Ethanol: ଇଥାନଲ ମିଶା ପେଟ୍ରୋଲ ସୁରକ୍ଷିତ: କେନ୍ଦ୍ର
"ନୂଆଦିଲ୍ଲୀ: ଇଥାନଲ ମିଶ୍ରଣ କରାଯାଇଥିବା ପେଟ୍ରୋଲ ସମ୍ପୂର୍ଣ୍ଣ ସୁରକ୍ଷିତ।
ଆମେରିକା, ବ୍ରାଜିଲ ଓ ଜାପାନ ଭଳି ବିଶ୍ବର ବିଭିନ୍ନ ଦେଶରେ ତାହା ସଫଳତାର ସହ ବ୍ୟବହାର ହେଉଛି ବୋଲି ତୈଳ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଥିଲା।
ଇ୨୦ ପେଟ୍ରୋଲର ଅପକାରିତାକୁ ନେଇ ପ୍ରଚାର କରାଯାଉଥିବା ଗୁଜବକୁ ମନ୍ତ୍ରଣାଳୟ ଦୃଢ଼ ଭାବେ ଖଣ୍ଡନ କରିଛି।
ଇ୨୦ ତେଲ ପକାଇଲେ ଗାଡ଼ି ବୀମାର ବୈଧତା ଶେଷ ହୋଇଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ।Advertisment ବୀମା କମ୍ପାନିଗୁଡ଼ିକ ସହ ବିଷୟରେ ଆଲୋଚନା କରି ଏହା ସ୍ପଷ୍ଟ କରାଯାଉଛି ବୋଲି ମନ୍ତ୍ରଣାଳୟ ଜଣାଇଛି।
ବ୍ରାଜିଲରେ ଇ୨୭ ପେଟ୍ରୋଲ ବିକ୍ରି ହେଉଛି।
ଭାରତର ଇ୨୦ ତୁଳନାରେ ସେଥିରେ ସାତ ପ୍ରତିଶତ ଅଧିକ ଇଥାନଲ ମିଶାଯାଇଛି।
ତାହା ସେଠାରେ ସାଧାରଣ ତେଲ ଭାବେ ବ୍ୟବହାର କରାଯାଉଛି।
ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ସରକାରଙ୍କୁ ୧.୪ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି।
ଏହି କାର୍ଯ୍ୟକ୍ରମ ଦ୍ବାରା ଚାଷୀ ସମାଜ ଉପକୃତ ହେବ, ଦେଶର ଊର୍ଜା ସୁରକ୍ଷା ଦୃଢ଼ ହେବ ଓ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ହ୍ରାସ ପାଇବ ବୋଲି ମନ୍ତ୍ରଣାଳୟ ଜଣାଇଛି।
"