ESIC: ଇଏସ୍ଆଇସିର କ୍ଷମା ଯୋଜନା ୩ ମାସ ବଢ଼ିଲା
ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ ( ଇଏସ୍ଆଇସି )ର 'ନୂତନ କ୍ଷମା ଯୋଜନା-୨୦୨୫'ର ଅବଧିକୁ କେନ୍ଦ୍ର ସରକାର ଆଉ ତିନି ମାସ ବଢ଼ାଇଛନ୍ତି।
ଏହା ଫଳରେ ଯୋଗ୍ୟ ନିଯୁକ୍ତିଦାତା ଓ ବୀମାଭୁକ୍ତ ବ୍ୟକ୍ତିମାନେ ୨୦୨୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ପୁରୁଣା ଆଇନଗତ ବିବାଦର ସମାଧାନ କରିବାକୁ ଅଧିକ ସମୟ ପାଇବେ।
Advertisment ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ପୂର୍ବରୁ ଏହି ଯୋଜନା ୨୦୨୫ ଅକ୍ଟୋବର ୧ରୁ ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ଥିଲା।
ବିଭିନ୍ନ ପକ୍ଷଙ୍କ ଅନୁରୋଧ ଓ ପ୍ରସ୍ତାବର ସମୀକ୍ଷା ପରେ ଏହାର ସମୟସୀମାକୁ ୨୦୨୬ ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଯାଇଛି।
ଯୋଜନାର ପୂର୍ବ ନିୟମ ଓ ସର୍ତ୍ତାବଳୀ ଅପରିବର୍ତ୍ତିତ ରହିବ।
Esic Medical College Rourkela ରାଉରକେଲା ପୁଣି ଉପେକ୍ଷିତ: କେନ୍ଦ୍ର ସରକାରଙ୍କ ଅବହେଳା ବଳବତ୍ତର, ଇଏସ୍ଆଇସି ମେଡିକାଲ କଲେଜ ଆଶା ମଉଳିଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
