Accident: ଟ୍ରକ୍-ବାଇକ୍ ଧକ୍କା: ୩ ଯୁବକ ମୃତ
ଲକ୍ଷ୍ନୌ: ବିବାହ ଉତ୍ସବ ର ଖୁସି ମୁହୂର୍ତ୍ତକରେ ପରିଣତ ହୋଇଗଲା ଅକଥନୀୟ ଦୁଃଖ।
ଉତ୍ସବରୁ ହସଖୁସିରେ ଘରକୁ ଫେରୁଥିବା ୩ ଯୁବକଙ୍କ ଘଟିଛି ମୃତ୍ୟୁ ।
ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା।
ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲା ଧନଘଟା ଅଞ୍ଚଳର ମଢ଼ପୌନା-ଦୁଲ୍ହାପାର ନିକଟ ରାମଜାନକୀ ମାର୍ଗରେ ଏହି ଦୁର୍ଘଟଣା ଘଟିଛି।
ତିନି ଜଣ ଯୁବକ ଗୋଟିଏ ବାଇକ୍ରେ ବିବାହ ଉତ୍ସବରୁ ଫେରୁଥିଲେ।
ଏହି ସମୟରେ ସେମାନଙ୍କ ବାଇକ୍ଟି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା।
ଧକ୍କା ଏତେ ଜୋର୍ଦାର ଥିଲା ଯେ ତିନି ଜଣ ଯାକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି।
Advertisment ତିନି ଜଣ ଯାକ ହରଗୋବିନ୍ଦ ଅଞ୍ଚଳର ବାସିନ୍ଦା ମୃତକମାନେ ହେଉଛନ୍ତି, ୧୯ ବର୍ଷୀୟ ପବନ ପ୍ରଜାପତି, ୨୧ ବର୍ଷୀୟ ଶ୍ୟାମୁ ପ୍ରଜାପତି ଏବଂ ୨୩ ବର୍ଷୀୟ ଅମିତ ପ୍ରତାପ ସିଂହ।
ତିନି ଜଣ ଯାକ ସ୍ଥାନୀୟ ହରଗୋବିନ୍ଦ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି, ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
Earthquake: ପେରୁରେ ୬.୮ ତୀବ୍ରତାଯୁକ୍ତ ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଆଶଙ୍କା ନାହିଁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
