FIFA: ଡେମ୍ବେଲଙ୍କୁ ଓଡ଼ିଆରେ ପ୍ରଶଂସା କଲା ଫିଫା
"ଭୁବନେଶ୍ବର: ଚଳିତ ଫିଫା ଫୁଟ୍ବଲ୍ ବିଶ୍ବକପ୍ରେ ଗତ ଶୁକ୍ରବାର ଖେଳାଯାଇଥିବା ନରୱେ ବିପକ୍ଷ ମ୍ୟାଚ୍ରେ ଫ୍ରାନ୍ସର ଅଗ୍ରଭାଗ ଖେଳାଳି ମାସୌର ଓସ୍ମାନେ ଡେମ୍ବେଲ ୨୫ ମିନିଟ୍ ଭିତରେ ତିନିଟି ଗୋଲ୍ ଦେଇ ଇତିହାସ ରଚିଥିଲେ।
ଏହା ମଧ୍ୟ ବିଶ୍ବକପ୍ରେ ୨୯ ବର୍ଷୀୟ ଡେମ୍ବେଲଙ୍କର ପ୍ରଥମ ହ୍ୟାଟ୍ରିକ୍।
ପ୍ରଥମ ଗୋଲ୍ ସପ୍ତମ ମିନିଟ୍ରେ ଦେବା ପରେ ଦ୍ବିତୀୟ ଗୋଲ୍ ୨୦ ମିନିଟ୍ ଏବଂ ତୃତୀୟଟି ୩୨ ମିନିଟ୍ରେ ଦେଇଥିଲେ ସେ।
ତାଙ୍କର ଏହି ଦମଦାର ପ୍ରଦର୍ଶନ ବଳରେ ଫ୍ରାନ୍ସ ୪-୧ ଗୋଲ୍ରେ ନରୱେକୁ ହରାଇ ଗ୍ରୁପ୍-ଆଇ ଟପ୍ପର ହେବା ସହ ହ୍ୟାଟ୍ରିକ୍ ବିଜୟ ମଧ୍ୟ ପାଇଥିଲା।
Advertisment Football League: ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍: ନିତା ଫୁଟ୍ବଲ୍ ଏକାଡେମୀ ବିଜେତା ଏହି ଅବିସ୍ମରଣୀୟ ଗୋଲ୍ ବର୍ଷା ପରେ ଫିଫା ଓଡ଼ିଆରେ ଡେମ୍ବେଲଙ୍କୁ ପ୍ରଶଂସା କରି ତାଙ୍କୁ "ଯାଦୁକର" ଆଖ୍ୟା ଦେଇଛି।
ଫିଫାର ଇନ୍ଷ୍ଟା ପୃଷ୍ଟାରେ ଡେମ୍ବେଲଙ୍କ ଏକ ଆକ୍ସନ ଫଟୋ ସହ ଓଡ଼ିଆରେ ଏଭଳି ଲେଖାଯାଇଛି।
ଫଟୋ ସହ ଫିଫାର ଏହି ଲେଖା ପଦାକୁ ଆସିବା ପରେ ଭାଇରାଲ୍ ହୋଇଛି।
ଦେଶ ବିଦେଶରେ ଥିବା ଓଡ଼ିଆମାନେ ଫିଫାର ଏଭଳି ପଦକ୍ଷେକୁ ପ୍ରଶଂସା କରୁଛନ୍ତି।
ଅନେକ ଏହାକୁ ଲାଇକ୍ ଓ ସେୟାର ମଧ୍ୟ କରୁଛନ୍ତି।
ଭାରତ କେବେବି ବିଶ୍ବକପ୍ରେ ଖେଳି ନଥିଲା ବେଳେ ଓଡ଼ିଶା ମଧ୍ୟ ପାରମ୍ପରିକ ଭାବେ ଫୁଟ୍ବଲ୍ର ଏକ ବଡ଼ ଶକ୍ତି ନୁହେଁ।
ତଥାପି ଫିଫା ଓଡ଼ିଆ ଭାଷାରେ ଡେମ୍ବେଲଙ୍କୁ ନିଆରା ଢଙ୍ଗରେ ପ୍ରଶଂସା କରିଥିବାରୁ ବହୁତ ଗର୍ବ ଲାଗୁଛି ବୋଲି ଜଣେ ଓଡ଼ିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଏହା ବିଶ୍ବ ଦୃଶ୍ୟପଟରେ ଓଡ଼ିଶା ଓ ଓଡ଼ିଆ ଭାଷାକୁ ଆହୁରି ଲୋକପ୍ରିୟ କରିବ ବୋଲି ଅନେକ ଇନ୍ଷ୍ଟା ବ୍ୟବହାରକାରୀ ମତ ରଖିଛନ୍ତି।
Football: ୨୦୨୬-୨୭ ଋତୁ ଫୁଟ୍ବଲ୍ କ୍ୟାଲେଣ୍ଡର୍ ଘୋଷିତ; ସେପ୍ଟେମ୍ବର ୧ରୁ ଆଇଏସ୍ଏଲ୍, ସେପ୍ଟେମ୍ବର ୩ରୁ ଆଇଡବ୍ଲ୍ୟୁଏଲ୍, ନଭେମ୍ବର ୧୯ରୁ ସନ୍ତୋଷ ଟ୍ରଫି..."