Escort service: ରାଜଧାନୀରେ ଏସ୍କର୍ଟ ସର୍ଭିସ ରୢାକେଟ୍‌ ମାମଲା, ଆର୍ଥିକ କାରବାର ଯାଞ୍ଚ ପାଇଁ ବ୍ୟାଙ୍କକୁ ଚିଠି

Jun 15, 2026 - 07:15
Escort service: ରାଜଧାନୀରେ ଏସ୍କର୍ଟ ସର୍ଭିସ ରୢାକେଟ୍‌ ମାମଲା, ଆର୍ଥିକ କାରବାର ଯାଞ୍ଚ ପାଇଁ ବ୍ୟାଙ୍କକୁ ଚିଠି

"ଭୁବନେଶ୍ବର: ଆମର ରାଜଧାନୀରେ ତାରକା ହୋଟେଲ୍‌ ସହ ଲିଙ୍କ ଅଛି।

ସେଠାକୁ ଯୁବତୀ ପଠାଇଦେବୁ।

ଆପଣା ଖାଲି ବୁକିଂ କରନ୍ତୁ।

ହ୍ବାଟ୍‌ସ୍‌ରେ ଗ୍ରାହକ ଦେଖି କାହାକୁ ବିଦେଶୀ ଯୁବତୀ ତ କାହାକୁ ଅଣଓଡ଼ିଆ ଯୁବତୀଙ୍କ ଫଟୋ ପଠାଉଥିଲେ।

ରାତିକୁ ୫୦୦୦ ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଥିଲେ।Advertisment Rajo: ଆସିଛି ରଜ ଲୋ, ଘେନି ନୂଆ ସଜବାଜ...

ରାଜଧାନୀରେ ଏସ୍କର୍ଟ ସର୍ଭିସ୍‌ ନାଁରେ ଲୋକଙ୍କୁ ଠକେଇ ରୢାକେଟ୍‌ର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଛି।

ପାଖାପାଖି ବର୍ଷେ ହେବ ଏହି ରୢାକେଟ୍‌ ରାଜଧାନୀରେ ସକ୍ରିୟ ହୋଇ ଶହ ଶହ ଗ୍ରାହକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗାଇଥିବା ଜଣାପଡ଼ିଛି।

ଏହି ରୢାକେଟର ଦୁଇଟି ଆକାଉଣ୍ଟକୁ ପୁଲିସ ଠାବ କରିବା ସହ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ପାଇଁ ଦୁଇ ବ୍ୟାଙ୍କକୁ ତମାଣ୍ଡୋ ଥାନା ପୁଲିସ ଚିଠି ଲେଖିଛି।

ଏହାଛଡ଼ା ସେମାନଙ୍କର ଅନ୍ୟ ଆକାଉଣ୍ଟ ଥିବା ନେଇ ପୁଲିସ ସନ୍ଦେହ କରିଛି।

ସେ ଦିଗକରେ ମଧ୍ୟ ପୁଲିସ ଅଧିକ ତଦନ୍ତ କରୁଛି।

World Environment Day: ବିଶ୍ବ ପବନ ଦିବସ ପ୍ରକାଶ ଥାଉ କି, ଅପରିଚିତ ମହିଳାମାନଙ୍କ ଫଟୋ ବ୍ୟବହାର କରି ଧଉଳି ଲିଙ୍ଗିପୁର ଇନ୍ଦିରା କଲୋନିର ଉମାକାନ୍ତ ଦଳାଇ , ତୋଫାନ ପ୍ରଧାନ, ମିଞ୍ଜି ଭୋଇ ଓ ଲକ୍ଷ୍ମୀସାଗର କୁଲିସାହିର ଚିତ୍ତରଂଜନ ମହାନ୍ତି ଏହି ରୢାକେଟ୍‌ ଚଳାଇଥିଲେ।

ଗତ ୧୧ ତାରିଖ ଦିନ ତମାଣ୍ଡୋ ଅଞ୍ଚଳର ଜଣେ ମହିଳା ତାଙ୍କର ଜଣେ ବନ୍ଧୁଙ୍କ ପାଖରୁ ଖବର ପାଇଥିଲେ ଯେ କେହି ଦୁର୍ବୃତ୍ତ ତାଙ୍କ ଫଟୋକୁ ପୋଷ୍ଟ କରି ଏସ୍କର୍ଟ ସର୍ଭିସ୍‌ ସମ୍ପର୍କିତ ଅଶ୍ଳୀଳ ପୋଷ୍ଟ କରିଛନ୍ତି।

ଏନେଇ ସେ ତମାଣ୍ଡୋ ଥାନାରେ  ଅଭିଯୋଗ ପରେ ପୁଲିସ ସୋସିଆଲ ମିଡିଆର ଖୋଳତାଡ଼ କରି ରୢାକେଟ୍‌କୁ ଠାବ କରିବା ସହ ୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ହେଲେ ଏହାପଛର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୁଲିସ ଅଧିକ ତଦନ୍ତ କରୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।