Environmental: ପରିବେଶ ପଞ୍ଚାୟତ: ‘ଶିଳ୍ପାନୁଷ୍ଠାନ ସିଏସ୍ଆର୍ ପାଣ୍ଠି ପରିବେଶ ସୁରକ୍ଷାରେ ଲଗାଯାଉ’
"ରାୟଗଡ଼ା: ରାୟଗଡ଼ା ଭଳି ଖଣିଖାଦାନ ଏବଂ ଶିଳ୍ପାଞ୍ଚଳରେ ବ୍ୟାପକ ଗଛ କଟାଚାଲିଛି।
ବନୀକରଣ ଯୋଜନାରେ ଚାରାରୋପଣ ନୂତନ ଜଙ୍ଗଲ ସୃଷ୍ଟିରେ ସହାୟକ ହୋଇପାରୁନି।
ଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି।
ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେଉଛି।
ବୃକ୍ଷରୋପଣ କ୍ଷେତ୍ରରେ ଶିଳ୍ପସଂସ୍ଥାର ଯେଉଁ ଉତ୍ତରଦାୟିତ୍ବ ରହିଛି ତାହା ଠିକ୍ ଭାବେ ପାଳନ ହେଉନି।
ଏଣିକି ଶିଳ୍ପାନୁଷ୍ଠାନର ସିଏସ୍ଆର ପାଣ୍ଠି ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବିନିଯୋଗ କରାଯାଉ।
Advertisment Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ରାୟଗଡ଼ା ନିର୍ବାଚନମଣ୍ଡଳୀ ସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା।
ଶ୍ରୀ କାଡ୍ରାକା କହିଛନ୍ତି, ଶିଳ୍ପସଂସ୍ଥା ଗୁଡ଼ିକ ପରିବେଶର ସୁରକ୍ଷା ପ୍ରତି ଉତ୍ତରଦାୟୀ ରହନ୍ତୁ।
ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ ଡ.ଦୁଷ୍ମନ୍ତ କୁମାର ମହାନ୍ତି କହିଲେ, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଦିନଠାରୁ ପରିବେଶ ସୁରକ୍ଷା ପାଇଁ ଠୋସ ଯୋଜନା ହୋଇନାହିଁ।
ଯାହାର ପରିଣାମ ଜିଲ୍ଲାର ୧୦ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ଭୋଗୁଛନ୍ତି।
ସାର ଓ କୀଟନାଶକର ବହୁଳ ବ୍ୟବହାର ଯୋଗୁଁ ଆମେ ଖାଦ୍ୟ ନାଁରେ ବିଷ ଖାଉଛୁ।
ପରିବେଶର ସୁରକ୍ଷା ପାଇଁ ଡାଏରୀ ଫାର୍ମ ଓ ଅର୍ଗାନିକ ଫାର୍ମକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଥିଲେ।
ସମ୍ମାନିତ ଅତିଥି ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ନିର୍ଦେଶକ ଡ.ରାଜେଶ କୁମାର ପାଢ଼ୀ କହିଥିଲେ, ଏବେଠୁ ସଜାଗ ନହେଲେ ଭବିଷ୍ୟତରେ ଆମକୁ ବହୁମୂଲ୍ୟ ଦେବାକୁ ପଡ଼ିବ।
Horoscope 2026 July 14: ଜାଣନ୍ତୁ ଆଜିର ରାଶିଫଳ ଆମର ଭୁଲ ପାଇଁ ଆଗାମୀ ପିଢ଼ି ବିପଦର ସମ୍ମୁଖୀନ ହେବେ।
ଅବସରପ୍ରାପ୍ତ ବନପାଳ କାମେଶ୍ବର ଆଚାରୀ କହିଥିଲେ, ସ୍ଥାନୀୟ ଲୋକଙ୍କ ବସତି ଏବଂ ଜଙ୍ଗଲର ବ୍ୟବହାର ନେଇ ନିର୍ଦ୍ଦିଷ୍ଟ କୌଣସି ସୀମା ନିରୁପଣ ହୋଇପାରୁନି।
ଏଣୁ ଜଙ୍ଗଲ ବହୁମାତ୍ରାରେ ନଷ୍ଟ ହେଉଛି।
କାର୍ଯ୍ୟକ୍ରମକୁ ଅଧ୍ୟାପିକା ପଲ୍ଲିଶ୍ରୀ ଭୁକ୍ତା ପରିଚାଳନା କରିଥିଲେ।
ସ୍ବେଚ୍ଛାସେବୀ ସୁଦର୍ଶନ ପାଢ଼ୀ ଧନ୍ୟବାଦ ଦେଇଥଲେ। "ସମ୍ବାଦ" ରାୟଗଡ଼ା ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା, କନକ ନ୍ୟୁଜ ପ୍ରତିନିଧି ସ୍ମୃତି ରଞନ ମହାନ୍ତି, ସ୍ବେଚ୍ଛାସେବୀ ଗୋପୀନାଥ ଗୌଡ଼ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।