Election: ଓଡ଼ିଶାରେ ରହିବୁ, ଆନ୍ଧ୍ରରେ ଲଢ଼ିବୁ: ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ୫ ଓଡ଼ିଶା ବାସିନ୍ଦା

Nov 21, 2026 - 09:45
Election: ଓଡ଼ିଶାରେ ରହିବୁ, ଆନ୍ଧ୍ରରେ ଲଢ଼ିବୁ: ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ୫ ଓଡ଼ିଶା ବାସିନ୍ଦା

ପାରଳାଖେମୁଣ୍ଡି: ଓଡ଼ିଶା - ଆନ୍ଧ୍ର ସୀମା ବିବାଦ ପୁଣି ଚର୍ଚ୍ଚାକୁ ଆସିଛି।

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତର ୫ ଜଣ ବାସିନ୍ଦା ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ରେ ୱାର୍ଡ ସଭ୍ୟ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ଶାବାକୋଟା ଓ ବୁଢ଼ାର ସିଂ ପଞ୍ଚାୟତରେ ଏହି ପ୍ରାର୍ଥୀମାନେ ନାମାଙ୍କନ କରିଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ବ୍ଲକ୍ ପ୍ରଶାସନ ଅବଗତ ଥିବା ସତ୍ତ୍ୱେ ଏଯାଏଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

Advertisment ଆହୁରି ପଢନ୍ତୁ: E-rides: ୩ଟି ରୁଟ୍‌ରେ ଗଡ଼ୁଛି ଇ-ରାଇଡ୍‌: ୫୦ରୁ ୪୩ ଗାଡ଼ି ଖରାପ ସୂଚନା ଅନୁସାରେ, ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମର ଗୁରୁନାଥ ଶବର, ଶାଙ୍କୁଡ଼ା ଗ୍ରାମର ଜିତୁ ଶବର, ମାଧିଆଖୋଲ ଗ୍ରାମର ଲକ୍ଷ୍ମୀ ଶବର ଓ ଶୁକୁ ଶବର ଶାବାକୋଟା ପଞ୍ଚାୟତରେ ୱାର୍ଡ ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ସେହିପରି ଗୁଡ଼ୁଖୁଡ଼ି ଗ୍ରାମର ଶଙ୍କର ଶବର ବୁଢ଼ାର ସିଂ ପଞ୍ଚାୟତରେ ୱାର୍ଡ ସଭ୍ୟ ପଦ ପାଇଁ ନାମାଙ୍କନ କରିଛନ୍ତି।

ଏହିପରି ଗୋଟିଏ ଓଡ଼ିଶା ପଞ୍ଚାୟତର ୫ ଜଣ ବାସିନ୍ଦା ପଡ଼ୋଶୀ ରାଜ୍ୟର ଦୁଇଟି ପଞ୍ଚାୟତରେ ନିର୍ବାଚନ ଲଢ଼ିବାକୁ ଆଗେଇ ଆସିଛନ୍ତି।

ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ପ୍ରଶାସନିକ ହସ୍ତକ୍ଷେପ ଓ ଓଡ଼ିଶାର ଅଧିକାରକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି।

ଏଭଳି ସ୍ଥିତିରେ ଗଙ୍ଗାବାଡ଼ ପଞ୍ଚାୟତର ବାସିନ୍ଦା ଆନ୍ଧ୍ରରେ ନିର୍ବାଚନ ଲଢ଼ିବା ଘଟଣା ସୀମାନ୍ତ ଗ୍ରାମଗୁଡ଼ିକର ପ୍ରଶାସନିକ ପରିଚୟ ଓ ଭୋଟର ତାଲିକାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।

ସମ୍ପୃକ୍ତ ପ୍ରାର୍ଥୀମାନେ କେଉଁ ଆଧାରରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯୋଗ୍ୟ ବିବେଚିତ ହେଲେ, ସେମାନଙ୍କ ନାମ ଆନ୍ଧ୍ରର ଭୋଟର ତାଲିକାରେ କିପରି ସାମିଲ ହେଲା ଏବଂ ଏହାର ଆଇନଗତ ଆଧାର କ'ଣ, ତାହା ଯାଞ୍ଚ ହେବା ଆବଶ୍ୟକ।

ଆହୁରି ପଢନ୍ତୁ: Cricket: ବଲ୍ ଟାମ୍ପରିଂ ବିବାଦ: କମିନ୍ସଙ୍କ ସମର୍ଥନରେ ହାଜେଲଉଡ୍ ଅନ୍ୟପକ୍ଷରେ, ଏ ସମ୍ପର୍କରେ ବ୍ଲକ୍ ପ୍ରଶାସନକୁ ସୂଚନା ମିଳିଥିବା ସତ୍ତ୍ୱେ ନିରବତା ଅବଲମ୍ବନ କରିବା ଘଟଣା ଆହୁରି ଉଦ୍‌ବେଗଜନକ।

ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ସ୍ୱାର୍ଥ ଓ ପ୍ରଶାସନିକ ଅଧିକାରର ସୁରକ୍ଷା ପାଇଁ ଦାୟିତ୍ୱବାନ ବିଭାଗଗୁଡ଼ିକ ତତ୍ପର ହେବା ପରିବର୍ତ୍ତେ ଚୁପ୍ ବସିବାକୁ ନେଇ ପ୍ରଶ୍ନ ଉଠିଛି।

ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ କରି ପ୍ରାର୍ଥୀମାନଙ୍କ ଭୋଟର ପରିଚୟ, ନାମାଙ୍କନର ଆଧାର ଓ ଆଇନଗତ ଯୋଗ୍ୟତା ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)