Elephant costume: ଜଳରେ ତିନ୍ତିଲେ ମହାପ୍ରଭୁ, ଭାବରେ ଭିଜିଲେ ଭକ୍ତ: ହାତୀବେଶରେ ମର୍ତ୍ତ୍ୟ ବୈକୁଣ୍ଠାଧିପତି

Jun 30, 2026 - 02:56
Elephant costume: ଜଳରେ ତିନ୍ତିଲେ ମହାପ୍ରଭୁ, ଭାବରେ ଭିଜିଲେ ଭକ୍ତ: ହାତୀବେଶରେ ମର୍ତ୍ତ୍ୟ ବୈକୁଣ୍ଠାଧିପତି

"ପୁରୀ: ଜଗନ୍ନାଥଙ୍କ ଜୟଜୟକାର ଧ୍ବନିରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ।

ଭାବୋଚ୍ଛ୍ବାସ ସଂକୀର୍ତ୍ତନରେ ଉଚ୍ଛୁଳି ଉଠୁଥିଲା ଭକ୍ତ ସମୁଦ୍ର।

ମହାପ୍ରଭୁଙ୍କୁ ହାତୀବେଶରେ ଦେଖିବାକୁ ଅସହ୍ୟ ଖରାରେ ମଧ୍ୟ କାହିଁ କେତେ ଦୂରରୁ ଛୁଟିଆସିଥିଲେ ଭକ୍ତ।

ସ୍ନାନଜଳରେ ତିନ୍ତିଥିଲେ ମହାପ୍ରଭୁ, କିନ୍ତୁ ଅସହ୍ୟ ଖରାରେ ଭକ୍ତି ଭାବରେ ଭିଜିଥିଲେ ଭକ୍ତ।

ଆଜିର ଦିନରେ ଆବିର୍ଭାବ ହୋଇଥିଲେ ମର୍ତ୍ତ୍ୟ ବୈକୁଣ୍ଠର ଅଧିପତି।

Advertisment ଗ୍ରୀଷ୍ମ ଦାଉରୁ ଉପଶମ ପାଇଁ ସ୍ନାନବେଦିରେ ସୁବାସିତ ଜଳରେ ସ୍ନାନ କରିଥିଲେ ବ୍ରହ୍ମାଣ୍ଡ ସାଆନ୍ତ।

ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନାର୍ଥେ ସେବକମାନେ ସୁନାକୂଅରୁ ଆଣିଥିଲେ ୧୦୮ ଗଡ଼ୁ ଜଳ।

ଜଳବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରାବାନ୍ଧି ସ୍ନାନମଣ୍ଡପକୁ ଶୋଧ କରିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୩୫ ଗଡ଼ୁ, ଶ୍ରୀବଳଭଦ୍ରଙ୍କ ଲାଗି ୩୩, ଦେବୀ ସୁଭଦ୍ରାଙ୍କ ପାଇଁ ୨୨ ଓ ଶ୍ରୀସୁଦର୍ଶନଙ୍କ ନିମନ୍ତେ ସ୍ନାନ ମଣ୍ଡପରେ ପହଞ୍ଚିଥିଲା ୧୮ଗଡ଼ୁ ସୁନାକୂଅ ଜଳ।

ମା" ଶୀତଳାଙ୍କ ସମ୍ମୁଖ ଭାଗ କୂଅରୁ ସୁନା ଗୋସେଇଁ ପାଣି କାଢ଼ିବା ପରେ ଗରାବଡ଼ୁ ସେବକ ପାଣି ବୋହି ଆଣିଥିଲେ।

ଜଳକୁ ଚନ୍ଦନ, ଚୁଆ ଆଦି ପକାଇ ଚାହାଣି ମଣ୍ଡପ ନିକଟ ଅଧିବାସ ଘରେ ଅଧିବାସ କରାଯାଇଥିଲା।

ଗରାବଡ଼ୁ ସେବକମାନେ ଯୋଗାଇ ଦେଇଥିବା ଜଳକୁ ପୂଜାପଣ୍ଡା ସେବକମାନେ ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀବିଗ୍ରହଙ୍କୁ ସ୍ନାନ କରାଇଥିଲେ।

ମାତ୍ର ଜଳରାଶି ଶ୍ରୀମୁଖରେ ପଡ଼ିବା କ୍ଷଣି କିଛି କିଛି ସେବକ ପୋଛି ନେଇ ଗଡ଼ୁରେ ଭର୍ତ୍ତି କରୁଥିଲେ।

ସ୍ନାନଜଳ ଟିକେ ପାଇବାକୁ କୋଟି ଓଡ଼ିଆଙ୍କ ପ୍ରତିଯୋଗିତା ଲାଗିଥିଲା।

Pond Restoration: ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବଜାର ବନ୍ଧହୁଡ଼ାରେ ଉଚ୍ଛେଦ ସଅଳ ହେଲା ନୀତି, ଲିଭିଗଲା ଗଜପତିଙ୍କ ଆଳତି  ସ୍ନାନଯାତ୍ରାରେ ନୀତିକାନ୍ତି ସଅଳ ଚାଲିଥିଲା।

ସେବକବୃନ୍ଦ ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟକୁ ଯଥାପୂର୍ବକ ପାଳନ କରିଥିଲେ।

ଗତକାଲି ନୀତି ବିଳମ୍ବ ଯୋଗୁଁ ରାତ୍ର ପହୁଡ଼ ହୋଇ ନଥିଲା।

ପ୍ରାରମ୍ଭିକ ନୀତିକାନ୍ତି ସାମାନ୍ୟ ବିଳମ୍ବ ହୋଇଥିଲା।

୫ଟା୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା।

ସାତ ପାହାଚ ନିକଟକୁ ଆସିବା ପରେ ଶ୍ରୀବିଗ୍ରହଙ୍କ ମସ୍ତକରେ ଟାହିଆ ବନ୍ଧା ସମ୍ପନ୍ନ ହୋଇଥିଲା।

ସୁଦର୍ଶନଙ୍କ ପହଣ୍ଡି ପରେ ଧାଡ଼ି ପହଣ୍ଡିରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଶେଷରେ ଦେବୀ ସୁଭଦ୍ରା ସ୍ନାନ ବେଦିକୁ ବିଜେ କରିଥିଲେ।

୭ଟା୨୫ରେ ପହଣ୍ଡି ଶେଷ ହୋଇଥିଲା।

ମଦନମୋହନ ୭ଟା୪୦ ବେଳକୁ ବିଜେ କରିବା ବେଳକୁ ଏଣେ ରୁନ୍ଧା ଶେଷ ହୋଇସାରିଥିଲା।

ତେଣୁ ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତି ସକାଳ ୯ଟା ପରିବର୍ତ୍ତେ ୮ଟା୧୦ ସୁଦ୍ଧା ସମ୍ପନ୍ନ ହୋଇଥିଲା।

ପରେ ମଇଲମ, ତଡ଼ପଲାଗି, ଅଧର ପୋଛା, ଅବକାଶ ପୂଜା, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ପୂର୍ବାହ୍ଣ ୧୧ଟା୧୫ରେ ଜଳଛେକ ଡାକିଗଲେ।

୧୨ଟା୪୫ରେ ସେବକମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନ କରିଥିଲେ।

Lord Jagannath: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ ଦିବ୍ୟସିଂହ ଦେବ ସ୍ନାନବେଦିରେ ଛେରାପହଁରା ଓ ରାଜ-ନୀତି କରିବା ପରେ ହାତୀବେଶ ଆରମ୍ଭ ହୋଇଥିଲା।

ଗଜପତି ଆଳତି କରୁଥିବା ବେଳେ ଏହା ଲିଭିଯାଇଥିଲା।

ଏହାକୁ ନେଇ ଭିନ୍ନଭିନ୍ନ ଆଲୋଚନା ମଧ୍ୟ ହୋଇଥିଲା।

ଭକ୍ତ ବିନୋଦିଆ ମହାପ୍ରଭୁ ଭକ୍ତ ଯୋଗୀ ଗଣପତି ଭଟ୍ଟଙ୍କ ଇଚ୍ଛା ପୂରଣ ପାଇଁ ଗଜବେଶରେ ଦର୍ଶନ ଦେଇଥିଲେ।

ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ବେଶ ଯୋଗାଇ ଦିଆଯାଇଥିଲା।

ଭକ୍ତ ମଧ୍ୟ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ସଂଦର୍ଶନ କରି ଅତ୍ୟନ୍ତ ତୃପ୍ତ ହୋଇଛନ୍ତି।

ବଡ଼ଠାକୁର ଶ୍ରୀବଳଭଦ୍ର ଧଳା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ କଳା ହାତୀବେଶ ବିଧି ରହିଛି।

ମାତ୍ର ଶ୍ରୀବଳଭଦ୍ର ହଳ ମୂଷଳ ସହ ହଳଦିଆ ଏବଂ ଶ୍ରୀଜଗନ୍ନାଥ ଶଙ୍ଖ ଚକ୍ର ସହ ଧଳାହାତୀ ସଦୃଶ ଦୃଶ୍ୟମାନ ହେଉଥିଲେ।

ଦେବୀ ସୁଭଦ୍ରା ଗଜବେଶ ହୋଇ ନଥିଲେ ବି ତରାସ, ଛତି, ଆଡ଼କାନି, ଚିତା ଆଦିରେ ଭୂଷିତ ହୋଇଥିଲେ।

ପ୍ରଭୁ ସୁଦର୍ଶନ ନୀଳଚକ୍ର, ଛତି ଆଦିରେ ଭୂଷିତ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାପ୍ରଭୁଙ୍କୁ ସ୍ନାନବେଦିରେ ଦର୍ଶନ କରିଥିଲେ।

ସନ୍ଧ୍ୟାରେ ସାହାଣମେଲା ଦର୍ଶନ ପାଇଁ ଭକ୍ତ ସମାଗମ ଦୁଇଗୁଣା ବୃଦ୍ଧି ପାଇଥିଲା।"