ex-MP Anand Mohan: ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ମାସେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

Nov 26, 2026 - 12:45
ex-MP Anand Mohan: ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ମାସେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବତନ ବିହାର ସାଂସଦ ଆନନ୍ଦ ମୋହନଙ୍କ ସମୟ ପୂର୍ବରୁ ଖଲାସ ପାଇଁ ପଥ ପ୍ରଶସ୍ତ କରିଥିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି।

୧୯୯୪ ମସିହାରେ ତତ୍କାଳୀନ ଗୋପାଳଗଞ୍ଜ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଆଇଏଏସ୍ ଅଧିକାରୀ ଜି.

କୃଷ୍ଣୈୟାଙ୍କୁ ଭିଡ଼ଙ୍କ ଦ୍ବାରା କରାଯାଇଥିବା ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆନନ୍ଦ ମୋହନଙ୍କୁ କୋର୍ଟ ଗୋଟିଏ ମାସ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ, ବିହାର ସରକାରଙ୍କ ପକ୍ଷରୁ ଏପ୍ରିଲ ୨୦୨୩ରେ କରାଯାଇଥିବା ଛାଡ୍ ନୀତିରେ ସଂଶୋଧନ ଅଣସାମ୍ବିଧାନିକ ଥିଲା।

ଏହି ସଂଶୋଧନ ଡ୍ୟୁଟିରେ ଥିବା ଜଣେ ସରକାରୀ କର୍ମଚାରୀଙ୍କୁ ହତ୍ୟା କରି ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ସମୟ ପୂର୍ବରୁ ଖଲାସ ପାଇଁ ଉଦ୍ଦିଷ୍ଟ ଥିଲା।

ବିଚାରପତି ଦୀପଙ୍କର ଦତ୍ତା ଏବଂ ଶୀଳ ନାଗୁଙ୍କ ଖଣ୍ଡପୀଠ ଆଇଏଏସ୍ ଅଧିକାରୀଙ୍କ ପତ୍ନୀ ଉମା କୃଷ୍ଣୈୟାଙ୍କ ଆବେଦନକୁ ଗ୍ରହଣ କରି ଏହି ରାୟ ପ୍ରଦାନ କରିଛନ୍ତି।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟ ସରକାର ପୀଡିତାଙ୍କ ପରିବାରକୁ ଶୁଣାଣି ପାଇଁ ସୁଯୋଗ ଦେବା ପରେ ଦଣ୍ଡ ଛାଡ୍‌ର ପୁନଃବିଚାର ଆରମ୍ଭ କରାଯାଇପାରିବ।

ପୀଡିତଙ୍କ ପରିବାରର ଆପତ୍ତିକୁ ବିଚାର କରାଯିବା ଆବଶ୍ୟକ, କିନ୍ତୁ ସେମାନଙ୍କ ଆପତ୍ତିକୁ ଚୂଡ଼ାନ୍ତ ଭେଟୋ ଭାବରେ ବିବେଚନା କରାଯାଇପାରିବ ନାହିଁ।

Advertisment ସୁପ୍ରିମକୋର୍ଟରୁ ବଡ଼ ଝଟକା ଖଣ୍ଡପୀଠ ବିହାର ସରକାରଙ୍କ ଏପ୍ରିଲ ୨୦୨୩ ସଂଶୋଧନକୁ ଅଣସାମ୍ବିଧାନିକ ଘୋଷଣା କରି କହିଛନ୍ତି ଯେ, ଏହା କୌଣସି ସ୍ପଷ୍ଟ ଉଦ୍ଦେଶ୍ୟ କିମ୍ବା ପ୍ରକୃତ ଯଥାର୍ଥତା ବିନା ହଠାତ୍ କରାଯାଇଥିବା ପରିବର୍ତ୍ତନ ଥିଲା।

ରାଜ୍ୟ ସରକାର ଏହା ପଛରେ କୌଣସି ଯୁକ୍ତିଯୁକ୍ତ ଏବଂ ବୈଧ ସାର୍ବଜନୀନ ଉଦ୍ଦେଶ୍ୟ ସ୍ଥାପନ କରିବାରେ ବିଫଳ ହୋଇଛନ୍ତି।

କୋର୍ଟ କହିଛନ୍ତି ଯେ, ଏହି ସଂଶୋଧନ ସମ୍ବିଧାନର ଧାରା ୧୪ ସମାନତାର ଅଧିକାର ଏବଂ ଧାରା ୨୧ ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାରର ଉଲ୍ଲଂଘନ କରୁଛି।

ବିହାର ସରକାରଙ୍କ ପୂର୍ବର ଛାଡ୍ ନୀତି ଅନୁଯାୟୀ, କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ହତ୍ୟା କରିଥିବା ଦୋଷୀମାନେ ଅତି କମରେ ୨୦ ବର୍ଷ ଜଲେ ଦଣ୍ଡ ଭୋଗ କରିନଥିଲେ ସେମାନଙ୍କୁ ସମୟ ପୂର୍ବରୁ ଖଲାସ କରାଯାଇ ପାରିବ ନାହିଁ।

ତେବେ ଏପ୍ରିଲ ୨୦୨୩ରେ ବିହାର ଜେଲ୍ ମାନୁଆଲ୍ ୨୦୧୨ର ନିୟମ ୪୮୧(୧)(କ)କୁ ସଂଶୋଧନ କରାଯାଇ ଏହି ବର୍ଗର ଦୋଷୀମାନଙ୍କୁ ସମୟ ପୂର୍ବରୁ ଖଲାସ ପାଇଁ ପଥ ପରିଷ୍କାର କରାଯାଇଥିଲା।

ଏହି ସଂଶୋଧନ ପରେ ଆନନ୍ଦ ମୋହନ ପ୍ରାୟ ୧୪ ବର୍ଷ ଜେଲ୍‌ରେ ରହିବା ପରେ ୨୪ ଏପ୍ରିଲ ୨୦୨୩ରେ ଖଲାସ ହୋଇଥିଲେ।

ଉମା କୃଷ୍ଣୈୟା ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାବି କରିଥିଲେ ଯେ ଏହା ବାହ୍ୟ ପ୍ରଭାବ ଦ୍ୱାରା ପ୍ରେରିତ।

ସେ ଯୁକ୍ତି ଦେଇଥିଲେ ଯେ, ଜେଲ୍‌ରେ ଦୋଷୀଙ୍କ ଆଚରଣ ଏବଂ ଅପରାଧିକ ପୃଷ୍ଠଭୂମି ଭଳି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ପର୍ଯ୍ୟାପ୍ତ ଭାବରେ ବିଚାର କରାଯାଇ ନାହିଁ।

ସୁପ୍ରିମକୋର୍ଟ ଜୁଲାଇ ୧୬ ରେ ଏହି ମାମଲାରେ ତାଙ୍କର ରାୟ ସଂରକ୍ଷିତ ରଖିଥିଲେ।

ଉତ୍ତରାଖଣ୍ଡରେ ହାତକୁ ଦି ହାତ ହେବେ ଧର୍ମେନ୍ଦ୍ରଙ୍କ କନ୍ୟା, ପୁରୀରେ ରିସେପ୍ସନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)