New milestone: ମହିଳା କ୍ରିକେଟ୍‌ରେ ନୂଆ ମାଇଲ୍‌ଖୁଣ୍ଟ: ଲର୍ଡ୍ସର ପ୍ରଥମ ମହିଳା ଟେଷ୍ଟ ଜିତିଲା ଭାରତ

Jul 14, 2026 - 04:52
New milestone: ମହିଳା କ୍ରିକେଟ୍‌ରେ ନୂଆ ମାଇଲ୍‌ଖୁଣ୍ଟ: ଲର୍ଡ୍ସର ପ୍ରଥମ ମହିଳା ଟେଷ୍ଟ ଜିତିଲା ଭାରତ

"ଲଣ୍ଡନ: ସୁପ୍ରସିଦ୍ଧ ଲର୍ଡସ୍‌ ପଡ଼ିଆରେ ଭାରତ ଐତହାସିକ ବିଜୟ ପାଇଛି।

ଏଠାରେ ଖେଳାଯାଇଥିବା ସର୍ବପ୍ରଥମ ମହିଳା ଟେଷ୍ଟ୍‌ ମ୍ୟାଚ୍‌କୁ ଜିତି ନେଇ କ୍ରିକେଟ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି ହରମନପ୍ରୀତ୍ କୌରଙ୍କ ଭାରତୀୟ ଦଳ।

ଏହି ବିରଳ ବିଜୟ ଲାଗି ଶେଷ ଦିନରେ ଘରୋଇ ଇଂଲଣ୍ଡକୁ ୩୨୭ ରନ୍‌ ଏବଂ ଭ୍ରମଣକାରୀ ଭାରତକୁ ୪ ୱିକେଟ୍‌ର ଆବଶ୍ୟକ ରହିଥିଲା।

ସୋମବାର ଶେଷ ଦିନର ମାତ୍ର ୯୫ ମିନିଟ୍‌ର ଖେଳ ମଧ୍ୟରେ ଭାରତୀୟ ସ୍ପିନର୍‌ ଇଂଲଣ୍ଡର ବଳକା ୪ ୱିକେଟ୍‌ ଝାଡ଼ି ଦେଶବାସୀଙ୍କୁ ଐତିହାସିକ ବିଜୟ ଭେଟି ଦେଇଥିଲେ।

ସୋଫି ଏସେଲଷ୍ଟୋନ୍‌ ନିଜର ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ଅର୍ଜନ କରିବା ପରେ ଅଫ୍‌ ସ୍ପିନର୍‌ ସ୍ନେହ ରାଣାଙ୍କ ବଲ୍‌ରେ ଆଉଟ୍‌ ହୋଇ ଫେରିବା ପରେ ଭାରତ ଏହି ଟେଷ୍ଟ୍‌କୁ ୨୭୦ ରନ୍‌ରେ ଜିତି ନେଇଥିଲା।

ମହିଳା ଟେଷ୍ଟ୍‌ରେ ରନ୍‌ ବ୍ୟବଧାନରେ ଏହା ଭାରତର ଚତୁର୍ଥ ସର୍ବବୃହତ୍  ବିଜୟ ହୋଇଥିଲା।

ଏସେଲ୍‌ଷ୍ଟୋନ୍‌ଙ୍କୁ ଆଉଟ୍‌ କରି ସ୍ନେହ ଦ୍ବିତୀୟ ପାଳିରେ ୪ ସହ ମୋଟ ୬ ୱିକେଟ୍‌ ଅକ୍ତିଆର କରିଥିଲେ।

ସୋମବାରର ଅଷ୍ଟାଦଶ ବଲ୍‌ରେ ଆମି ଜୋନ୍ସ ରବିବାରର ସ୍କୋର୍‌ ୫୨ ରନ୍‌ରେ ଆଉ ଦୁଇ ରନ୍‌ ଯୋଡ଼ି ସ୍ନେହଙ୍କ ଦ୍ବାରା ଆଉଟ୍‌ ହେବା ଘରୋଇ ଦଳର ପରାଜୟକୁ ସୁନିଶ୍ଚିତ କରିଥିଲା।

ମ୍ୟାଚ୍‌ରେ ମୋଟ ୭ ୱିକେଟ୍‌ ନେଇଥିବା କ୍ରାନ୍ତି ଗୌଡ଼ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।Advertisment Scissors: ଗୋଟିଏ କଇଁଚି, ଦଶଟି କାମ ପୂର୍ବରୁ ଭାରତ ତା"ର ପ୍ରଥମ ପାଳିରେ ୨୮୫ ରନ୍‌ କରିଥିଲା ବେଳେ କ୍ରାନ୍ତି ଗୌଡ଼ଙ୍କ ୫/୩୭ ସଫଳତା ଯୋଗୁଁ ଘରୋଇ ଦଳ ମାତ୍ର ୧୭୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

୧୧୫ ରନ୍‌ରେ ଅଗ୍ରଣୀ ନେଇଥିବା ଭାରତ ଦ୍ବିତୀୟ ପାଳିରେ ୟାସ୍ତିକା ଭାଟିଆଙ୍କ ଶତକ ଏବଂ ସ୍ମୃତି ମନ୍ଧାନା ଓ ରିଚା ଘୋଷଙ୍କ ଅର୍ଦ୍ଧଶତକ ବଳରେ ୩୪୧/୭ରେ ପାଳି ଘୋଷଣା କରିଥିଲା।

ଫଳରେ ଇଂଲଣ୍ଡ ସମ୍ମୁଖରେ ୪୫୭ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ଏହାକୁ ପିଛା କରିବାକୁ ଯାଇ ଇଂଲଣ୍ଡ ତୃତୀୟ ଦିନ ସୁଦ୍ଧା ୧୩୦ ରନ୍‌ରେ ୬ ୱିକେଟ୍‌ ହରାଇ ପରାଜୟ ଦ୍ବାରରେ ରହିଥିଲା।

ସଂକ୍ଷିପ୍ତ ସ୍କୋର୍‌: ଭାରତ ପ୍ରଥମ ପାଳି ୨୮୫ (ସ୍ମୃତି ମନ୍ଧାନା ୮୩, ହରମନ୍‌ପ୍ରୀତ କୌର ୫୮, ଦୀପ୍ତି ଶର୍ମା ୫୭, ସୋଫି ଏସେଲଷ୍ଟୋନ୍‌ ୩/୬୮)।

ଇଂଲଣ୍ଡ ପ୍ରଥମ ପାଳି ୧୭୦ (ଆମି ଜୋନ୍ସ ୫୨, ନାଟ୍‌ ସିବର ବ୍ରଣ୍ଟ ୪୪, କ୍ରାନ୍ତି ଗୌଡ଼ ୫/୩୭)।

ଭାରତ ଦ୍ବିତୀୟ ପାଳି ୩୪୧/୭ ଘୋଷିତ (ୟାସ୍ତିକା ଭାଟିଆ ୧୧୩, ସ୍ମୃତି ମନ୍ଧାନା ୭୦, ରିଚା ଘୋଷ ୫୦*, ସୋଫି ଏସେଲଷ୍ଟୋନ୍‌ ୫/୧୧୮)।

ଇଂଲଣ୍ଡ ଦ୍ବିତୀୟ ପାଳି ୬୨.୫ ଓଭରରେ ୧୮୬ (ଆମି ଜୋନ୍ସ ୫୪, ସୋଫି ଏସେଲଷ୍ଟୋନ୍‌ ୫୦, ସ୍ନେହ ରାଣା ୪/୪୨, ସାୟଲି ସତ୍‌ଘରେ ୨/୨୪, ଦୀପ୍ତି ଶର୍ମା ୨/୩୬, କ୍ରାନ୍ତି ଗୌଡ଼ ୨/୫୬)।

ସଚିନଙ୍କ ଉପସ୍ଥିତି ପାଇଁ ଆହୁରି ସ୍ବତନ୍ତ୍ର କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ୍‌ ପଡ଼ିଆରେ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ ଦଳ।

ଇଂଲଣ୍ଡକୁ ୨୭୦ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ଏଠାରେ ଖେଳାଯାଇଥିବା ପ୍ରଥମ ମହିଳା ଟେଷ୍ଟ ମ୍ୟାଚ୍‌ରେ ମାଇଲ୍‌ଖୁଣ୍ଟ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ।

ଏହି ଐତିହାସିକ ସଫଳତା ପଛରେ ଦଳର ଦୃଢ଼ ପ୍ରଦର୍ଶନ ସହ ମାଷ୍ଟର ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କ ପ୍ରେରଣାଦାୟକ ଉପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ସୋମବାର ସକାଳେ ଭାରତୀୟ ଦଳର ଏହି ସ୍ମରଣୀୟ ବିଜୟ ପୂର୍ବରୁ ସଚିନ ହଠାତ୍ ଭାରତୀୟ ମହିଳା ଦଳର ହଡଲ୍‌ରେ ପହଞ୍ଚି ଅଧିନାୟିକା ହରମନପ୍ରୀତ କୌର ଓ ସମଗ୍ର ଦଳକୁ ଉତ୍ସାହିତ କରିଥିଲେ।

ସଚିନ ଭାରତୀୟ ଖେଳାଳିମାନଙ୍କ ସହ କିଛି ସମୟ କଥାବାର୍ତ୍ତା କରି ସେମାନଙ୍କୁ ନିର୍ଭୟ ହୋଇ ଖେଳିବାକୁ ପରାମର୍ଶ ଦେଇଥିଲେ।

ସଚିନଙ୍କ ଏହି ଗସ୍ତ ପୂର୍ବରୁ ଯୋଜନାବଦ୍ଧ ନଥିଲା।

କିନ୍ତୁ ଭାରତୀୟ ଦଳ ଇତିହାସ ସୃଷ୍ଟି କରିବାର ମୁହୂର୍ତ୍ତରେ ଥିବାରୁ ସେ ଖେଳାଳିଙ୍କ ସହ ସମୟ ବିତାଇ ସେମାନଙ୍କ ମନୋବଳ ବଢ଼ାଇଥିଲେ।

ମ୍ୟାଚ୍‌ର ବିଜୟ ସୂଚକ ମୁହୂର୍ତ୍ତକୁ ସଚିନ ଏବଂ  ଆଇସିସି ଅଧ୍ୟକ୍ଷ ଜୟ ଶାହ ଦର୍ଶକ ଷ୍ଟାଣ୍ଡ୍‌ରୁ ଉପଭୋଗ କରିଥିଲେ।

ବିଜୟ ପରେ ସଚିନ ପଡ଼ିଆ ଭିତରକୁ ଯାଇ ହରମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଦଳକୁ ଅଭିନନ୍ଦନ ଜଣାଇଥିଲେ।

ସେହିଭଳି ଇଂଲଣ୍ଡର ଅଭିଜ୍ଞ କ୍ରିକେଟର୍‌ ଟ୍ୟାମସିନ ବୋମଣ୍ଟ ଓ ହେଦର ନାଇଟଙ୍କ ସହ ମଧ୍ୟ ସାକ୍ଷାତ କରି ସେମାନଙ୍କ ଆନ୍ତର୍ଜାତିକ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଥିଲେ।

Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।