Elephant: ଓଡ଼ିଶାମୁହାଁ ଆନ୍ଧ୍ର ହାତୀପଲ: ଗୁଣପୁର ଅଞ୍ଚଳରେ ବୁଲୁଛନ୍ତି, ଚାଷୀ ଓ ଗ୍ରାମବାସୀ ଭୟଭୀତ

Aug 10, 2026 - 05:47
Elephant: ଓଡ଼ିଶାମୁହାଁ ଆନ୍ଧ୍ର ହାତୀପଲ: ଗୁଣପୁର ଅଞ୍ଚଳରେ ବୁଲୁଛନ୍ତି, ଚାଷୀ ଓ ଗ୍ରାମବାସୀ ଭୟଭୀତ

"ଗୁଣପୁର: ଓଡ଼ିଶାମୁହାଁ ହୋଇଛନ୍ତି ଆନ୍ଧ୍ରର ୪ଟିକିଆ ହାତୀପଲ।

ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଗୁଣପୁର ବ୍ଲକ୍‌ ଜଗନ୍ନାଥପୁର ପଞ୍ଚାୟତର କତାଗୁଡ଼ା ଓ ବାରିଡ଼ି ଗ୍ରାମ ନିକଟରେ ହାତୀପଲ ଚଳପ୍ରଚଳ କରୁଛନ୍ତି।

ଏହା ପୂର୍ବରୁ ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ହାତୀପଲ ବିଚରଣ କରୁଥିଲେ।

ଖାଦ୍ୟ ଓ ପାଣି ଅନ୍ୱେଷଣରେ ବଂଶଧାରା ନଦୀ ପାର ହୋଇ ଆନ୍ଧ୍ରର ପାଲୱାଲସା ଏବଂ ଓଡ଼ିଶାର ଗୋଠଳପଦର ଦେଇ ଗୁଣପୁର ଅଞ୍ଚଳକୁ ଚାଲି ଆସିଥିବା ବନ ବିଭାଗ କହିଛି।

ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଓ ଚାଷୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଖବର ପାଇ ରେଞ୍ଜର ପ୍ରଦୀପ କୁମାର ଆଚାର୍ଯ୍ୟ, ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ଏସିଏଫ୍‌ ସଚ୍ଚିଦାନନ୍ଦ ସେଠୀ କତାଗୁଡ଼ା ଗ୍ରାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗତ ୩ ଦିନ ହେଲା ହାତୀପଲ ଗୁଣପୁର ଅଞ୍ଚଳରେ ଘୂରି ବୁଲିଥିଲେ ମଧ୍ୟ ଏଯାବତ୍‌ କ୍ଷୟକ୍ଷତି ନେଇ କୌଣସି ସୂଚନା ନଥିବା ବନ ବିଭାଗ କହିଛି।

ସେପଟେ ହାତୀପଲକୁ ସୁରକ୍ଷିତ ଭାବେ ଆନ୍ଧ୍ରକୁ ଘଉଡ଼ାଇବା ପାଇଁ ବନ ବିଭାଗ ଚେଷ୍ଟା ଜାରି ରଖିଛି।

Advertisment Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ ସୂଚନାଯୋଗ୍ୟ, ୨୦୨୨ରେ ଗୁଣପୁରକୁ ୬ଟିକିଆ ହାତୀପଲ ପଶି ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ।

ଚାଲକମ୍ବା ଗ୍ରାମର ଗଦାଧର ସେନାପତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ।

ସେହି ବର୍ଷ ଏପ୍ରିଲ ୫ ତାରିଖରେ ଗୁଣପୁର ଇରିଗେସନ୍‌ କଲୋନିର ରମେଶ ଗୌଡ଼ ଗାଈ ଚରାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜୀବନ ହରାଇଥିଲେ।

ଉକ୍ତ ହାତୀପଲ ଆନ୍ଧ୍ର ଅଭିମୁଖେ ଯିବା ପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଥିଲେ।

ବର୍ତ୍ତମାନ ପୁଣି ଥରେ ଆନ୍ଧ୍ର ହାତୀପଲ ଗୁଣପୁର ବ୍ଲକକୁ ପଶି ଆସିଥିବାରୁ ବନ ବିଭାଗ ସଜାଗ ରହିଛି।

ରାତ୍ରି ପାଟ୍ରୋଲିଂ କରି ହାତୀ ଓ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛି।

Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media