Nepal's angel Priya: ନେପାଳର ଦେବଦୂତ ପ୍ରିୟା

Sep 05, 2026 - 05:17
Nepal's angel Priya: ନେପାଳର ଦେବଦୂତ ପ୍ରିୟା

"ନେପାଳ ଦଶନ୍ଧି ଦଶନ୍ଧି ଧରି ଦେଖି ନଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସହ ଏବେ ଲଢ଼େଇ କରୁଛି।

ଏବେ ବି ପାଣି, କାଦୁଅ ଓ କୁଢ଼ କୁଢ଼ ଭଗ୍ନାବଶେଷ ଘେରରେ ଶହ ଶହ ମଣିଷ ଉଦ୍ଧାର ଅପେକ୍ଷାରେ ଅଛନ୍ତି।

ଏଭଳି ଦୁଃସମୟରେ ହେଲିକପ୍ଟର୍‌ ହିଁ ଜୀବନରେଖା ପାଲଟିଛି ଓ ଉଦ୍ଧାରକାରୀ ଦଳ ସାଜିଛନ୍ତି ଦେବଦୂତ।

ଏହି କ୍ରମରେ ହିମାଳୟର ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳରେ ବାରମ୍ବାର ଉଡ଼ାଣ ଭରି ଆଶାର କିରଣ ପାଲଟିଥିବା ପାଇଲଟ୍‌ଙ୍କ ମଧ୍ୟରେ ଅଛନ୍ତି ନେପାଳର ପ୍ରଥମ ମହିଳା ହେଲିକପ୍ଟର୍‌ କ୍ୟାପ୍‌ଟେନ୍‌ ପ୍ରିୟା ଅଧିକାରୀ।

ପ୍ରିୟା ଗତ ଛଅ ଦିନରେ ପ୍ରାୟ ଶହେଜଣ ଲୋକଙ୍କ ଉଦ୍ଧାର ମିସନ୍‌ ସାରିଲେଣି।

ସେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନିରନ୍ତର ଉଡ଼ି ଚାଲିଛନ୍ତି।

ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ନେପାଳ-ତିବ୍ବତ ସୀମା ରାସୁୱା ଜିଲ୍ଲାର ତିମୁର ଅଞ୍ଚଳରେ ପ୍ରିୟା ତାଙ୍କ ଅସାଧାରଣ ଅଭିଯାନ ଏବେ ବି ଚାଲୁ ରଖିଛନ୍ତି।

ସଂକୀର୍ଣ୍ଣ ଉପତ୍ୟକାରେ ଚାଲିଥିବା ତାଙ୍କର ଅଭିଯାନରେ ପ୍ରାୟ ୨୦ଟି ହେଲିକପ୍ଟର୍‌ ସାମିଲ୍‌ ହୋଇଥିଲା।

କେତେକ ସମୟରେ ପାଞ୍ଚ କିମ୍ବା ଛଅଟି ହେଲିକପ୍ଟର୍‌ ସେହି ଅଞ୍ଚଳରେ ଅବତରଣ କରି ବଞ୍ଚିଥିବା ଲୋକଙ୍କୁ ସ୍ଥାନାନ୍ତର କରୁଥିଲେ।

ବର୍ଷ ବର୍ଷ ଧରି ଖୁବ୍‌ ଉଚ୍ଚତାରେ ଉଦ୍ଧାରର ଅଭିଜ୍ଞତା ଯୋଗୁଁ ସେ ସଫଳ ହୋଇଛନ୍ତି।

ଏଥିପାଇଁ ପ୍ରିୟା ଏବେ ବିଶ୍ବର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି।

Advertisment Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ କ୍ୟାପ୍‌ଟେନ୍‌ ପ୍ରିୟାଙ୍କ କକ୍‌ପିଟ୍‌କୁ ଯିବାର ଏ ଯାତ୍ରା ସହଜ ନଥିଲା।

ସେ ପରିବେଶ ବିଜ୍ଞାନ ପଢ଼ିଥିଲେ ଏବଂ ପରେ ବିମାନର କ୍ୟାବିନ୍‌ କ୍ରୁ ସଦସ୍ୟ ଭାବେ କାମ କରିଥିଲେ।

ଏହାପରେ ତାଙ୍କ ହେଲିକପ୍ଟର୍‌ ଉଡ଼ାଣ ପ୍ରତି ଆଗ୍ରହ ହୋଇଥିଲା ଏବଂ ତାଙ୍କ କ୍ୟାରିୟର୍‌ର ଦିଗ ବଦଳିଥିଲା।

ସେ ଫିଲିପାଇନ୍‌ସରେ ତାଲିମ ନେଇ ୨୦୧୭ରେ ଜଣେ ପୂର୍ଣ୍ଣକାଳୀନ ହେଲିକପ୍ଟର୍‌ ପାଇଲଟ୍‌ ହୋଇଥିଲେ।

ପ୍ରାୟ ୬୨୦୦ ମିଟର ପର୍ଯ୍ୟନ୍ତ ପାର୍ବତ୍ୟାଞ୍ଚଳରେ ପହଞ୍ଚିବା ଭଳି ମିସନ୍‌ରେ ସାମିଲ୍‌ ହୋଇ ସାରିଛନ୍ତି ପ୍ରିୟା।

ତାଙ୍କର ଏହି ଅଭିଜ୍ଞତା ଏବେ ଅସାଧାରଣ ପରୀକ୍ଷାର ସମ୍ମୁଖୀନ ହୋଇଛି।

ବନ୍ୟାଞ୍ଚଳର କାଦୁଅରେ ହେଲିକପ୍ଟର୍‌ ଅବତରଣ କରିବା ବିପଜ୍ଜନକ ହେଲେ ବି ଅନ୍ୟ ପାଇଲଟ୍‌ମାନଙ୍କ ସହ ସମନ୍ବୟ ରଖି ସେ ସୁରକ୍ଷିତ ଭାବେ ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।

ବିପନ୍ନ ମଣିଷଙ୍କୁ "ତୁମେ ବଞ୍ଚିଗଲ" ବୋଲି ତାଙ୍କ ମୁହଁରୁ ବାହାରୁଥିବା କଥା ପଦକ ହତାଶା ଭିତରେ ତାଙ୍କୁ ଆତ୍ମବଳ ଯୋଗାଉଥିବା ପ୍ରିୟା କହନ୍ତି।

MoU: ଏମବିଆର୍ ଓ ଏମଏସସିବି ବିଶ୍ୱବିଦ୍ୟାଳୟ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)