ନାହିଁ।

ବିଶେଷଜ୍ଞଙ୍କ ଅନୁସାରେ, ଲମ୍ବା ଆଖିପତା ହେଉଛି ବଂଶଗତ।

ତେଣୁ ଏହା ପୁରୁଷ ଓ ମହିଳା ଉଭୟଙ୍କ କ୍ଷେତ୍ରରେ ହୋଇପାରେ।

Horoscope 2026 September 16: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)