Entertainment: ମନୋରଞ୍ଜନରେ ତୁଷ୍ଟୀକରଣ

Sep 05, 2026 - 05:17
Entertainment: ମନୋରଞ୍ଜନରେ ତୁଷ୍ଟୀକରଣ

"କିଛି ଚଳଚ୍ଚିତ୍ର ଉପନ୍ୟାସରୁ, ଆଉ କିଛି ଭିଡିଓଗେମ୍‌ରୁ ତ ଆଉ କେତୋଟି କ୍ଷୁଦ୍ର ଚଳଚ୍ଚିତ୍ରରୁ ବଡ଼ ପରଦାର କାହାଣୀରେ ରୂପାନ୍ତରିତ ହେବା ଆମେ ଦେଖିଛୁ।

ତେବେ େଵବ୍ ଧାରାବାହିକକୁ ଭିତ୍ତି କରି ଚଳଚ୍ଚିତ୍ର ନିର୍ମିତ ହେବା ଏକ ବିରଳ ଘଟଣା।

ସେ ଦୃଷ୍ଟିରୁ ଆଠ ବର୍ଷ ତଳେ ଆସି ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା "ମିର୍ଜାପୁର" ଧାରାବାହିକର ଚରିତ୍ରମାନଙ୍କୁ ନେଇ ଗୋଟିଏ ଚଳଚ୍ଚିତ୍ର ପ୍ରସ୍ତୁତିର ପରିକଳ୍ପନା ନିଶ୍ଚିତ ଭାବେ ଏକ ଦୁଃସାହସିକ କାର୍ଯ୍ୟ।

Advertisment Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା ଧାରାବାହିକରେ ଅସରନ୍ତି ଅବଧିର ସୁଯୋଗ ଥିବାରୁ ଧୀର ବେଗରେ କାହାଣୀକୁ ଅଗ୍ରସର କରାଇବା ତଥା ଚରିତ୍ରମାନଙ୍କୁ ଦର୍ଶକଙ୍କ ସହ ଭଲଭାବେ ପରିଚିତ କରାଇବାର ସୁଯୋଗ ଥାଏ।

ଅପରପକ୍ଷେ ଚଳଚ୍ଚିତ୍ରରେ ଅବଧିର ସୀମିତତା ସେଭଳି ସୁଯୋଗ ଦେଇ ନଥାଏ। "ମିର୍ଜାପୁର: ଦି ମୁଭି" ଦେଖିଲା ପରେ ମନରେ ମିଶ୍ରିତ ଭାବନା ଜାଗ୍ରତ ହେଉଛି।

ଗୋଟିଏ ପଟେ ନିର୍ଦେଶକ ଗୁରମୀତ ସିଂହ ଏକ ଅତ୍ୟନ୍ତ ସଫଳ ଧାରାବାହିକକୁ ଭିତ୍ତି କରି ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାରେ ସଫଳ ହୋଇଛନ୍ତି; ଏଥିରେ ଚରିତ୍ରମାନଙ୍କ ସଂଳାପ, ହାବଭାବ ଓ କାହାଣୀ ନିଶ୍ଚିତ ଭାବେ ପ୍ରଥମ ଥର "ମିର୍ଜାପୁର" ଧାରାବାହିକ ଦେଖିବାର ରୋମାଞ୍ଚକୁ ମନେ ପକାଇ ଦେଇଛି।

କିନ୍ତୁ ଅପରପକ୍ଷେ ଏହାର ନିର୍ମାତାମାନେ ଗତାନୁଗତିକ ଫର୍ମୁଲାରୁ ବାହାରି କିଛି ଅଭିନବ କରିବାର ବିପଦ ବରଣ କରିବାକୁ ଚାହି ନାହାନ୍ତି, ଯେଉଁ କାରଣରୁ ମିର୍ଜାପୁର ଚଳଚ୍ଚିତ୍ର, ମୂଳ ଧାରାବାହିକଠାରୁ ସ୍ବତନ୍ତ୍ର ପରିଚୟ ହାସଲ କରିବାର ସମ୍ଭାବନା କମ୍।

Baitarani river: ଧାମରାରେ କୂଳ ଲଂଘିଲା ବୈତରଣୀ; ନଦୀ ଆଁରେ ଗଲାଣି ୨୧ ପରିବାର ଏହି ଚଳଚ୍ଚିତ୍ରର ବଡ଼ ଶକ୍ତି ହେଉଛି ପ୍ରେକ୍ଷାଳୟରେ ଏହାକୁ ଦେଖୁଥିବା ପ୍ରାୟ ସମସ୍ତେ ଏହି ଧାରାବାହିକର ସ୍ଥାନ-କାଳ-ପାତ୍ର ସହିତ ଭଲଭାବେ ପରିଚିତ।

କେବଳ ଦୁଇଟି ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନୂଆ ଅଭିନେତାଙ୍କୁ ନିଆଯାଇଛି- ଖଳନାୟକ ବବ୍ବନ ଯାଦବ (ରବି କିଶନ) ଓ ବବଲୁ ପଣ୍ଡିତ (ବିକ୍ରାନ୍ତ ମେସିଙ୍କ ସ୍ଥାନରେ ଜିତେନ୍ଦ୍ର କୁମାର)।

କାହାଣୀରେ ରହିଛି ମିର୍ଜାପୁରର ସିଂହାସନ ପାଇଁ ଅଖଣ୍ଡାନନ୍ଦ ତ୍ରିପାଠୀ (ପଙ୍କଜ ତ୍ରିପାଠୀ) ସହିତ ନୂଆ ଦାବିଦାରଙ୍କ ସଂଘର୍ଷର ଗାଥା।

କାହାଣୀର ପରିସର ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ରାଜ୍ୟ ବାହାରକୁ ଯାଇ ରାଜସ୍ଥାନର ବାଲିସ୍ତୂପରେ ପହଞ୍ଚିଛି।

ୟା ଭିତରେ ଅଛି ଜଟିଳ ପାରିବାରିକ ସମ୍ପର୍କ, ବନ୍ଧୁତା, ଆନୁଗତ୍ୟ, ବିଶ୍ବାସଘାତକତା, ପ୍ରେମ, ଭ୍ରାତୃତ୍ବ ଭଳି କଥା।

କଥାକଥାକେ ଅଶ୍ଳୀଳ ଭାଷା ପ୍ରୟୋଗ ଓ ରକ୍ତପାତ ଆଦି ତ ଏଭଳି ଗ୍ୟାଙ୍ଗଷ୍ଟର୍ କାହାଣୀର ପରିଚାୟକ।

ପ୍ରଥମାର୍ଦ୍ଧରେ କାହାଣୀଟି ଘଟଣାବହୁଳ ହୋଇଥିବାବେଳେ ଦ୍ବିତୀୟ ଭାଗରେ ଲଢ଼େଇର ଦୃଶ୍ୟଗୁଡ଼ିକୁ ଅନାବଶ୍ୟକ ଭାବେ ଲମ୍ବେଇ ଦିଆଯାଇଛି।

କେତେକ ଦୃଶ୍ୟର ଗତିପଥ ପୂର୍ବାନୁମାନ କରି ହେଉଥିବାରୁ ରୋମାଞ୍ଚକର ମୋଡ଼ଗୁଡ଼ିକ କମ୍ ପ୍ରଭାବଶାଳୀ ମନେ ହେଲା।

କିଛି ଦୃଶ୍ୟ ଓ ସଂଳାପ ଖୁବ୍ ମଜାଳିଆ ହୋଇଛି।

ମୂଳ ଧାରାବାହିକର ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଅଧିକ ଉପଭୋଗ କରିପାରିବେ, କାରଣ ସେମାନଙ୍କ ତୁଷ୍ଟୀକରଣ ପାଇଁ ହିଁ ଏହାକୁ ନିର୍ମାଣ କରାଯାଇଛି। "ମିର୍ଜାପୁର: ଦି ମୁଭି"ନିର୍ଦ୍ଦେଶକ: ଗୁରମୀତ ସିଂହମୁଖ୍ୟ ଚରିତ୍ର: ପଙ୍କଜ ତ୍ରିପାଠୀ, ଅଲୀ ଫଜଲ, ଦିବ୍ୟେନ୍ଦୁ, ରବି କିଶନ, ଜିତେନ୍ଦ୍ର କୁମାର, ରସିକା ଦୁଗଲ, ଶ୍ରୀୟା ପିଲଗାଓଁକର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)